Fed Up With Hostel Issues: ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଲେ ଛାତ୍ର, ୧୮୦ରୁ ଅଧିକ ପିଲା ଗଲେ ଘରକୁ
ଅବ୍ୟବସ୍ଥାରେ ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଲେ ଛାତ୍ର। ବର୍ଷ ବର୍ଷ ଧରି ଲାଗି ରହିଥିବା ମୌଳିକ ସମସ୍ୟାର ସମାଧାନ ନହେବାରୁ ଶେଷରେ ହଷ୍ଟେଲ ଛାଡ଼ି ଘରମୁହାଁ ହୋଇଛନ୍ତି ଶତାଧିକ ପିଲା। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସାନଟେମରା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆସିଛି ଏହି ଚିନ୍ତାଜନକ ଚିତ୍ର। ଅଭିଯୋଗ ଅନୁସାରେ, ହଷ୍ଟେଲରେ ପ୍ରାୟ ୧୮୦ ଜଣ ଛାତ୍ର ରହୁଥିଲେ। କିନ୍ତୁ ବର୍ଷ ବର୍ଷ ଧରି ହଷ୍ଟେଲରେ ମୌଳିକ ସୁବିଧା ପାଇପାରୁନଥିଲେ ।
ହଷ୍ଟେଲ ନାଁକୁ ଥିଲେ ମଧ୍ୟ ରହିବା ପାଇଁ ସ୍ୱତନ୍ତ୍ର ଗୃହ ନଥିଲା । ବର୍ଷା ହେଲେ ଛାତରୁ ପାଣି ଗଳୁଥିଲା । ଏହାସହ ପାଇଖାନା ସମସ୍ୟା, ନିମ୍ନମାନର ଖାଦ୍ୟ, ଭାତରେ ପୋକ ବାହାରିବା, ଖେଳ ସାମଗ୍ରୀର ଅଭାବ ଭଳି ଅନେକ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମାଧାନ ହୋଇନଥିଲା। ଏହି କାରଣରୁ ବାଧ୍ୟ ହୋଇ ଛାତ୍ରମାନେ ବ୍ୟାଗ ଧରି ହଷ୍ଟେଲ ଛାଡ଼ି ନିଜ ନିଜ ଘରକୁ ଯାଇଛନ୍ତି।
ପ୍ରାୟ ୧୫ କିଲୋମିଟରରୁ ଅଧିକ ରାସ୍ତା ପାଦରେ ଚାଲି ଚାଲି ଘରକୁ ଛାତ୍ରଛାତ୍ରୀ ଫେରୁଥିବା ଦେଖିବାକୁ ମିଳିଥିଲା। ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜଲଷ୍ମୀ ମହାରଣା ହଷ୍ଟେଲର କିଛି ସମସ୍ୟା ଥିବା ସ୍ୱୀକାର କରିଥିବା ବେଳେ ଅନ୍ୟ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଓ ବ୍ଲକ ସମ୍ପ୍ରସାରଣ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରିଥିଲେ।
ଅବ୍ୟବସ୍ଥାରେ ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଲେ ଛାତ୍ର
ମୌଳିକ ସମସ୍ୟାର ସମାଧାନ ନହେବାରୁ ହଷ୍ଟେଲ ଛାଡ଼ିଲେ
୧୮୦ରୁ ଅଧିକ ପିଲା ହଷ୍ଟେଲ ଛାଡ଼ି ଘରକୁ ଗଲେ
ହଷ୍ଟେଲରେ ବର୍ଷା ହେଲେ ଛାତରୁ ପାଣି ଗଳୁଥିବା ଅଭିଯୋଗ
ପାଇଖାନା ସମସ୍ୟା, ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ
ଗ୍ରାମବାସୀଙ୍କ ଅସନ୍ତୋଷ, ପ୍ରଶାସନର ବୁଝାସୁଝା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।