Flood Aftermath Worsens: ପାଣି କମୁଛି, ଦୁର୍ଦ୍ଦଶା ବଢୁଛି, ଭଦ୍ରକ ଓ ଯାଜପୁରରେ ବନ୍ୟାର ତାଣ୍ଡବ

Aug 02, 2026 - 10:40
Flood Aftermath Worsens: ପାଣି କମୁଛି, ଦୁର୍ଦ୍ଦଶା ବଢୁଛି, ଭଦ୍ରକ ଓ ଯାଜପୁରରେ ବନ୍ୟାର ତାଣ୍ଡବ

ପାଣି କମୁଛି, ହେଲେ ବଢୁଛି ଦୁର୍ଦ୍ଦଶାର ଚିତ୍ର। ଭଦ୍ରକ ଓ ଯାଜପୁରରେ ବନ୍ୟା ସ୍ଥିତିରେ ସୁଧାର ଆସୁଥିଲେ ବି ପ୍ରକୃତିର ତାଣ୍ଡବ ଛାଡ଼ି ଯାଇଛି ଅସହାୟତା,ଉଜୁଡ଼ା ସଂସାର ଓ ଅନିଶ୍ଚିତ ଭବିଷ୍ୟତର ଚିତ୍ର। ନଦୀରେ ସୁଅର କୋପ କମିଥିଲେ ମଧ୍ୟ ବନ୍ୟାର ଯନ୍ତ୍ରଣା ଶେଷ ହୋଇନାହିଁ।

୨ ଜିଲ୍ଲାରେ ପ୍ରାୟ ୧୫ଟି ଘାଇ ଯୋଗୁଁ ଅନେକ ଗାଁ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛି। ଯାଜପୁରର ୬ଟି ବ୍ଲକରେ ବନ୍ୟା ପାଣି ଧୀରେ ଧୀରେ ହ୍ରାସ ପାଉଛି। ହେଲେ ଭାଙ୍ଗିପଡ଼ିଛି ଘର, ନଷ୍ଟ ହୋଇଛି ଚାଷଜମି, ଧୋଇଯାଇଛି ଜୀବିକାର ଆଧାର। 

ଭଦ୍ରକରେ ମଧ୍ୟ ପରିସ୍ଥିତି ପ୍ରାୟ ସମାନ। ସାଳନ୍ଦୀ ଓ କାଂଶବାଂଶ ନଦୀରେ ଜଳସ୍ତର କମିଥିଲେ ମଧ୍ୟ ୮ଟି ଘାଇ ଯୋଗୁଁ ୭ଟି ବ୍ଲକର ଅନେକ ଗାଁ ଏବେ ବି ପାଣି ଘେରରେ ରହିଛି। ଚାନ୍ଦବାଲି, ତିହିଡ଼ି, ଧାମନଗର ଓ ବାସୁଦେବପୁରରେ ବନ୍ୟାର କ୍ଷତ ଏବେ ବି ତାଜା।

କଟକର ବାଙ୍କୀ ଅଞ୍ଚଳରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଖୋର୍ଦ୍ଧାରେ ରାଜୁଆ ନଦୀର ପାଣି ପଶିବା ପରେ ଅନେକ ଗାଁ ଜଳବନ୍ଦୀ । ପୁରୀର କଣାସ, ନିମାପଡ଼ା ଓ ଗୋପ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ବନ୍ୟା ପାଣି ପଶିଛି । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ଦିନରେ ବଡ଼ ଧରଣର ବର୍ଷା ନହେଲେ ମହାନଦୀରେ ଆଉ ବଡ଼ ବନ୍ୟା ଆଶଙ୍କା ନାହିଁ। ହୀରାକୁଦ ବନ୍ଧର ସଫଳ ପରିଚାଳନା ଯୋଗୁଁ ବନ୍ୟାର ଚାପ ବହୁ ପରିମାଣରେ ନିୟନ୍ତ୍ରଣରେ ରହିଛି। 

ପାଣି କମୁଛି, ଦୁର୍ଦ୍ଦଶା ବଢୁଛି 
ଭଦ୍ରକ ଓ ଯାଜପୁରରେ ବନ୍ୟାର ତାଣ୍ଡବ
୨ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୫ଟି ଘାଇ
ଭଦ୍ରକ, ବାଲେଶ୍ବରରେ ପରିସ୍ଥିତି ସମାନ
ଏବେ ବି ଜଳବନ୍ଦୀ ଅବସ୍ଥାରେ ଅନେକ ଗାଁ
ବାଙ୍କୀ ଅଞ୍ଚଳରେ ଫସଲ ନଷ୍ଟ, ଜଳବନ୍ଦୀ ଲୋକେ
ଖୋର୍ଦ୍ଧାରେ କଲବଲ କରୁଛି ରାଜୁଆ ନଦୀ
ପୁରୀର କଣାସ, ନିମାପଡ଼ା ଓ ଗୋପ ବ୍ଲକରେ ବନ୍ୟା ପାଣି
ମହାନଦୀରେ ଆଉ ବନ୍ୟା ଆଶଙ୍କା ନାହିଁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।