Rescue: ପ୍ରବଳ ଜଳସ୍ରୋତରେ ଫସିଥିଲେ ୧୦ ଜଣ; ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Oct 31, 2026 - 19:49
Rescue: ପ୍ରବଳ ଜଳସ୍ରୋତରେ ଫସିଥିଲେ ୧୦ ଜଣ; ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଭଞ୍ଜନଗର: ପ୍ରବଳ ଜଳସ୍ରୋତ ମଧ୍ୟରେ ଏକ କେନାଲରେ ଫସି ରହିଥିବା ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ରାଉରକେଲା ଅଗ୍ନିଶମ ବାହିନୀର କର୍ମଚାରୀ।

ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତାଡମାଠାରେ ଏହି ଘଟଣା ଘଟିଛି।

Advertisment ସୂଚନା ଅନୁଯାୟୀ, ଭଞ୍ଜନଗରର ଗିଡିପାଲି ଅଞ୍ଚଳରେ ଭୂସ୍ଖଳନ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ରାଉରକେଲା ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳକୁ ଯାଉଥିବା ବେଳେ ତାଡମା ନିକଟ କେନାଲ ମଧ୍ୟରେ ୧୦ ଜଣ ଫସି ରହିଥିବା ଦେଖିଥିଲେ।

ବନ୍ୟା ପରିସ୍ଥିତି ଯୋଗୁଁ ପୂର୍ବରୁ ସେମାନଙ୍କୁ ଘରୁ ସ୍ଥାନାନ୍ତର କରାଯାଇ ନିରାପଦ ସ୍ଥାନରେ ରଖାଯାଇଥିଲା।

ତେବେ ଘରେ ଥିବା ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ଆଣିବାକୁ ସେମାନେ ପୁନର୍ବାର ଫେରିଥିବା ବେଳେ କେନାଲର ପ୍ରବଳ ଜଳସ୍ରୋତରେ ଫସି ଯାଇଥିଲେ।

ଏହା ଦେଖି ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ଏଏସ୍‌ଓ ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ଅତ୍ୟନ୍ତ ସତର୍କତା ଓ ସମନ୍ୱୟର ସହ ଉଦ୍ଧାର କାର୍ଯ୍ୟ କରାଯାଇ ସମସ୍ତ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଜଳସ୍ରୋତରୁ ବାହାର କରାଯାଇ ନିରାପଦ ସ୍ଥାନକୁ ନିଆଯାଇଥିଲା।

Rayagada: ରାୟଗଡା ଜିଲ୍ଲାରେ ଚାଞ୍ଚଲ୍ୟ: ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ମୃତଦେହ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)