Ganjam School Holiday: ନଭେମ୍ବର ୩ ପର୍ଯ୍ୟନ୍ତ ଗଞ୍ଜାମରେ ସ୍କୁଲ-କଲେଜ ଛୁଟି
ବ୍ରହ୍ମପୁର: ପ୍ରବଳ ବର୍ଷାର ସମ୍ଭାବନା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ବଡ଼ ନିଷ୍ପତ୍ତି ନିଆଯାଇଛି।
ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, ଡିଗ୍ରି କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।
Advertisment ସମ୍ଭାବ୍ୟ ବର୍ଷା ଯୋଗୁଁ କୌଣସି ଅଘଟଣ ଏଡ଼ାଇବା ଏବଂ ପିଲାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିୟମିତ ଭାବେ ନିଜ କାର୍ଯ୍ୟରେ ଉପସ୍ଥିତ ରହିବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
