Eye Care: ଶୀତଦିନେ ବାୟୁ ପ୍ରଦୂଷଣରୁ ଆଖିକୁ କିପରି ସୁରକ୍ଷା ଦେବେ? ଜାଣନ୍ତୁ ଜରୁରୀ ଟିପ୍ସ

Oct 23, 2026 - 16:10
Eye Care: ଶୀତଦିନେ ବାୟୁ ପ୍ରଦୂଷଣରୁ ଆଖିକୁ କିପରି ସୁରକ୍ଷା ଦେବେ? ଜାଣନ୍ତୁ ଜରୁରୀ ଟିପ୍ସ

ଶୀତଦିନ ଆସିବା ମାତ୍ରେ ବାୟୁ ପ୍ରଦୂଷଣ ଓ କୁହୁଡ଼ି ସମସ୍ୟା ବୃଦ୍ଧି ପାଇଥାଏ।

ସାଧାରଣତଃ ଆମେ ପ୍ରଦୂଷଣରୁ ଫୁସଫୁସକୁ ବଞ୍ଚାଇବା ପାଇଁ ଧ୍ୟାନ ଦେଇଥାଉ, କିନ୍ତୁ ପ୍ରଦୂଷିତ ବାୟୁର ସିଧାସଳଖ ପ୍ରଭାବ ଆମ ଆଖି ଉପରେ ପଡ଼ିଥାଏ।

'ଭିଜନ ଆଇ ସେଣ୍ଟର'ର ମେଡିକାଲ ଡାଇରେକ୍ଟର ଡାକ୍ତର ତୁଷାର ଗ୍ରୋଭରଙ୍କ ମତରେ, ଏହି ଦିନଗୁଡ଼ିକରେ ଆଖି ପୋଡ଼ିବା, ଲାଲ୍ ପଡ଼ିଯିବା, ପାଣି ବୋହିବା ଏବଂ ଶୁଷ୍କତା ଭଳି ସମସ୍ୟା ବହୁତ ବଢ଼ିଯାଏ ।

Advertisment ଆହୁରି ପଢ଼ନ୍ତୁ: ଦୀପାବଳିରେ ତ୍ୱଚାରେ ଆଣନ୍ତୁ ଚମକ, ଜାଣନ୍ତୁ ତ୍ୱଚାକୁ ଫେଷ୍ଟିଭ୍-ରେଡି କରିବାର ଉପାୟ ଅନେକ ସମୟରେ ଲୋକମାନେ ଭାବନ୍ତି ଯେ ଆଖିରୁ ପାଣି ବୋହିଲେ ଆଖି ଓଦା ରହିଥାଏ, କିନ୍ତୁ ଡାକ୍ତରଙ୍କ କହିବା ଅନୁସାରେ ଏହା ପ୍ରକୃତରେ ଆଖି ଶୁଷ୍କ ହେବାର ଏକ ସଙ୍କେତ।

ଯେତେବେଳେ ପ୍ରଦୂଷଣ ଯୋଗୁଁ ଆଖିର ପୃଷ୍ଠଭାଗ ଶୁଖିଯାଏ, ସେତେବେଳେ ପ୍ରତିକ୍ରିୟା ସ୍ୱରୂପ ଆଖିରୁ ଅଧିକ ପାଣି ବାହାରିଥାଏ।

ପ୍ରଦୂଷଣରୁ ଆଖିକୁ କିପରି ସୁରକ୍ଷିତ ରଖିବେ?

ବାହାରକୁ ଯିବା ସମୟରେ ସତର୍କତା: ବାହାରକୁ ଯିବା ପୂର୍ବରୁ ବାୟୁ ଗୁଣବତ୍ତା ଯାଞ୍ଚ କରନ୍ତୁ।

ବାହାରେ ସମ୍ପୂର୍ଣ୍ଣ ଆଖିକୁ ଘୋଡ଼ାଉଥିବା ଚଷମା ବ୍ୟବହାର କରନ୍ତୁ।

ମନେରଖନ୍ତୁ, ଏନ୍‌୯୫ ମାସ୍କ ଶ୍ୱାସକ୍ରିୟା ପାଇଁ କାମ କରେ, ଆଖି ପାଇଁ ନୁହେଁ।

ଘର ଭିତରର ବାୟୁ ସଫା ରଖନ୍ତୁ: ପ୍ରଦୂଷଣ ଅଧିକ ଥିବା ସମୟରେ କବାଟ-ଝରକା ବନ୍ଦ ରଖନ୍ତୁ।

ଘର ଭିତରେ ଧୂପ, ମହମବତୀ କିମ୍ବା ସିଗାରେଟ୍ ଟାଣନ୍ତୁ ନାହିଁ।

ପ୍ରୟୋଜନ ହେଲେ ଏଚ୍ଇପିଏ ଏୟାର ପ୍ୟୁରିଫାୟାର ବ୍ୟବହାର କରନ୍ତୁ।

ସାଧାରଣ ଯତ୍ନ: ଆଖି ଓଦା ରଖିବା ପାଇଁ ପ୍ରିଜରଭେଟିଭ୍-ଫ୍ରି ଲୁବ୍ରିକେଟିଙ୍ଗ୍ ଆଇ ଡ୍ରପ୍ସ ବ୍ୟବହାର କରନ୍ତୁ।

ଆଖି କୁଣ୍ଡାଇ ହେଲେ ସେଥିରେ ଥଣ୍ଡା ସେକ ଦିଅନ୍ତୁ, କିନ୍ତୁ ଆଖିକୁ ଜମାରୁ ମଳନ୍ତୁ ନାହିଁ।

ଭୁଲରେ ବି ଆଖିରେ ଏହି ସବୁ ଜିନିଷ ପକାନ୍ତୁ ନାହିଁ!

ଗୋଲାପ ଜଳ କିମ୍ବା ଘରୋଇ ଉପଚାର: ଗୋଲାପ ଜଳ କିମ୍ବା ଅନ୍ୟ କୌଣସି ଘରୋଇ ଉପଚାର ସିଧାସଳଖ ଆଖିରେ ପକାନ୍ତୁ ନାହିଁ।

ମନଇଚ୍ଛା ଆଇ ଡ୍ରପ୍ସ: ଡାକ୍ତରଙ୍କ ପରାମର୍ଶ ବିନା କୌଣସି ରେଡନେସ୍-ରିମୁଭିଂ, ଆଣ୍ଟିବାୟୋଟିକ୍ କିମ୍ବା ଷ୍ଟେରଏଡ୍ ଆଇ ଡ୍ରପ୍ସ ବ୍ୟବହାର କରନ୍ତୁ ନାହିଁ।

କଣ୍ଟାକ୍ଟ ଲେନ୍ସ : ପ୍ରଦୂଷଣ ଦିନଗୁଡ଼ିକରେ କଣ୍ଟାକ୍ଟ ଲେନ୍ସ ପରିବର୍ତ୍ତେ ଚଷମା ପିନ୍ଧିବା ଶ୍ରେୟସ୍କର।

ଆହୁରି ପଢ଼ନ୍ତୁ: ଅବସର ପୂର୍ବରୁ ପେନ୍‌ସନ୍ ଓ ଦରମା ଯାଞ୍ଚ ବାଧ୍ୟତାମୂଳକ, ଭୁଲ୍ ହେଲେ ଅଧିକାରୀଙ୍କଠାରୁ ଆଦାୟ ହେବ ଟଙ୍କା ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)