RamTemple: ରାମ ମନ୍ଦିର ଦାନ ଚୋରି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରେ ଲଢ଼ିଲେ ୫ ଲକ୍ଷ ଟଙ୍କା ଜରିମାନା
"ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମାମଲା ଲଢ଼ିଲେ ୫ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଫୈଜାବାଦ ବାର୍ ଆସୋସିଏସନ୍ ପକ୍ଷରୁ ଏହାର ଓକିଲମାନଙ୍କୁ କଡ଼ା ଚେତାବନୀ ଜାରି କରାଯାଇଛି।
ଉତ୍ତର ପ୍ରଦେଶର ଫୈଜାବାଦ ବାର ଆସୋସିଏସନ ଅଯୋଧ୍ୟାର ରାମ ମନ୍ଦିର ସହିତ ଜଡିତ ପାଣ୍ଠିର କଥିତ ଆତ୍ମସାତ୍ ମାମଲାରେ ଅଭିଯୁକ୍ତଙ୍କ ପ୍ରତିନିଧିତ୍ୱ ନକରିବାକୁ ନିଷ୍ପତ୍ତି ନେଇଛି।
ସୋମବାର ବାର୍ ଆସୋସିଏସନ୍ର ସାଧାରଣ ପରିଷଦ ବୈଠକରେ ବାର ଚେତାବନୀ ଦେଇଛି ଯେ, ଅଭିଯୁକ୍ତଙ୍କ ପାଇଁ ମାମଲା ଲଢ଼ିଲେ ଯେକୌଣସି ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ।Advertisment ବୈଠକ ସମୟରେ ଓକିଲମାନେ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ପୂର୍ବତନ ମୁଖ୍ୟ ଚମ୍ପତ ରାୟ, ଅନ୍ୟ ସଦସ୍ୟ ଅନିଲ ମିଶ୍ର ଓ ଗୋପାଳ ରାଓଙ୍କୁ ତିନି ଦିନ ମଧ୍ୟରେ ଅଯୋଧ୍ୟା ଛାଡିବାକୁ ଅନୁମତି ନ ଦେବା ପାଇଁ ଦାବି କରିଥିଲେ, ଯଦି ସେମାନେ ଏହା ନ ମାନିଲେ ସହର ଅବରୋଧ କରାଯିବ ବୋଲି ବାର୍ ଆସୋସିଏସନ୍ କହିଛି।
ଚମ୍ପତ ରାୟ ଶ୍ରୀ ରାମ ଜନ୍ମଭୂମି ନ୍ୟାସର ସାଧାରଣ ସମ୍ପାଦକ ଥିଲେ ଓ ସମ୍ପ୍ରତି ଅନ୍ୟ ଜଣେ ଟ୍ରଷ୍ଟି ମିଶ୍ରଙ୍କ ସହିତ ପଦରୁ ଇସ୍ତଫା ଦେଇଥିଲେ।
ଆହୁରି ପଢନ୍ତୁ: Khadge: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଖଡ଼ଗେ ଓ ଅନ୍ୟ ୭ ଜଣ: କଂଗ୍ରେସ ମୁଖ୍ୟ ରାଜ୍ୟସଭାରେ ବିରୋଧୀ ଦଳ ନେତା ନିଯୁକ୍ତ ବାର ଆସୋସିଏସନର ଏହି ନିଷ୍ପତ୍ତି ୨୦୦୫ ମସିହାରେ ରାମ ମନ୍ଦିର ଆତଙ୍କବାଦୀ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କ ପ୍ରତିନିଧିତ୍ୱ କରିବାକୁ ମନା କରିଦେବାର ନିଷ୍ପତ୍ତିର ପ୍ରତିଫଳନ।
ମନ୍ଦିରର ଦାନ ଚୋରି ଆମର ଭାବନାକୁ ଗଭୀର ଭାବରେ ଆଘାତ ଦେଇଛି ବୋଲି ବାର ଆସୋସିଏସନର ସମ୍ପାଦକ ଶୈଳେନ୍ଦ୍ର ଜୟସ୍ବାଲ କହିଛନ୍ତି।
ଫୈଜାବାଦର ସମସ୍ତ ଓକିଲ ଗିରଫ ଅଭିଯୁକ୍ତଙ୍କ ପକ୍ଷ ନ ରଖିବାକୁ ରାଜି ହୋଇଛନ୍ତି।
ବାର୍ ଆସୋସିଏସନ୍ ସଭାପତି କଳିକା ପ୍ରସାଦ ମିଶ୍ର ଓକିଲଙ୍କ ପାଇଁ ଜାରି କରିଥିବା କଡ଼ା ଚେତାବନୀ ସମ୍ପର୍କିତ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଆହୁରି ପଢନ୍ତୁ: Passport: ପାସପୋର୍ଟ ପାଇଁ ଏବେ ଗଣିବାକୁ ପଡିବ ଅଧିକ ଟଙ୍କା ବାର୍ ଆସୋସିଏସନ୍ ସଭାପତି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ ଏହା ମଧ୍ୟ କହିଛନ୍ତି, ଚମ୍ପତ ରାୟ, ଗୋପାଳ ରାଓ ଓ ଅନିଲ ମିଶ୍ରଙ୍କ ଭଳି ଟ୍ରଷ୍ଟ ମୁଖ୍ୟଙ୍କ ଅଜାଣତରେ ଏତେ ବଡ଼ ଘଟଣା ଘଟି ପାରିନଥାନ୍ତା।
ବାର୍ ଆସୋସିଏସନ୍ ଚମ୍ପତ ରାୟ, ଅନିଲ ମିଶ୍ର ଓ ଗୋପାଳ ରାଓଙ୍କ ବିରୋଧରେ ମାମଲା ପଞ୍ଜିକରଣ ପାଇଁ ଧାରା ୧୫୬(୩) ଅନୁଯାୟୀ କୋର୍ଟକୁ ଆବେଦନ କରିବ ଓ ମାମଲାରେ ସିବିଆଇ ତଦନ୍ତ ମଧ୍ୟ ଦାବି କରିବ ବୋଲି ମିଶ୍ର କହିଛନ୍ତି।"