ଚପଲ ପିନ୍ଧି କଲେ ଗାଡିପୂଜା

Aug 06, 2026 - 16:36
ଚପଲ ପିନ୍ଧି କଲେ ଗାଡିପୂଜା

 

ଅଭିନେତ୍ରୀ ମଲାଇକା ଅରୋରା ନିକଟରେ ପ୍ରାୟ ୨୮ ଲକ୍ଷ ଟଙ୍କା ମୂଲ୍ୟର ଏକ ନୂଆ ମହିନ୍ଦ୍ରା ଥାର୍ ରକ୍ସ ଗାଡ଼ି କିଣିଛନ୍ତି । ତେବେ ଗାଡିର ପୂଜା ଅର୍ଚ୍ଚନା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପୂଜା ସମୟରେ ମଲାଇକା ଷ୍ଟ୍ରାଇପ୍ଡ କୋ-ଅର୍ଡ ସେଟ୍, ଡିପ୍-ନେକ୍ ଟପ୍, ଗଗଲ୍ସ ଏବଂ ହାଇ ହିଲ୍ସ ପିନ୍ଧି ହାତରେ ଆରତି ଥାଳି ଧରି ଗାଡ଼ିକୁ ପୂଜା କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓକୁ ସୋସିଆଲ ମିଡିଆରେ ୟୁଜର୍ସ ଟ୍ରୋଲ କରୁଥିବା ଦେଖିବାକୁ ମିଳୁଛି । ଚପଲ ପିନ୍ଧିବା ସହ  ଅଶାଳୀନ ପୋଷାକରେ ଆରତି କରିବାକୁ ନେଇ  କେତେକ ୟୁଜର୍ସ ଟ୍ରୋଲ କରୁଥିବା ଦେଖିବାକୁ ମିଳୁଛି ।  କିଛି ଫ୍ୟାନମାନେ ତାଙ୍କର ନୂଆ ଗାଡି ପାଇଁ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ତେବେ ଏହି ଟ୍ରୋଲିଂକୁ ନେଇ ମଲାଇକା କୌଣସି ମତ ଦେଇନାହାନ୍ତି । ପୂର୍ବରୁ ସେ ଏଭଳି କମେଣ୍ଟକୁ ଖାତିର କରନ୍ତି ନାହିଁ ବୋଲି ଅନେକ ସାକ୍ଷାତକାରରେ କହିସାରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।