Bridge Collapse ବାଗଲତା ପଡ଼ାରେ ଭାଙ୍ଗିଲା ପୋଲ, ଗାଁ ଲୋକଙ୍କ କଷ୍ଟ ବଢ଼ିଲା

Jun 29, 2026 - 18:06
Bridge Collapse ବାଗଲତା ପଡ଼ାରେ ଭାଙ୍ଗିଲା ପୋଲ, ଗାଁ ଲୋକଙ୍କ କଷ୍ଟ ବଢ଼ିଲା

"ବାଲିଶଙ୍କରା:  ବାଲିଶଙ୍କରା ବ୍ଲକ କୁରେଇ ପଂଚାୟତର ବଣପାହାଡ଼ ଘେରା ଯାମୁଦରହ ବାଗଲତାପଡ଼ାକୁ ସଂଯୋଗ କରୁଥିବା ଏକ ମାତ୍ର ପୋଲ ଭାଙ୍ଗିଯାଇଛି।

ଫଳରେ ଯାତାୟାତ ନିମନ୍ତେ ଗ୍ରାମବାସୀଙ୍କ ପୁଣି ବୃଦ୍ଧି ପାଇଛି।

Advertisment ଏହି ପଡ଼ାରେ ୧୫ ପରିବାରର ପ୍ରାୟ ୭୦/୮୦ ଜଣ ବସବାସ କରନ୍ତି।

ଯାମୁଦରହ ଠାରୁ ବାଗଲତା ପଡ଼ାକୁ ଛୋଟ ରାସ୍ତା ଦେଇ ଯାଇଛି | ଏହି ରାସ୍ତା ହିଁ ଗାଁକୁ ପ୍ରମୁଖ ଗମନାଗମନର ମାର୍ଗ।

କିନ୍ତୁ ଗତକାଲି (ରବିବାର) ଏହି ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

ଫଳରେ ପଡ଼ାକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ଏହା ବ୍ୟତୀତ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଗ୍ରାମବାସୀଙ୍କ ଦୁର୍ଦଶା ବୃଦ୍ଧିପାଇଛି।

କାରଣ,  ବର୍ଷା ହେଲେ ପାହାଡ଼ରୁ ବର୍ଷା ଜଳ ବହୁମାତ୍ରାରେ ବହି ଆସିଥାଏ ଓ ଗାଁ ଲୋକ ଏକପ୍ରକାର ଜଳବନ୍ଦୀରେ ରହନ୍ତି।

Protest: ବାଲିଶଙ୍କରାରେ ପ୍ରସ୍ତାବିତ ଇବନଦୀ ବନ୍ଧ ଯୋଜନାକୁ ବିରୋଧ ପ୍ରକାଶ ଥାଉକି, ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ବାଲିଶଙ୍କରା ପଂଚାୟତ ସମିତି ଜିଲ୍ଲାର ଅଧିକାରୀଙ୍କ ଜନଶୁଣାଣୀରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

ଏଠାକାର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଯାଇପାରିବେ ନାହିଁ।

ଏଣୁ ସମ୍ପୂର୍ଣ୍ଣରୂପେ ଶିକ୍ଷାଦାନରୁ ବଂଚିତ ରହିବେ।

ଗାଁ ଲୋକ ଦୈନନ୍ଦିନ ଜୀବନ ନିମନ୍ତେ ରାସନ ପାଣି ମଧ୍ୟ ଦୋକାନ ବଜାରରୁ ନେଇ ପାରିବେ ନାହିଁ | ଏଣୁ ଯୁଦ୍ଧକାଳୀନ ଭିତରେ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ପଡ଼ାବାସୀ ଦାବି କରିଛନ୍ତି | "