Protesters Plant Rice Seedlings on Road: ରାସ୍ତାରେ ବସି ଧାନ ରୋଇଲେ, ରାଜପଥ ମରାମତି ଦାବିରେ ରାସ୍ତାରୋକ
ରାସ୍ତା ଉପରେ ବସିଲେ... ଖାଲଖମାରେ ଜମିଥିବା ପାଣିରେ ଧାନ ରୋଇଲେ। ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଆନ୍ଦୋଳନକାରୀ। କଟକ ଜିଲ୍ଲା ଟାଙ୍ଗୀ ମଙ୍ଗୁଳି ଛକରେ ରାଜପଥର ଶୋଚନୀୟ ଅବସ୍ଥାକୁ ନେଇ ପ୍ରତିବାଦ। ୫୫ ନମ୍ବର ଓ ୧୬ ନମ୍ବର ଜାତୀୟ ରାଜପଥ ସଂଯୋଗସ୍ଥଳୀରେ ଖାଲଖମାରେ ଭରି ରହିଛି ରାସ୍ତା।
ଏହାର ପ୍ରତିବାଦରେ କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଛନ୍ତି। ଟାଙ୍ଗୀ ବ୍ଲକ କଂଗ୍ରେସ ସଭାପତି ଆଶୁତୋଷ ବରାଳଙ୍କ ନେତୃତ୍ୱରେ କର୍ମୀମାନେ ରାସ୍ତାର ଖାଲରେ ବସି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଖାଲରେ ପଡ଼ି ଦୁର୍ଘଟଣାରେ ଅନେକ ଲୋକ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରି ତୁରନ୍ତ ରାସ୍ତା ମରାମତି ଦାବି କରିଛନ୍ତି ପ୍ରତିବାଦକାରୀ।
ରାଜପଥ ଦୁରାବସ୍ଥାକୁ ନେଇ ରାସ୍ତାରୋକ
ଖାଲରେ ବସି କଂଗ୍ରେସର ପ୍ରତିବାଦ
ମଙ୍ଗୁଳି ଛକରେ ଅଭିନବ ଆନ୍ଦୋଳନ
ରାଜପଥ ମରାମତି ଦାବିରେ ରାସ୍ତାରୋକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।