Financial transaction: ଟଙ୍କା ଦେଣନେଣ ବିବାଦରୁ ବେକ କାଟିଦେଲେ: ଟାଙ୍ଗିଆରେ ହାଣି ନାଳରେ ଭସାଇଦେଲା

Nov 21, 2026 - 05:40
Financial transaction: ଟଙ୍କା ଦେଣନେଣ ବିବାଦରୁ ବେକ କାଟିଦେଲେ: ଟାଙ୍ଗିଆରେ ହାଣି ନାଳରେ ଭସାଇଦେଲା

ନୟାଗଡ଼: ନୟାଗଡ଼ ଟାଉନ୍‌ ଥାନା ଅଧୀନ ଭାଟସାହି ଗାଁର ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି।

ମୃତ ଯୁବକ ହେଲେ ବିଜୟ ବେହେରା (୪୫)।

ବିଲକୁ ଚାଷ କାମ ପାଇଁ ଯାଉଛି କହି ଘରକୁ ଫେରି ନଥିବା ବିଜୟଙ୍କ ବେକକଟା ମୃତଦେହ ନାଳରେ ଭାସୁଥିବା ଅବସ୍ଥାରେ ଜବତ କରାଯାଇଛି।

ଘଟଣାସ୍ଥଳ‌‌ରେ ନୟାଗଡ଼ ଏସ୍‌ଡିପିଓ ସୃଷ୍ଟି ପ୍ରଧାନ ଓ ଟାଉନ୍‌ ଥାନା ଇନ୍‌ସପେକ୍ଟର ରଶ୍ମିରଞ୍ଜନ ପ୍ରଧାନ ପହଞ୍ଚି ତଦନ୍ତ କରିଥିଲେ।

ବିଜୟଙ୍କ ମା' ଓ ଭାଇ ମଦନ ବେହେରାଙ୍କ ଅଭିଯୋଗ ଆଧାରରେ ପୁଲିସ ସେହି ଗାଁର କୁନା ବେହେରା ଓରଫ ଝରିଆକୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି।

ଟଙ୍କା ଦେଣନେଣ ଓ ପୂର୍ବ ଶତ୍ରୁତାରୁ କୁନା ହିଁ ବିଜୟଙ୍କୁ ହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

Advertisment Crime: ନବବଧୂଙ୍କୁ ହତ୍ୟାକରି ଫ୍ୟାନ୍‌ରେ ଝୁଲାଇଦେଲେ: ବ୍ୟାଙ୍କ ମ୍ୟାନେଜର ସ୍ବାମୀଙ୍କ ସମେତ ଶାଶୂ ଓ ଶଶୁର ଗିରଫ ଟାଙ୍ଗିଆରେ ହାଣି ନାଳରେ ଭସାଇଦେଲା ହତ୍ୟାକାରୀ ଅଟକ, ପୁଲିସର ପଚରାଉଚରା ବିଜୟଙ୍କ ମା'ଙ୍କ ଅଭିଯୋଗ ମୁତାବକ, ପୁଅ ଆଜି ସକାଳୁ ବିଲକୁ ଚାଷକାମ ପାଇଁ ଯାଉଥିବା କହି ଘରୁ ଆସିଥିଲା।

ବହୁ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ସେ ତାଙ୍କୁ ଖୋଜିବାକୁ ଆସିଥିଲେ।

ଦୁଇ ଥର ଏହି ନାଳ ରାସ୍ତାରେ ଯିବାଆସିବା କରିବା ପରେ ବି ପୁଅର କୌଣସି ସନ୍ଧାନ ପାଇ ନଥିଲେ।

ଏହାର କିଛି ସମୟ ପରେ ଜଣେ ଗ୍ରାମବାସୀ ବିଜୟଙ୍କ ମୃତଦେହ ନାଳରେ ଭାସୁଥିବା ସୂଚନା ଦେଇଥିଲେ।

ପରିବାର ଲୋକେ ସେଠାରେ ପହଞ୍ଚି ବିଜୟଙ୍କ ମୃତଦେହ ଚିହ୍ନଟ କରିବା ସହ ତାଙ୍କ ବେକ କଟାଯାଇଥିବା ଦେଖିବାକୁ ପାଇଥିଲେ।

ବିଜୟଙ୍କ ଭାଇ ମଦନଙ୍କ ସୂଚନା ମୁତାବକ, ସେହି ଗାଁର ଝରିଆ ସହ ତାଙ୍କ ପରିବାରର କିଛିଦିନ ହେବ ବିବାଦ ରହିଥିଲା।

କୁନା ଏବଂ ବିଜୟ ମିଶି ଜାଗା ବ୍ୟବସାୟ କରୁଥିଲେ।

ଉଭୟଙ୍କ ମଧ୍ୟରେ ପୂର୍ବରୁ ଭଲ ସମ୍ପର୍କ ରହିଥିଲା।

କୁନା ମଧ୍ୟ ବିଜୟଙ୍କଠାରୁ ଏକ ଲକ୍ଷ ଟଙ୍କା ସୁଧକୁ ନେଇଥିଲେ।

କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଥିଲା।

ଦୁଇ ତିନି ମାସ ତଳେ କୁନାଙ୍କୁ ବିଜୟ ଆକ୍ରମଣ କରିବା ସହ ମୁଣ୍ଡ ବାଡ଼େଇ ଫଟାଇ ଦେଇଥିଲେ।

ଏହି ଘଟଣାକୁ ନେଇ କୁନା ଟାଉନ୍‌ ଥାନାରେ ଅଭିଯୋଗ କରିଥିଲା।

ପୁଲିସ ଏକ ମାମଲା ରୁଜୁ କରି ଆପୋସ ବୁଝାମଣା ପରେ ଉଭୟଙ୍କୁ ଛାଡ଼ିଥିଲା।

ଉଭୟଙ୍କ ସମ୍ପର୍କରେ ତିକ୍ତତା ଏତେ ବଢ଼ିଯାଇଥିଲା ଯେ ବିଜୟଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବାକୁ କୁନା ଧମକ ଦେଇଥିଲା।

ଫଳରେ ସେ ହିଁ ବିଜୟଙ୍କୁ ହତ୍ୟା କରିଛି ବୋଲି ତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।

ଏ ନେଇ ନୟାଗଡ଼ ଏସ୍‌ଡିପିଓ ସୃଷ୍ଟି ପ୍ରଧାନ କହିଛନ୍ତି, ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରାଯାଉଛି।

କେଉଁ କାରଣରୁ ସେ ଏହି ହତ୍ୟାକାଣ୍ଡ ଘଟାଇଛି, ତାହା ଖୁବଶୀଘ୍ର ଜଣାପଡ଼ିଯିବ।

Crime: ନାବାଳକଙ୍କୁ ପିଟିପିଟି ହତ୍ୟା!

ନ୍ୟାୟ ଦାବିରେ ଶବ ଛାଡ଼ୁନାହାନ୍ତି ଗ୍ରାମବାସୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)