Fishing Boat Accident: ବାତ୍ୟା ପ୍ରଭାବରେ ସମୁଦ୍ରର ଉଚ୍ଚ ଜୁଆର ମାଡରେ ଓଲଟିଲା ମାଛଧରା ଡଙ୍ଗା
ବାତ୍ୟା ପ୍ରଭାବରେ ଉଚ୍ଚ ଜୁଆର ମାଡରେ ଓଲଟିଲା ମାଛଧରା ଡଙ୍ଗା।
ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ।
ଜୀବନ ବଞ୍ଚାଇବାକୁ ହେନ୍ତାଳ ବଣ ଭିତରେ ପଶି କୂଳକୁ ଆସିଲେ।
ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କଲା ସାମୁଦ୍ରିକ ଥାନା ପୋଲିସ।
ଚୂଡ଼ାମଣି ସାମୁଦ୍ରିକ ଥାନା ଅଞ୍ଚଳର ୬ ଜଣ ମତ୍ସ୍ୟଜୀବୀ ଗତ ୧୩ ତାରିଖରେ ମହାଲକ୍ଷ୍ମୀ ନାମକ ମାଛଧରା ଭୁଟୁଭୁଟିରେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ।
Advertisment ତେବେ ୧୬ ତାରିଖରେ ମଝି ସମୁଦ୍ରରେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଡଙ୍ଗା ମାଲିକଙ୍କୁ ଖବର ଦେଇଥିଲେ।
ସହାୟତା ପାଇଁ ଆସିଥିବା ଅନ୍ୟ ଏକ ଡଙ୍ଗା ଫେରିଯାଇଥିଲା।
ଏହାପରେ ବାତ୍ୟାର ସୂଚନା ପାଇ କଶିଆ ସାମୁଦ୍ରିକ ମୁହାଣ ନିକଟସ୍ଥ ହବାଳିସାହି ସମୁଦ୍ର କୂଳରେ ପହଞ୍ଚିବା ବେଳେ ଉଚ୍ଚ ଜୁଆର ମାଡ଼ରେ ଡଙ୍ଗାଟି ଓଲଟି ପଡ଼ିଥିଲା।
ଫଳରେ ଜୀବନ ବଞ୍ଚାଇବାକୁ ୬ ମତ୍ସ୍ୟଜୀବୀ ହେନ୍ତାଳ ବଣ ଭିତରେ ପଶି କୂଳକୁ ଆସିଥିଲେ।
ପରେ ସାମୁଦ୍ରିକ ଥାନା ପୋଲିସ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।
Advertisment ସମୁଦ୍ରର ଉଚ୍ଚ ଜୁଆର ମାଡରେ ଓଲଟିଲା ମାଛଧରା ଡଙ୍ଗା ଡଙ୍ଗା ଓଲଟିବା ପରେ ହେନ୍ତାଳ ବଣରେ ଆଶ୍ରୟ ହେନ୍ତାଳ ବଣରେ ପଶି ଜୀବନ ବଞ୍ଚାଇଲେ ୬ ମତ୍ସ୍ୟଜୀବୀ ଗତ ୧୩ ତାରିଖରେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
