Family Refuses to Move Body: ରାସ୍ତା ଉପରେ ଶବ ରଖି ପ୍ରତିବାଦ, ନ୍ୟାୟ ପାଇଁ ପରିବାରର ଲଢ଼େଇ
ରାସ୍ତା ଉପରେ ଶବ ରଖି ନ୍ୟାୟ ଓ କ୍ଷତିପୂରଣ ଦାବିରେ ପ୍ରତିବାଦ।
ଦୁର୍ଘଟଣାରେ ପରିବାରର ମୁରବୀଙ୍କୁ ହରାଇବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ପରିବାର ଲୋକେ।
ବରଗଡ଼ ଗୁରୁଦ୍ୱାରା ଛକରେ ଶବ ରଖି ରାସ୍ତାରୋକ କରିଛନ୍ତି ।
ଫଳରେ ସେଠାରେ ଯାତାୟତ ପ୍ରଭାବିତ ହୋଇଛି ।
ସୂଚନା ଅନୁସାରେ, କପିଳେଶ୍ୱର ନଗରର ୬୦ ବର୍ଷୀୟ ରଞ୍ଜନ ଭୋଇ ଗତକାଲି ସାଇକେଲ ଯୋଗେ ଗୁରୁଦ୍ୱାରା ଛକ ଦେଇ ଯାଉଥିବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା ।
Advertisment ଏହି ଦୁର୍ଘଟଣାରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।
ଆଜି ମୃତଦେହକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବିରେ ପ୍ରତିବାଦ କରିଛନ୍ତି ପରିବାର ଲୋକେ ।
ଘଟଣାସ୍ଥଳରେ ବରଗଡ଼ ଟାଉନ ଥାନା ପୋଲିସ ଓ ତହସିଲଦାର ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ତେବେ ଏନେଇ ପୋଲିସ କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ଦାବିରେ ପ୍ରତିବାଦ ବରଗଡ଼ ଗୁରୁଦ୍ୱାରା ଛକରେ ରାସ୍ତାରୋକ, ଯାତାୟାତ ପ୍ରଭାବିତ ମୃତକଙ୍କ ପରିବାରକୁ ସହାୟତା ଦାବିରେ ଶବ ରଖି ଧାରଣା ବରଗଡ଼ ଟାଉନ ଥାନା ପୋଲିସ ଓ ତହସିଲଦାରଙ୍କୁ ବୁଝାସୁଝା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
