Success Story Divya Dwivedi: ଆସିଥିଲା ଅନେକ କଠିନ ପରିସ୍ଥିତି କିନ୍ତୁ ଭାଙ୍ଗି ନଥିଲା ଦିବ୍ୟାଙ୍କ ସ୍ବପ୍ନ
"ନୂଆଦିଲ୍ଲୀ: ବାପାଙ୍କ ଆକସ୍ମିକ ମୃତ୍ୟୁ।
କମ୍ ବୟସରେ ବିବାହ ଏବଂ କିଛି ପରିସ୍ଥିତି ପାଇଁ ପାଠପଢ଼ା ଛାଡ଼ିବାକୁ ପଡ଼ିଲା।
କିନ୍ତୁ ଡାକ୍ତର ହେବାର ସ୍ୱପ୍ନ ଛାଡ଼ି ନଥିଲେ।
ବିବାହ ପରେ ପୁଣିଥରେ ବହି ସହିତ ବନ୍ଧୁତା କରି କଠିନ ପରିଶ୍ରମ କଲେ।
ସ୍ୱାମୀ ଓ ଶାଶୂଙ୍କର ପୂର୍ଣ୍ଣ ସମର୍ଥନ ପାଇ ଡାକ୍ତରାଣୀ ହେବାର ସ୍ବପ୍ନକୁ ପୂରା କରି ପାରିଲେ।ସଂଘର୍ଷକୁ ପରାସ୍ତ କରି ସଫଳତାର ସ୍ବାଦ ଚାଖିଲେ ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଦିବ୍ୟା ଦ୍ୱିବେଦୀ।
ବର୍ତ୍ତମାନ ସେ ଜୟସିନଗର ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ୍ ଅଫିସର ଭାବେ କାମ କରୁଛନ୍ତି।Advertisment ପିଲାଦିନରୁ ଥିଲା ଡାକ୍ତର ହେବାର ସ୍ୱପ୍ନ ଦିବ୍ୟାଙ୍କ ଭାଇ ସାକେତ ମିଶ୍ର କହିଛନ୍ତି ଯେ, ତାଙ୍କ ଭଉଣୀଙ୍କ ପାଇଁ ଡାକ୍ତର ହେବା କେବଳ ଏକ କ୍ୟାରିୟର ବିକଳ୍ପ ନଥିଲା, ବରଂ ଏହା ପିଲାଦିନରୁ ଦେଖିଥିବା ଏକ ସ୍ୱପ୍ନ ଥିଲା।
ଦିବ୍ୟା ତିନି ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼।
ସେ ପାଠପଢ଼ୁଥିବା ସମୟରେ ତାଙ୍କ ବାପା ଶୈଳେନ୍ଦ୍ର ମିଶ୍ରଙ୍କର ଅକାଳ ମୃତ୍ୟୁ ହୋଇଥିଲା।
ଏହା ପରେ ମାତ୍ର ୨୦ ବର୍ଷ ବୟସରେ ଦିବ୍ୟାଙ୍କ ବିବାହ ଜୟସିନଗରର ମେଡିକାଲ୍ ସଂସ୍ଥା ଚଳାଉଥିବା ପ୍ରାଞ୍ଜଳ ଦ୍ୱିବେଦୀଙ୍କ ସହିତ ହୋଇଥିଲା।
ନିଟ ପ୍ରସ୍ତୁତି ପାଇଁ ଭୋପାଳ ଗଲେ ବିବାହ ପରେ ମଧ୍ୟ ଦିବ୍ୟାଙ୍କ ମନରେ ଡାକ୍ତର ହେବାର ସ୍ବପ୍ନ ସେହିପରି ଜୀବନ୍ତ ରହିଥିଲା।
ନିଜ ସ୍ୱପ୍ନ ପୂରଣ କରିବା ପାଇଁ ସେ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କୁ ପାଠପଢ଼ିବା ସହିତ ନିଟ ପାଇଁ ପ୍ରସ୍ତୁତି କରିବାର ଇଚ୍ଛା ବିଷୟରେ ଜଣାଇଥିଲେ।ପରିବାର କେବଳ ଦିବ୍ୟାଙ୍କ ଇଚ୍ଛାକୁ ବୁଝି ନଥିଲେ, ବରଂ ତାଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।
