Binika Firing Case: ବିନକା ଗୁଳିକାଣ୍ଡ ମାମଲା: ଘଟଣାରେ ୩ ଗିରଫ

Jun 24, 2026 - 17:28
Binika Firing Case: ବିନକା ଗୁଳିକାଣ୍ଡ ମାମଲା: ଘଟଣାରେ ୩ ଗିରଫ

"ବିନକା: ବିନକା ଥାନା ଶିଙ୍ଗିଯୁବାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି।

ସେମାନଙ୍କ ନିକଟରୁ ଖଣ୍ଡା ଆଦି ବିପୁଳ ମାରଣାସ୍ତ୍ର ଜବତ କରିଛନ୍ତି।

Advertisment ଆଜି ଘଟଣା ସମ୍ପର୍କରେ ବିନକା ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

ସୂଚନାନୁସ‌ାରେ, ଜୁନ୍‌ ୧୯ ତାରିଖ ରାତି ୧୧ଟା ୩୦ ମିନିଟ୍‌ରେ ଅଶୋକ ନନ୍ଦଙ୍କ ଘରକୁ ଗୁଳିମାଡ଼ ହୋଇଥିଲା।

ଦୁର୍ବୃତ୍ତମାନେ ଘର ନିକଟରେଥିବା ଗାଡ଼ିକୁ ଗୁଳି ଚଳାଇବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ।

ଘଟଣା ସ୍ଥଳରୁ ପୁଲିସ ୨୧ଟି ଗୁଳିର ଖୋକା ଓ ଗୋଟିଏ ଅଫୁଟା ଗୁଳି ଜବତ କରିଥିଲା।

ଏହି ଘଟଣାରେ  ସମ୍ପୃକ୍ତ  ଅନ୍ୟତମ ଅଭିଯୁକ୍ତ ଦୁର୍ବାସା ବେହେରା ଓରଫ ହଣ୍ଟର ଓ ମୁନା ବାରିକକୁ ଗିରଫ କରାଇଯାଇଛି।

ଅଭିଯୁକ୍ତମାନଙ୍କ ଠାରୁ ୨ ଟି ପିସ୍ତଲ, ୨୦ ରାଉଣ୍ଡଅଫୁଟା ଗୁଳି, ୨ ଟି ଖଣ୍ଡା, ଗୋଟି ଛୁରି ଓ ୨ ଟି ମୋବାଇଲ ଫୋନ ଜବତ କରାଯାଇଛି ।

ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ଘଟଣାରେ ସମ୍ପୃକ୍ତ ଥ‌ିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ଏହି ଘଟଣାରେ, ଅଶୋକ ନନ୍ଦ ଓ ସୁବାଶ ଚନ୍ଦ୍ର ପାତ୍ରଙ୍କର ଅଭିଯୋଗ କ୍ରମେ ଦୁଇଟି ପୃଥକ ମାମଲା ନଂ୧୭୪/୨୦୨୬ ଓ ୧୭୫/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ବିନକା, ରାମପୁର ଓ ସୋନପୁର ଥାନା ଅଧିକାରୀ ଙ୍କୁ ନେଇ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ୩ ଟି ପୃଥକ ଦଳ ଗଠନ କରଯାଇଥିଲା ।

୨୦ ଜୁନ୍‌ରେ  ରାମପୁର ପୁଲିସ ରାମପୁର ଥାନା କେସ ନଂ ୪୪ /୨୦୨୬ର ଆସାମୀ ଟାଇଗର ଓରଫ ତନ୍ମୟ ବାଗକୁ ଗିରଫ କରିଥିଲା।

ରିମାଣ୍ଡରେ ଆଣି ପଚରାଉଚରା କରାଯିବାରେ ସେ  ସମସ୍ତ ଘଟଣା କହିଥିଲା।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବାସା ବେହେରାର ପ୍ରରୋଚନାରେ ସେ ଓ ତାର ସାଥୀମାନେ ଅଶୋକ ନନ୍ଦଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ।

ଜୁନ୍‌ ୧୯ ଘଟଣା ଦିନ ଯୋଜନା ମୁତାବକ ତନ୍ମୟ ବାଗର ହଣ୍ଡାଇ ଭେରନା ଗାଡିରେ ଓ ଅନ୍ୟ ଏକ ୪ ଚକିଆ ଗାଡିରେ ତନ୍ମୟ ବାଗ, ଦୁର୍ବାସା ବେହେରା, ଲୋକନାଥ ନାୟକ, ମୁନା ବାରିକ ପହଞ୍ଚିଥିଲେ।

ଅଶୋକଙ୍କୁ ଘରୁ ଡାକି ଗୁଳିମାଡ଼ କରିଥିଲେ।

କିନ୍ତୁ ଏଥିରେ ସେ ବର୍ତ୍ତିଯାଇଥିଲେ।

"