FIFA World Cup: ଭିନିସିଅସ୍ଙ୍କ ଯୁଗଳରେ ନକ୍ଆଉଟ୍ରେ ବ୍ରାଜିଲ: ନେମାର ଫେରିଲେ
ମିଆମି: ଭିନିସିଅସ୍ ଜୁନିୟର୍ଙ୍କ ଯୁଗଳ ଗୋଲ୍ରେ ବ୍ରାଜିଲଚଳିତ ବିଶ୍ବକପ୍ର ନକ୍ଆଉଟ୍ରେ ପ୍ରବେଶ କରିଛି। ସ୍ଥାତୀୟ ହାର୍ଡ ରକ୍ ଷ୍ଟାଡିୟମ୍ରେ ଏହି ଦଳ ୩-୦ ଗୋଲ୍ରେ ସ୍କଟ୍ଲାଣ୍ଡକୁ ପରାସ୍ତ କରି ଗ୍ରୁପ୍-ସି’ର ବିଜେତା ହୋଇଛି। ମ୍ୟାଚ୍ର ସପ୍ତମ ମିନିଟ୍ରେ ଭିନିସିଅସ୍ଙ୍କ ଗୋଲ୍ରେ ବ୍ରାଜିଲ୍ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ୪୫+୩ ମିନିଟ୍ରେ ଭିନିସିଅସ୍ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ସ୍କୋର୍ କରିବା ସହ ଦଳକୁ ପ୍ରଥମାର୍ଦ୍ଧରେ ୨-୦ରେ ଆଗରେ ରଖିଥିଲେ। ଏହି ୨ ଗୋଲ୍ ପୂର୍ବରୁ ମରୋକ୍କୋ ଓ ହାଇତି ବିପକ୍ଷରେ ଗୋଟିିଏ ଲେଖାଏଁଗୋଲ୍ଦେଇ ଭିନିସିଅସ୍ ଚଳିତ ପ୍ରତିଯୋଗିତାରେ ୪ ଗୋଲ୍ ସ୍କୋର୍ କରିଛନ୍ତି।
ଭିନିସିଅସ୍ଙ୍କ ଗୋଲ୍ରେ ବ୍ରାଜିଲ୍ ପ୍ରାରମ୍ଭିକ ଅଗ୍ରଣୀ
ଏଥିସହ ବିଶ୍ବକପ୍ର ୩ଟି ଯାକ ଗ୍ରୁପ୍ ମ୍ୟାଚ୍ରେ ଗୋଲ୍ ଦେବାରେ ୨୪ ବର୍ଷ ପ୍ରଥମ ବ୍ରାଜିଲ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ରୋନାଲ୍ଡୋ ଓ ରିଭାଲ୍ଡୋ (୨୦୦୨), ରୋମାରିଓ (୧୯୯୪) ଓ ଜାଇରିଜ୍ନୋ (୧୯୭୦) ଏହି ସଫଳତା ପାଇଥିଲେ।ଦ୍ବିତୀୟାର୍ଦ୍ଧରେ ମାଥ୍ୟୁସ କୁନ୍ହା (୬୦ ମିନିଟ୍) ଗୋଲ୍ ଦେଇ ବ୍ରାଜିଲ୍କୁ ୩-୦ରେ ଅଗ୍ରଣୀ କରାଇଥିଲେ। ଏହା ପରେ ନେମାରଙ୍କ ବିଶ୍ବକପ୍ ପ୍ରତ୍ୟାବର୍ତ୍ତନ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଦଳ ୩-୦ରେ ଆଗରେ ରହିଥିଲା ବେଳେ ୭୫ତମ ମିନିଟ୍ରେ ନେମାର ବଦଳ ଖେଳାଳି ଭାବେ ପଡ଼ିଆରେ ପ୍ରବେଶ କରିଥିଲେ। ୨୦୨୨ କତର ବିଶ୍ବକପ୍ରେ କ୍ରୋଏସିଆ ବିପକ୍ଷ କ୍ବାର୍ଟରଫାଇନାଲ୍ ପରାଜୟ ପରେ ନେମାର ପଡ଼ିଆକୁ ଓହ୍ଲାଇବା ନକ୍ଆଉଟ୍ ପୂର୍ବରୁ ଦଳର ମନୋବଳ ବୃଦ୍ଧି କରିଛି। ଅନ୍ୟପକ୍ଷରେ ଏହି ପରାଜୟ ସହ ସ୍କଟ୍ଲାଣ୍ଡର ବିଶ୍ବକପ୍ ଅଭିଯାନ ଶେଷ ହୋଇଛି। ଗ୍ରୁପ୍ର ଶୀର୍ଷ ସ୍ଥାନ ଦଖଲ କରିଥିବାରୁ ବ୍ରାଜିଲ୍ ରାଉଣ୍ଡ-୩୨ରେ ପ୍ରତିଯୋଗିତାର ଶ୍ରେଷ୍ଠ ତୃତୀୟ ସ୍ଥାନ ଦଳ ବିପକ୍ଷରେ ଖେଳିବ।
https://sambad.in/sports/fifa-world-cup-morocco-vs-haiti-round-of-32-qualification-12073030