First Standard Textbook Controversy; ପ୍ରଥମ ଶ୍ରେଣୀ ବହିରେ ଭୁଲ୍ ନାହିଁ: ଗଣଶିକ୍ଷା ମନ୍ତ୍ରୀ

Aug 06, 2026 - 16:44
First Standard Textbook Controversy; ପ୍ରଥମ ଶ୍ରେଣୀ ବହିରେ ଭୁଲ୍ ନାହିଁ: ଗଣଶିକ୍ଷା ମନ୍ତ୍ରୀ

ପ୍ରଥମ ଶ୍ରେଣୀ ପାଠ୍ୟ ପୁସ୍ତକରେ ହୋଇନି ତ୍ରୁଟି । ପ୍ରଥମ ଶ୍ରେଣୀ ବହିରେ ଯେପରି ତ୍ରୁଟି ନେଇ ପ୍ରଚାର ହେଉଛି, ସେଭଳି କୌଣସି ଭୁଲ୍ ହୋଇନାହିଁ। ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏଭଳି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ପିଲାଙ୍କୁ ସଠିକ୍ ବହି ଯୋଗାଇ ଦିଆଯିବ ।

ଅନ୍ୟପଟେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତକୁ ନେଇ ଗଣମାଧ୍ୟମରେ ହେଉଥିବା ଉପସ୍ଥାପନାକୁ ମନ୍ତ୍ରୀ ଭୁଲ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ଜାତୀୟ ଶିକ୍ଷାନୀତିରେ ଅନ୍ୟ ରାଜ୍ୟର ଗୀତକୁ ମଧ୍ୟ ସ୍ଥାନ ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଏହାକୁ ଭୁଲ ଭାବେ ପ୍ରଚାର କରାଯାଉଛି । ଅନୁଧ୍ୟାନ କରାନଯାଇ ଅପପ୍ରଚାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ମନ୍ତ୍ରୀ। 

ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ ସରିଲା ଗୁରୁତ୍ବପୂର୍ଣ୍ଣ ବୈଠକ
ବହି ତ୍ରୁଟି ବାବଦରେ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା
ପ୍ରଥମ ଶ୍ରେଣୀ ପାଠ୍ୟ ପୁସ୍ତକରେ ହୋଇନି ତ୍ରୁଟି: ଗଣଶିକ୍ଷା ମନ୍ତ୍ରୀ 
`ଯେପରି ପ୍ରଚାର ହେଉଛି ସେଭଳି ଭୁଲ୍ ହୋଇନାହିଁ'
`ନିମ୍ବୁଡ଼ା ନିମ୍ବୁଡ଼ା ଗୀତକୁ ନେଇ ଭୁଲ୍ ଉପସ୍ଥାପନା କରାଯାଉଛି'
`ଜାତୀୟ ଶିକ୍ଷାନୀତି ଅନୁସାରେ ଅନ୍ୟ ରାଜ୍ୟର ଗୀତ ସ୍ଥାନ ପାଇପାରିବ'
ଅନୁଧ୍ୟାନ କରାନଯାଇ ଅପପ୍ରଚାର କରାଯାଉଛି: ଗଣଶିକ୍ଷା ମନ୍ତ୍ରୀ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।