22 Districts to Receive ₹110 Crore Flood Assistance: ୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା, ଘୋଷଣା କଲେ ରାଜସ୍ୱ ମନ୍ତ୍ରୀ
ଆସିଲା ବନ୍ୟା ସହାୟତା । ୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଲେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । କ୍ଷୟକ୍ଷତିର ଆକଳନ ଅନୁଯାୟୀ ସହାୟତା ରାଶି DBT ମାଧ୍ୟମରେ ପହଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାଲେଶ୍ୱର, ଭଦ୍ରକ ଓ ଯାଜପୁର। ବାଲେଶ୍ୱରକୁ ୨୨.୦୩ କୋଟି, ଯାଜପୁରକୁ ୨୦.୨୦ କୋଟି ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କାର ବନ୍ୟା ସହାୟତା ପ୍ରଦାନ କରାଯାଇଛି।
ଏହାଛଡ଼ା ଜଗତସିଂହପୁରକୁ ୮.୧୮ କୋଟି, କେନ୍ଦୁଝରକୁ ୬.୧୧ କୋଟି, ସମ୍ବଲପୁରକୁ ୫.୫୬ କୋଟି, କେନ୍ଦ୍ରାପଡ଼ାକୁ ୫.୦୪ କୋଟି, ମୟୂରଭଞ୍ଜକୁ ୫.୦୨ କୋଟି, ଖୋର୍ଦ୍ଧାକୁ ୨.୦୬ କୋଟି, ସୁବର୍ଣ୍ଣପୁରକୁ ୨.୩୧ କୋଟି, ବୌଦ୍ଧକୁ ୧.୨୯ କୋଟି ପ୍ରଦାନ କରାଯାଇଛି । ଅନେକ ଜିଲ୍ଲାରେ ଏବେ ବି ବନ୍ୟାଜଳ ସମ୍ପୂର୍ଣ୍ଣ ନିଷ୍କାସନ ହୋଇନାହିଁ। ବିଭିନ୍ନ ନଦୀରେ ଜଳପତନ ମଧ୍ୟ ସମ୍ପୂର୍ଣ୍ଣ କମିନାହିଁ। ଚଳିତ ବର୍ଷ ସ୍ୱାଭାବିକଠାରୁ ୬୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି।
ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବିଭିନ୍ନ ବିଭାଗର କ୍ଷୟକ୍ଷତି ରିପୋର୍ଟ ଆସିବାକୁ ଥିବାବେଳେ ଏହାକୁ ନେଇ ରାଜସ୍ୱ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ଜିଲ୍ଲାଗୁଡ଼ିକରୁ ବିସ୍ତୃତ ରିପୋର୍ଟ ମଗାଯାଇଛି। କେଉଁ କେଉଁ ସ୍ଥାନରେ ଘାଇ ମରାମତି ଏବଂ ନଦୀବନ୍ଧ କାର୍ଯ୍ୟ କରାଯାଇଛି, ସେନେଇ ମଧ୍ୟ ରିପୋର୍ଟ ଦେବାକୁ କୁହାଯାଇଛି।
୨୨ ଜିଲ୍ଲାକୁ ମିଳିଲା ୧୧୦ କୋଟି ବନ୍ୟା ସହାୟତା
ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
‘ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବ୍ୟାପକ କ୍ଷୟ କ୍ଷତି’
ବାଲେଶ୍ୱରକୁ ୨୨.୦୩, ଯାଜପୁରକୁ ୨୦.୨୦, ଭଦ୍ରକକୁ ୨୦.୧୨ କୋଟି
ଜଗତସିଂହପୁରକୁ ୮.୧୮ କୋଟି, କେନ୍ଦୁଝରକୁ ୬.୧୧ କୋଟି
ସମ୍ବଲପୁରକୁ ୫.୫୬ କୋଟି, କେନ୍ଦ୍ରାପଡ଼ାକୁ ୫.୦୪ କୋଟି
ମୟୂରଭଞ୍ଜକୁ ୫.୦୨ କୋଟି, ଖୋର୍ଦ୍ଧାକୁ ୨.୦୬ କୋଟି
ସୁବର୍ଣ୍ଣପୁରକୁ ୨.୩୧ କୋଟି, ବୌଦ୍ଧକୁ ୧.୨୯ କୋଟି
କାଲି ୫ଟା ସୁଦ୍ଧା ବିଭିନ୍ନ ବିଭାଗର ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।