Football League: ଓଡ଼ିଶା ମହିଳା ଫୁଟ୍ବଲ୍ ଲିଗ୍: ନିତା ଫୁଟ୍ବଲ୍ ଏକାଡେମୀ ବିଜେତା
"କଟକ: ଓଡ଼ିଶା ମହିଳା ଫୁଟ୍ବଲ୍ ଲିଗ୍ର ଫାଇନାଲରେ ନିତା ଫୁଟ୍ବଲ୍ ଏକାଡେମି ବିଜେତା ହୋଇଥିବାବେଳେ ଓଡ଼ିଶା ପୁଲିସ୍ ଉପବିଜେତା ହୋଇଛି।
ନୀତା ଏକାଡେମୀ ୨-୦ ଗୋଲ୍ରେ ଆଳି ମହିଳା ଫୁଟ୍ବଲ୍ କ୍ଲବ୍କୁ ଏବଂ ଓଡ଼ିଶା ପୁଲିସ୍ ୬-୧ଗୋଲ୍ରେ ସ୍ପୋର୍ଟସ୍ ଓଡ଼ିଶାକୁ ପରାସ୍ତ କରିଥିଲା।
ଆଳି ମହିଳା ଫୁଟବଲ କ୍ଲବ୍ ତୃତୀୟ ସ୍ଥାନ ଅଧିକାର କରିଛି।
ରବିବାରର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ବିଭାଗର ଉପସଚିବ ଅମିତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ଅଧିକାରୀ ସୋନାଲି ଚାନ୍ଦ, ଫାଓ ଉପସଭାପତିି ମହମ୍ମଦ ସହିଦ ଜବାର, ଓଡ଼ିଆ ଅଲିମ୍ପିକ୍ ସଂଘ ସଂପାଦକ ଅଭିଜିତ ପାଲ, ଫାଓ ଯୁଗ୍ମ ସଂପାଦକ ବିଶ୍ବରଞ୍ଜନ ଘଡେଇ, ଭୁବନେଶ୍ବର ଆଥଲେଟିକ୍ ଆସୋସିଏସନ୍ ସାଧାରଣ ସଂପାଦକ ଡକ୍ଟର ସୌର୍ଯ୍ୟରଞ୍ଜନ ପରିଜା, ଫାଓ ଯୁଗ୍ମ ସଂପାଦକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ନିତା ଫୁଟ୍ବଲ୍ ଏକାଡେମି ଅଧ୍ୟକ୍ଷ ସୁବ୍ରତ କୁମାର ଦାସଙ୍କ ସମେତ ରଞ୍ଜିତା ମହାନ୍ତି, ସୁଦୀପ୍ତା ଦାଶ, ଗୀତାଞ୍ଜଳି ଖୁଣ୍ଟିଆ, ସୁପ୍ରଭା ସାମଲ ପ୍ରମୁଖ ଯୋଗଦେଇ ଓଡ଼ିଶା ମହିଳା ଫୁଟ୍ବଲ୍ ଲିଗ୍ର ଚଳିତ ବର୍ଷର ବିଜେତା ନିତା ଫୁଟ୍ବଲ୍ ଏକାଡେମୀକୁ ୭୫ହଜାର ଟଙ୍କା ଅର୍ଥରାଶି ସହ ଟ୍ରଫି, ଉପବିଜେତା ଓଡ଼ିଶା ପୁଲିସ୍କୁ ୨୫ହଜାର ଟଙ୍କା ସହ ଟ୍ରଫି ଓ ତୃତୀୟ ସ୍ଥାନରେ ଥିବା ଆଳି ମହିଳା ଫୁଟ୍ବଲ୍ କ୍ଲବ୍କୁ ୧୦ହଜାର ଟଙ୍କା ପ୍ରଦାନ କରି ଉତ୍ସାହିତ କରିଥିଲେ।Advertisment Blood donation: ରକ୍ତଦାନ ପାଇଁ ପ୍ରେରିତ କରିବାର ଶପଥ ଗ୍ରହଣ କଲେ ରକ୍ତଦାତା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।