Farmer Protest ଧାନ ମଣ୍ଡି ସମସ୍ୟା ନେଇ ୩୫୩ନଂ ଜାତୀୟ ରାଜପଥ ଅବରୋଧ

Jun 29, 2026 - 16:49
Farmer Protest ଧାନ ମଣ୍ଡି ସମସ୍ୟା ନେଇ ୩୫୩ନଂ ଜାତୀୟ ରାଜପଥ ଅବରୋଧ

"ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍‌ ଅନ୍ତର୍ଗତ ଧାନ ମଣ୍ଡିରୁ  ଧାନ ଉଠାଣରେ ଅବ୍ୟବସ୍ଥାକୁ କେନ୍ଦ୍ର କରି ଆଜି (ସୋମବାର) କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ରାଜରାସ୍ତାରେ ଚାଷୀଙ୍କ ବିକ୍ଷୋଭ ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Advertisment ସ୍ଥାନୀୟ ବ୍ଲକ୍‌ ଛକ ଠାରେ ୩୫୩ ନମ୍ବର ଜାତୀୟ ରାଜପଥଙ୍କୁ ଚାଷୀମାନେ ଧାନବସ୍ତା ପକାଇ ଅବରୋଧ କରିଛନ୍ତି।

ସେହିଭଳି ଅରେଡା ଠାରେ ଚାଷୀମାନେ ୫୯ ନମ୍ବର  ଜାତୀୟ ରାଜପଥକୁ ମଧ୍ୟ  ଅବରୋଧ କରିଛନ୍ତି।

ଅବରୋଧ କରିଥିବା ବେଳେ  ଯାନବାହାନ ଚଲା ଚଳ ବନ୍ଦ ରହିଅଛି।

ପ୍ରଶାସନିକ ଅଧିକାରୀ, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ଖଡ଼ିଆଳ ତହସିଲଦାର ନରସିଂହ ଗଡଵ, ଖଡ଼ିଆଳ ଏସ ଡି ପିଓ କୃଷକଙ୍କ ସହ ଆଲୋଚନା କରିଛନ୍ତି।

ଚାଷୀଙ୍କ ଅଭିଯୋଗ ହେଲା,  ଖଡ଼ିଆଳ ବିଜେପୁର ମଣ୍ଡିରେ ୫୮୮ ଜଣ ଚାଷୀଙ୍କ ୬୫ ହଜାର ୨ ବସ୍ତା ଧାନ କ୍ରୟ ହୋଇନପାରି ପଡ଼ିରହିଛି।

ସେହିପରି   ଆରେଡା  ମଣ୍ଡି ରେ ୨୮୬ ଜଣ ଚାଷୀଙ୍କ  ୨୯,୧୪୬ ବସ୍ତା , ଡୁଆଝର ମଣ୍ଡି ରେ ୧୫୨  ଜଣ  ୧୭୨୦୬ ବସ୍ତା ଧାନ, ଭୋଜପୁର ମଣ୍ଡି ରେ ୨୦୫ ଜଣ ଚାଷୀଙ୍କ   ୨୨ ହଜାର ବସ୍ତା ଧାନ ପଡ଼ିରହିଛି।

ଲାଞ୍ଜି ମଣ୍ଡି ରେ ୧୯୯ ଜଣ ଚାଷୀଙ୍କ  ୨୩୩୧୫ ବସ୍ତା ଧାନ ପଡ଼ି ରହିଅଛି।

ସାନମହେଶ୍ୱର ମଣ୍ଡି ରେ  ୨୪୦ ଜଣ ଚାଷୀଙ୍କ  ୩୦୦୫୦ ବସ୍ତା ଧାନ ପଡ଼ି ରହିଅଛି ।

ଏହି ସମସ୍ତ ଧାନକୁ ତୁରନ୍ତ କ୍ରୟ କରିବା ସହ ବରଗାଁ ଏବଂ ଖୁଦପେଜ ମଣ୍ଡିରେ ଚାଷୀଙ୍କ ରବି ଧାନ ସଂଗ୍ରହ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି।

"