Education: ଖଣି ଅଞ୍ଚଳରେ ଓଏମ୍‌ସିର ଶିକ୍ଷା ପଦକ୍ଷେପ

Jun 25, 2026 - 00:56
Education: ଖଣି ଅଞ୍ଚଳରେ ଓଏମ୍‌ସିର ଶିକ୍ଷା ପଦକ୍ଷେପ

ଭୁବନେଶ୍ବର: ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କ ଭବିଷ୍ୟତକୁ ସଶକ୍ତ କରୁଛି ଓଡ଼ିଶା ଖଣି ନିଗମ (ଓଏମ୍‌ସି)। ଓଡିଶା ଆଦର୍ଶ ବିଦ୍ୟାଳୟ ସହଯୋଗିତାରେ ଓଏମ୍‌ସି ସ୍ଥାପନ କରିଥିବା ୫ଟି ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନିଜସ୍ୱ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ୪୮୦ ଜଣ ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଛନ୍ତି। ଫଳରେ ଏହି ବିଦ୍ୟା‌ଳୟଗୁଡ଼ିକରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧,୯୨୦କୁ ବୃଦ୍ଧି ପାଇଛି।

କେନ୍ଦୁଝରର ବଡ଼ବିଲ, ସୁଆକଟି; ଯାଜପୁରର କାଳିଆପାଣି, ଦୈତାରୀ; କୋରାପୁଟର ଲକ୍ଷ୍ମୀପୁର, ସୁନ୍ଦରଗଡର କୋଇଡା ଆଦି ଅଞ୍ଚଳର ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି। ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ ଶିକ୍ଷା ସୁବିଧା, କ୍ରୀଡ଼ା ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ସହିତ ଏହି ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିଛି।

Kodingamali Bauxite Mine: କୋଡ଼ିଙ୍ଗାମାଳି ବକ୍ସାଇଟ ଖଣି ସଂପ୍ରସାରଣ, ବିକାଶ ପାଇଁ ଦାବି

ଶିକ୍ଷା ସହିତ ବ୍ୟବହାର, ନୈତିକ ମୂଲ୍ୟବୋଧ ଓ ଉନ୍ନତ ଜୀବନ ଶୈଳୀ ବିକାଶ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି। ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଓ ସେମାନଙ୍କୁ ଜାତୀୟ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ଦିଗରେ ଓଏମ୍‌ସି ନିରନ୍ତର ପ୍ରୟାସ କରୁଥିବା ଜଣାଇଛି।