ସ୍ୱାମୀ ପ୍ରାଞ୍ଜଳ ଦିବ୍ୟାଙ୍କୁ ନିଟ ପ୍ରସ୍ତୁତି ପାଇଁ ଭୋପାଳ ପଠାଇବାର ନିଷ୍ପତ୍ତି ନେଇଥିଲେ।
ବିବାହ ପରେ ଦିବ୍ୟା ଭୋପାଳରେ ରହି ନିଟ ପାଇଁ ପ୍ରସ୍ତୁତି କରିଥିଲେ।
ଦିବ୍ୟାଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରାର ସବୁଠାରୁ ବିଶେଷ କଥା ହେଉଛି, ସେ ଏକା ଭୋପାଳ ଯାଇ ନଥିଲେ।
ତାଙ୍କ ଶାଶୂ ମଧ୍ୟ ତାଙ୍କ ସହିତ ଭୋପାଳ ଯାଇଥିଲେ।
ବୋହୂର ସମସ୍ତ ଦାୟିତ୍ବ ନେଇଥିଲେ।
ପ୍ରତ୍ୟେକ ପଦକ୍ଷେପରେ ଦିବ୍ୟାଙ୍କୁ ସହଯୋଗ କରିଥିଲେ ଶାଶୁ।
ଦିବ୍ୟା ଯେତେବେଳେ କୋଚିଂରେ ପାଠପଢ଼ୁଥିଲେ, ସେତେବେଳେ ଘରର ସମସ୍ତ ଦାୟିତ୍ୱ ତାଙ୍କ ଶାଶୂ ସମ୍ଭାଳୁଥିଲେ।
ଏପରିକି ଦିବ୍ୟାଙ୍କ ପାଇଁ ଶାଶୂ ନିଜେ ଟିଫିନ୍ ପ୍ରସ୍ତୁତ କରି ଦେଉଥିଲେ।
ତେବେ ଦିବ୍ୟାଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା।
ଡାକ୍ତର ହେବା ପାଇଁ ପ୍ରସ୍ତୁତି କରୁଥିବା ସମୟରେ ସେ ମା' ମଧ୍ୟ ହୋଇଥିଲେ।
ବର୍ତ୍ତମାନ ତାଙ୍କର ତିନି ବର୍ଷର ଝିଅ ଅଛି।
ପାଠପଢ଼ା, କୋଚିଂ, ପରିବାର ଏବଂ ମାତୃତ୍ୱର ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଅତ୍ୟନ୍ତ କଷ୍ଟକର ଥିଲା।
କିନ୍ତୁ ଦିବ୍ୟା କେବେ ହାର ମାନି ନଥିଲେ।ସମଗ୍ର ପରିବାର ତାଙ୍କ ମନୋବଳ ବଢ଼ାଇ ରଖିଥିଲେ ଏବଂ ଝିଅର ଯତ୍ନ ନେବାରେ ମଧ୍ୟ ତାଙ୍କୁ ସମସ୍ତ ପ୍ରକାରର ସହଯୋଗ କରିଥିଲେ।ଶେଷରେ ନିଜର ଦୃଢ଼ ଇଚ୍ଛାଶକ୍ତି, ପରିଶ୍ରମ ଏବଂ ପରିବାରର ସମର୍ଥନ ବଳରେ ଦିବ୍ୟା ନିଜ ପିଲାଦିନର ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିପାରିଛନ୍ତି।
ମୟୂରଭଞ୍ଜରେ ବାଂଲାଦେଶର ଗୁଇନ୍ଦା ପାରା- BAN-2024 ଓ 701831 "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
