Ireland: ଐତିହାସିକ ବିଜୟର ଦିନକ ପରେ ପଦ ଛାଡ଼ିଲେ ଆୟର୍ଲାଣ୍ଡ ପ୍ରଶିକ୍ଷକ

Jun 29, 2026 - 16:49
Ireland: ଐତିହାସିକ ବିଜୟର ଦିନକ ପରେ ପଦ ଛାଡ଼ିଲେ ଆୟର୍ଲାଣ୍ଡ ପ୍ରଶିକ୍ଷକ

"ଡବ୍‌ଲିନ: ଭାରତ ବିପକ୍ଷରେ ଐତିହାସିକ ଟ୍ବେଣ୍ଟି-୨୦ ଶୃଙ୍ଖଳା ମୂଳପୋଛର ଦିନକ ପରେ ଆୟର୍ଲାଣ୍ଡ ଦଳର ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ହେନେରିକ୍‌ ମଲାନ୍‌।

ଏହାପରେ ଗ୍ୟାରୀ ଓ୍ବିଲ୍‌ସନ୍‌ଙ୍କୁ ନୂଆ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ପ୍ରଦାନ କରିଛି କ୍ରିକେଟ୍‌ ଆୟର୍ଲାଣ୍ଡ।

୪୫ ବର୍ଷୀୟ ମଲାନଙ୍କ ସମୟରେ ଆୟର୍ଲାଣ୍ଡ କ୍ରିକେଟ୍‌ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା।

ଦଳ ଲଗାତାର ତିନିଥର ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଯୋଗ୍ୟତା ହାସଲ କରିଥିଲା।Advertisment ପ୍ରଥମ ତିନୋଟି ଟେଷ୍ଟ ବିଜୟ ହାସଲ କରିଥିଲା ଓ ବିଶ୍ବ ଚାମ୍ପିଅନ ଭାରତ ବିପକ୍ଷରେ ଐତିହାସିକ ଶୃଙ୍ଖଳା ଜିତିଥିଲା।

ତାଙ୍କର କାର୍ଯ୍ୟକାଳ ୨୦୨୭ ପ୍ରାରମ୍ଭ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ରିକେଟ୍‌ ଆୟର୍ଲାଣ୍ଡ ସଂକେତ ଦେଇଥିଲେ ବି ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଆହୁରି ପଢନ୍ତୁ: Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ଆସନ୍ତା ଅଗଷ୍ଟ ମାସରେ ଆୟର୍ଲାଣ୍ଡ ଏସୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିବ।

ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ୍‌ ଥିବାରୁ ଦଳର ପ୍ରସ୍ତୁତି ସମୀକ୍ଷା ଲାଗି ନୂଆ ପ୍ରଶିକ୍ଷକ ଓ୍ବିଲ୍‌ସନଙ୍କ ପାଖରେ ଏକ ଭଲ ସୁଯୋଗ ରହିବ।

ସେ ଆୟର୍ଲାଣ୍ଡ ପାଇଁ ୨ ଟେଷ୍ଟ, ୧୦୫ ଦିନିକିଆ ଓ ୮୧ ଟ୍ବେଣ୍ଟି-୨୦ ଖେଳିଛନ୍ତି।"