Mystery Behind Youth’s Shocking Step: କାଳୀ ମନ୍ଦିରରେ ଜିଭ କାଟିଲେ ଯୁବକ, କାହିଁକି କଲେ ଏମିତି ?
କାଳୀ ମନ୍ଦିରରେ ଜିଭ କାଟିଲେ ଯୁବକ। ନିଜ ହାତରେ ନିଜ ଜିଭ କାଟି ମନ୍ଦିର ପାହାଚରେ ଗୁହାରିଆ ପଡ଼ିଲେ ଯୁବକ। ଏପରି କିଛି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ହଂସତୁଳି ଗାଁରେ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗାଁର ଜଣେ ଯୁବକ ଗାଁରେ ଥିବା କାଳୀ ମନ୍ଦିରକୁ ଯାଇ ନିଜ ଜିଭ କାଟି ଦେଇଥିଲେ।
ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ମନ୍ଦିର ପାହାଚ ନିକଟରେ ମୁମୂର୍ଷୁ ଓ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଯୁବକ ଜଣକ ୪ ଦିନ ପୂର୍ବେ ବିଦେଶରୁ ଗାଁକୁ ଫେରିଥିଲେ। ହେଲେ ଏଭଳି କରି ସେ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ନା କୌଣସି ଅନ୍ଧବିଶ୍ୱାସରେ ପଡ଼ି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ସେ ନେଇ କୌଣସି ସୂଚନା ମିଳିପାରିନି।..
ନିଜ ଜିଭ ନିଜେ କାଟିଦେଲେ!
କାଳୀ ମନ୍ଦିରରେ ଜିଭ କାଟିଲେ ଯୁବକ
ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ହଂସତୁଳି ଗାଁରେ ଅଭାବନୀୟ ଘଟଣା
ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ
ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର
ଜୀବନ ହାରିବାକୁ ଉଦ୍ୟମ ନା ଅନ୍ଧବିଶ୍ୱାସ, ଏବେ ବି ଅସ୍ପଷ୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।