Erasama House Theft: ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ, ୨୦୦ ମିଟର ଯାଇ ଅଟକିଲା ସନ୍ଧାନୀ କୁକୁର

Sep 15, 2026 - 17:14
Erasama House Theft:  ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ, ୨୦୦ ମିଟର ଯାଇ ଅଟକିଲା ସନ୍ଧାନୀ କୁକୁର

"ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଅରଡ଼ା ଗ୍ରାମରେ ଚୋରି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଘରର ମାଲିକ ଶୋଇଥିବା ବେଳେ ମୁଣ୍ଡତଳୁ ମୋବାଇଲ୍‌ ଓ ହାତଘଣ୍ଟା ନେଇଯିବା ସହ ଘରର ଆଲମିରା ଆଦି ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଚୋରାଇନେବା ଘଟଣାରେ ପୁଲିସ ମଧ୍ୟ ତଦନ୍ତରେ ନାକେଦମ ହେବାକୁ ପଡ଼ିଛି।

Advertisment ବିଧାୟକଙ୍କ ଘରୁ ଚୋରି ଘଟଣା: ପୁଲିସ୍‌ ଖୋଲିପାରିବ ତ ଡିଭିଆର୍‌ର ରହସ୍ୟ?

ସୂଚନାନୁସାରେ, ମୁରଲୀ ମହାନ୍ତିଙ୍କ ଘରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ପଶିଥିଲେ।

ଘରେ ସେତେବେଳେ ମୁରଲୀ ମହାନ୍ତିଙ୍କ ପୁଅ ସନ୍ଦୀପ ନିଘୋଡ଼ ନିଦରେ ଶୋଇଥିଲେ।

ମୁଣ୍ଡ ପାଖରୁ ମୋବାଇଲ ଓ ଦୁଇଟି ଘଣ୍ଟା ନେଇଯିବା ସହ ଗୋଡ୍ରେଜ୍ ଓ ବାକ୍ସକୁ ନେଇ ଦୁର୍ବୃତ୍ତମାନେ ଚାଲିଯାଇଥିଲେ।

ସକା‌ଳୁ ଉଠି ସେ ଘରେ ଚୋରି ଯାଇଥିବା ଓ ଭଙ୍ଗା ଗୋଡ୍ରେଜ୍ ଓ ବାକ୍ସ ଘରର ବାରିପଟ ପୋଖରୀ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଛି।

କାଉନସିଲରଙ୍କ ଘରୁ ଚୋରି ମାମଲାରେ ଦୋଷୀକୁ ୩ ବର୍ଷ ଜେଲ୍‌ ଏନେଇ ସନ୍ଦୀପ ଏରସମା ଥାନାରେ ଏତଲା ଦେବା ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସନ୍ଧାନୀ କୁକୁର ଚୋରି ଘରଠାରୁ ପ୍ରାୟ ୨୦୦ ମିଟର ଦୂର ଯାଇ ଜଣେ ବ୍ୟକ୍ତିଙ୍କ ଘର ସାମ୍ନାରେ ଅଟକିଯାଇଥିଲା।

ଏହାକୁ ନେଇ ଚର୍ଚ୍ଚା ବଢ଼ିଥିବା ବେଳେ, ଚୋରି ପଛରେ କିଏ ରହିଛି ଏବଂ ଘଟଣାର ପ୍ରକୃତ ରହସ୍ୟ କ"ଣ, ସେନେଇ ବିଭିନ୍ନ ଆଲୋଚନା ହେଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)