Cuttack Bali Jatra 2026: ବାଲିଯାତ୍ରାକୁ ବାତ୍ୟା ଟେନସନ୍; ଗଞ୍ଜାମରେ ଲ୍ୟାଣ୍ଡଫଲ୍, ଭିଜେଇଦେଲା କଟକ ବାଲିଯାତ୍ରା
ବାଲିଯାତ୍ରାକୁ ଘାରିଛି ବାତ୍ୟା ଚିନ୍ତା।
କାରଣ ଲ୍ୟାଣ୍ଡଫଲ୍ ସିନା ଗଞ୍ଜାମରେ କଲା କିନ୍ତୁ ଏଠି ଉଜାଡ଼ିଛି ଅନେକ କିଛି।
ପାଣି ଜମି ଯାଇଛି ପୁରା ପଡ଼ିଆରେ।
ଦୋଳି ବାନ୍ଧି ହେଉନି କି କୌଣସି ନିର୍ମାଣ କାମ କରି ହେଉନି।
ଦେଖନ୍ତୁ ଏଇ ରିପୋର୍ଟ Advertisment ବାଲିଯାତ୍ରାକୁ ଘାରିଛି ବାତ୍ୟା ଟେନସନ୍।
ଗଞ୍ଜାମରେ ସିନା ଲ୍ୟାଣ୍ଡଫଲ୍ କଲା ଅକ୍ବାନ୍ ହେଲେ ଭିଜେଇଦେଲା କଟକ ବାଲିଯାତ୍ରା।
ଦେଖନ୍ତୁ ୟେ ତଳ ବାଲିଯାତ୍ରାର ବିଶାଳ ପଡ଼ିଆ।
ସବୁଠୁ ପାଣି, ଠାଏ ଠାଏ ଖାଲ ବି।
ଦୋଳି ପାଇଁ ଭିଡ଼ା ଭାଡ଼ି ଚାଲିଥିଲା।
ହେଲେ ମାଟି ଓଦା ହେଲା ପରେ ଆଉ କାମ ଆଗକୁ ବଢ଼ି ପାରୁନି।
ପଡ଼ିଆ ଭିତରେ ପାଣି ଛୋଟିଆ ଛୋଟିଆ ସୁଅ କାଟୁଛି, କାଦମୟ କରି ଦେଇଛି ପୁରା ପରିବେଶକୁ।
ଫଳରେ ଷ୍ଟଲ୍ ନିର୍ମାଣ କାମରେ ବାଧା ଉପୁଜିଛି।
ଖାଲି ସେତିକି ନୁହେଁ ଦୂର ଦୂରାନ୍ତରୁ ଆସିଥିବା ଶ୍ରମିକଠୁ ଆରମ୍ଭ କରି ଉଠା ଦୋକାନୀ ସମସଙ୍କ ବଢ଼ିଛି ସମସ୍ୟା।
କାରଣ ଦୋକାନ ଲଗାଇ ନପାରି ପଡ଼ିଆ ଭିତରେ ଏଣେ ତେଣେ ବସି ରହିଛନ୍ତି।
Advertisment ବାଲିଯାତ୍ରାର ସବୁଠୁ ମୁଖ୍ୟ ଆକର୍ଷଣ ହେଉଛି ଦୋଳି।
ହେଲେ ଦୋଳି ଲଗାଇବା ଏତେ ସହଜ ହେଉନି।
ବର୍ଷା ହେଲା ବୋଲି ଦୁଇ ଦିନ ବନ୍ଦ ଥିଲା କାମ ଆଉ ଏବେ ଦୋଳି ଅଧା ଲାଗିଲା ପରେ ପୁରା କାମ ସରିପାରୁନି।
ହାତ ବି କମ୍ ସମୟ।
ଏବର୍ଷ ଜଲଦି କାମ ଆରମ୍ଭ ହୋଇଥିଲା ହେଲେ ବାଲିଯାତ୍ରା ଆରମ୍ଭ ବେଳକୁ କାମ ସରିବ ନା ନାହିଁ ତାହା କହି ହେଉନି।
କାଦୁଅ ପଚ ପଚ ଭିତରେ ବାଲିଯାତ୍ରା ପଡ଼ିଆ।
କେଉଁଠି ଆଣ୍ଠୁଏ କେଉଁଠି ପାଦେ କିନ୍ତୁ ଯେଉଁ ସବୁ ମାଟି ପଡ଼ି ହୋଇଥିଲା ପଡ଼ିଆର ପ୍ରସ୍ତୁତି ସେ ସବୁ ବି ବେହାଲ।...ଆଉ ୟେ ବାଲିଯାତ୍ରାର ହାର୍ଟ ସବୁଠୁ ଅଧିକ ଆକର୍ଷଣୀୟ 'କଟକ ଇନ୍ କଟକ'।
ଗଛରେ ଲାଇଟ୍ ଝୁଲୁଛି କିନ୍ତୁ ତଳେ ପାଣି ଜମିଛି।
ଷ୍ଟଲ୍ ତ ଛାଡ଼ନ୍ତୁ ଛିଡ଼ା ହେବା ସମ୍ଭବ ନୁହେଁ।
ଏସବୁ ଭିତରେ ଜିଲ୍ଲାପାଳ କହିଛନ୍ତି, ବାତ୍ୟା ପ୍ରଭାବ ସରିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାମ ହେବ।
ଓଡ଼ିଶାର, ଓଡ଼ିଆଙ୍କ ପରିଚୟ ହେଉଛି ବାଲିଯାତ୍ରା।
ଲକ୍ଷ ଲକ୍ଷ ଲୋକେ ଅପେକ୍ଷା କରନ୍ତି ଓ ପ୍ରତିବର୍ଷ ସାରା ଦେଶରୁ ବ୍ୟବସାୟୀ ଆସନ୍ତି।
ହେଲେ ସତେ ଯେମିତି ଏବର୍ଷ ବାଲିଯାତ୍ରାକୁ ବାତ୍ୟାର ନଜର ଲାଗିଛି।
ବାଲିଯାତ୍ରାକୁ ଘାରିଛି ବାତ୍ୟା ଟେନସନ୍ ଗଞ୍ଜାମରେ ଲ୍ୟାଣ୍ଡଫଲ୍, ଭିଜେଇଦେଲା କଟକ ବାଲିଯାତ୍ରା ବାଲିଯାତ୍ରାର ବିଶାଳ ପଡ଼ିଆରେ ଜମିଛି ପାଣି ସବୁଠୁ ପାଣି, ଠାଏ ଠାଏ ଖାଲ ଦୋଳି ବନ୍ଧା ଯାଇପାରୁନି, ଷ୍ଟଲ୍ ହେଇପାରୁନି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
