EPFO Proposes Major Relief: PF ଖାତାରୁ ଉଠାଇପାରିବେ ଅଧିକ ଟଙ୍କା, ଜାଣନ୍ତୁ ନୂଆ ନିୟମ
ଚାକିରି କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ବଡ଼ ଖବର।
ଆପଣଙ୍କ PF ଖାତାରେ ଜମା ଟଙ୍କା ଉଠାଇବା ଏଣିକି ହୋଇପାରେ ଆହୁରି ସହଜ।
ଟଙ୍କା ଉଠାଣ ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛି କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)।
ସବୁଠାରୁ ବଡ଼ କଥା ହେଉଛି, PF ଖାତାରେ ବାଧ୍ୟତାମୂଳକ ରଖିବାକୁ ପଡ଼ୁଥିବା ସର୍ବନିମ୍ନ ଟଙ୍କା ୨୫ ପ୍ରତିଶତରୁ କମାଇ ୧୦ ପ୍ରତିଶତ କରିବାକୁ ପ୍ରସ୍ତାବ ରହିଛି।
ଏହା ଲାଗୁ ହେଲେ ଆବଶ୍ୟକ ସମୟରେ କର୍ମଚାରୀମାନେ ନିଜ PF ଖାତାରୁ ଅଧିକ ଟଙ୍କା ଉଠାଇପାରିବେ।
Advertisment ୨୦ ଲକ୍ଷ ଟଙ୍କା ଥିଲେ କେତେ ଉଠାଇପାରିବେ?
ମନେକର, ଆପଣଙ୍କ PF ଖାତାରେ ଉଠାଣ ପାଇଁ ଯୋଗ୍ୟ ୨୦ ଲକ୍ଷ ଟଙ୍କା ରହିଛି।
ବର୍ତ୍ତମାନର ୨୫ ପ୍ରତିଶତ ସର୍ବନିମ୍ନ ବାଲାନ୍ସ ନିୟମ ଅନୁସାରେ ଆପଣଙ୍କୁ ୫ ଲକ୍ଷ ଟଙ୍କା ଖାତାରେ ରଖିବାକୁ ପଡ଼ିବ।
ଅର୍ଥାତ୍ ସର୍ବାଧିକ ୧୫ ଲକ୍ଷ ଟଙ୍କା ଉଠାଇବାର ସୁଯୋଗ ରହିବ।
କିନ୍ତୁ ନୂଆ ପ୍ରସ୍ତାବ ଅନୁସାରେ ୧୦ ପ୍ରତିଶତ ଅର୍ଥାତ୍ ମାତ୍ର ୨ ଲକ୍ଷ ଟଙ୍କା ଖାତାରେ ରଖିବାକୁ ପଡ଼ିବ।
ଏହି ହିସାବରେ ୧୮ ଲକ୍ଷ ଟଙ୍କା ଉଠାଇବାର ସମ୍ଭାବନା ରହିବ।
ଅର୍ଥାତ୍ ପୂର୍ବ ଅପେକ୍ଷା ଅତିରିକ୍ତ ୩ ଲକ୍ଷ ଟଙ୍କା ଉଠାଇବାର ସୁଯୋଗ ମିଳିପାରେ।
ତେବେ ଏହା ