Dropouts: ଡ୍ରପ୍‌ ଆଉଟ୍‌: ୫ ଜଣରୁ ଜଣେ ପାଠ ଛାଡ଼ୁଛନ୍ତି, ଝିଅଙ୍କ ତୁଳନାରେ ପୁଅଙ୍କ ହାର ଅଧିକ

Nov 21, 2026 - 05:55
Dropouts: ଡ୍ରପ୍‌ ଆଉଟ୍‌: ୫ ଜଣରୁ ଜଣେ ପାଠ ଛାଡ଼ୁଛନ୍ତି, ଝିଅଙ୍କ ତୁଳନାରେ ପୁଅଙ୍କ ହାର ଅଧିକ

ଅନୁଗୋଳ: ପାଠ ପଢ଼ିବା ପାଇଁ ପ୍ରଥମ ଶ୍ରେଣୀରେ ନାମ ଲେଖାଉଛନ୍ତି, କିନ୍ତୁ ଦଶମ ଶ୍ରେଣୀ ବେଳକୁ ଦେଖା ମିଳୁନି।

କିଏ ଷଷ୍ଠରୁ ତ କେହି ଅଷ୍ଟମରୁ ପାଠ ଛାଡ଼ି ଦେଉଛନ୍ତି।

ଅନୁଗୋଳ ଜିଲ୍ଲା ଶିକ୍ଷା ବ୍ୟବସ୍ଥାରେ ଡ୍ରପ୍‌ ଆଉଟ୍‌ ହାର ଏବେ ଚିନ୍ତାର କାରଣ ସାଜିଛି।

ଗତ ୩ଟି ଶିକ୍ଷାବର୍ଷର ପରିସଂଖ୍ୟାନକୁ ଦେଖିଲେ ଜିଲ୍ଲାରେ ପାଖାପାଖି ୨୦ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଥିବା ପରି ସାଂଘାତିକ ଚିତ୍ର ସାମନାକୁ ଆସିଛି।

ପ୍ରତି ୫ ଜଣଙ୍କ ମଧ୍ୟରେ ଜଣେ ଅଧାରୁ ପାଠ ଛାଡ଼ୁଛନ୍ତି।

ଉଦ୍‌ବେଗର ବିଷୟ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ୍‌ ଆଉଟ୍‌ ହାର ଅଧିକ ରହୁଛି।

ପୁଣି ଝିଅଙ୍କ ତୁଳନାରେ ପୁଅଙ୍କ ଡ୍ରପ୍‌ ଆଉଟ୍‌ ହାର ଅଧିକ ଥିବା ଜଣାପଡ଼ିଛି।

Advertisment Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ହାର ସାଂଘାତିକ ଝିଅଙ୍କ ତୁଳନାରେ ପୁଅଙ୍କ ହାର ଅଧିକ ସରକାରୀ ତଥ୍ୟ କହୁଛି, ୨୦୨୫-୨୬ ଶିକ୍ଷାବର୍ଷରେ ଅନୁଗୋଳ ଜିଲ୍ଲାରେ ମାଧ୍ୟମିକସ୍ତରରେ ଡ୍ରପ୍‌ ଆଉଟ୍‌ ହାର ରହିଛି ୧୭.୬୩ ପ୍ରତିଶତ।

ଏଥିରେ ୨୧.୦୮ ପ୍ରତିଶତ ଛାତ୍ର ଥିବା ବେଳେ ୧୩.୯୬ ପ୍ରତିଶତ ଛାତ୍ରୀ।

ଅର୍ଥାତ୍‌, ଛାତ୍ରମାନେ ହିଁ ମାଧ୍ୟମିକ ସ୍ତରରୁ ପାଠଛାଡ଼ି ଅନ୍ୟ କାମରେ ଲାଗୁଛନ୍ତି।

ଉଚ୍ଚ ପ୍ରାଥମିକ ସ୍ତରରେ ଡ୍ରପ୍‌ ଆଉଟ୍‌ ହାର ୧.୭୩ ପ୍ରତିଶତ ରହିଥିବା ବେଳେ ପ୍ରାଥମିକ ସ୍ତରରେ ଏହା ୦.୧୧ ପ୍ରତିଶତ ରହିଛି।

୨୦୨୪-୨୫ ଶିକ୍ଷାବର୍ଷରେ ଜିଲ୍ଲାରେ ଡ୍ରପ୍‌ ଆଉଟ୍‌ ହାର ୨୪ ପ୍ରତିଶତରୁ ଅଧିକ ରହିଥିଲା।

ମାଧ୍ୟମିକ ସ୍ତରରେ ଏହା ୨୦.୦୧ ପ୍ରତିଶତ ରହିଥିଲା ବେଳେ ପ୍ରାଥମିକ ସ୍ତରରେ ୧.୩୭ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୨.୭୯ ପ୍ରତିଶତ ରହିଥିଲା।

ଆଉ ପାଠ ଛାଡ଼ିଥିବା ପିଲାଙ୍କ ଭିତରୁ ଛାତ୍ର ହିଁ ଅଧିକ ଥିଲେ।

୨୦୨୩-୨୪ ଶିକ୍ଷାବର୍ଷରେ ମାଧ୍ୟମିକ ସ୍ତରରୁ ୧୬.୯ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ବିଦ୍ୟାଳୟ ଛାଡ଼ି ଦେଇଥିଲେ।

ସେହିପରି ଉଚ୍ଚ ପ୍ରାଥମିକ ସ୍ତରରେ ଡ୍ରପ୍‌ ଆଉଟ୍‌ ହାର ଥିଲା ୧.୪ ପ୍ରତିଶତ।

ଶିଳ୍ପବହୁଳ ଅନୁଗୋଳ ଜିଲ୍ଲାରେ ଟଙ୍କାର ଅଭାବ ନ ଥିଲେ ମଧ୍ୟ ଅଧାରୁ ୨୦ ଭାଗ ଛାତ୍ରଛାତ୍ରୀ ପାଠ ଛାଡ଼ିବା ଚିନ୍ତାର କାରଣ ହୋଇଛି।

ମାଳମାଳ ବିଦ୍ୟାଳୟ ସହ ସରକାର ଭିତ୍ତିଭୂମି ଖଞ୍ଜି ଦେଉଥିବା କହୁଥିଲେ ମଧ୍ୟ ଏହା ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କ ମନ କିଣି ପାରୁନି।

ପୁଣି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅଧିକ ପାଠ ଛାଡ଼ୁଥିବା ଜଣାପଡ଼ିଛି।

Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ ଗତ ୩ ଶିକ୍ଷାବର୍ଷରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ଡ୍ରପ୍‌ ଆଉଟ୍‌ ହାର ଯଥାକ୍ରମେ ୨୫.୭୧ ପ୍ରତିଶତ, ୨୬.୮୬ ପ୍ରତିଶତ ଓ ୨୬.୪ ପ୍ରତିଶତ ରହିଛି।

ଏହି ୩ ବର୍ଷରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଭିତରୁ ଯଥାକ୍ରମେ ୨୯.୭୬ ପ୍ରତିଶତ, ୩୩.୨୭ ପ୍ରତିଶତ ଓ ୨୯.୫ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି।

ଅର୍ଥାତ୍‌ ପ୍ରତି ୪ ଜଣ ଛାତ୍ରଛାତ୍ରୀଙ୍କ ଭିତରୁ ଜଣେ ଅଧାରୁ ପାଠ ଛାଡ଼ୁଛନ୍ତି।

ଏହି ବର୍ଗରେ ଛାତ୍ରୀଙ୍କ ତୁଳନାରେ ଛାତ୍ର ଙ୍କ ସଂଖ୍ୟା ଅଧିକ।

ଛାତ୍ରୀମାନେ ବିଦ୍ୟାଳୟ ଯାଉଥିଲା ବେଳେ ଛାତ୍ରମାନେ ଅଧାରୁ ପାଠ ଛାଡ଼ି ଦେଉଛନ୍ତି।

ଏହାକୁ ନେଇ ଶିକ୍ଷାବିତମାନେ ଉଦ୍‌ବେଗ ପ୍ରକାଶ କରିଥିଲା ବେଳେ ଡ୍ରପ୍‌ ଆଉଟ୍‌ ହାର କମାଇବା ପାଇଁ ଅନେକ ଯୋଜନା କରାଯାଉଥିବା ଶିକ୍ଷା ବିଭାଗ କହିଛି।

ମାଗଣା ପାଠ୍ୟପୁସ୍ତକ ପ୍ରଦାନ, ମଧ୍ୟାହ୍ନ ଭୋଜନ, ମାଗଣା ସାଇକଲ୍‌ଠାରୁ ଆରମ୍ଭ କରି ଡ୍ରପ୍‌ ଆଉଟ୍‌ ପିଲାଙ୍କୁ ଫେରାଇ ଆଣିବାକୁ ସ୍ବତନ୍ତ୍ର ଅଭିଯାନ କରାଯାଉଥିବା ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)