Fire Engulfs Tent House and Two-Room House: ବଣିଆ ଗାଁରେ ଟେଣ୍ଟ ହାଉସ୍ ସହ ଜଳିଗଲା ଘର, ୫୦ ଲକ୍ଷର ସାମଗ୍ରୀ ପୋଡ଼ି ପାଉଁଶ
ଭଦ୍ରକ ବ୍ଲକ ବଣିଆ ଗାଁରେ ଟେଣ୍ଟ ହାଉସ୍ ସହ ଜଳିଗଲା ୨ ବଖରା ଘର।
ବିଳମ୍ବିତ ରାତିରେ ଟେଣ୍ଟ ହାଉସ୍ ସହ ୨ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି।
ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି।
ଭଦ୍ରକ ବ୍ଲକ ଅଧୀନ ବଣିଆ ଗାଁର ଖଗେଶ୍ବର ଓଝାଙ୍କ ଟେଣ୍ଟ ହାଉସରେ ହଠାତ୍ ନିଆଁ ଲାଗି ଯାଇଥିଲା।
ଦେଖୁ ଦେଖୁ ନିଆଁ ବ୍ୟାପି ଯାଇ ପାଖରେ ଥିବା ତାଙ୍କ ବଡ଼ ଭାଇ ଅକ୍ଷୟ କୁମାର ଓଝାଙ୍କ ୨ ବଖରା ଘରକୁ ମଧ୍ୟ ମାଡ଼ି ଯାଇଥିଲା।
Advertisment ଖବର ପାଇ ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।
ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଅଗ୍ନିକାଣ୍ଡରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଟେଣ୍ଟ ହାଉସ୍ ସରଞ୍ଜାମ ପୋଡ଼ି ଛାରଖାର ହୋଇଥିବା ଅନୁମାନ କରାଯାଉଛି।
ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।
ଦୁଇ ପରିବାର ସର୍ବସ୍ବାନ୍ତ ହରାଇଥିବାରୁ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
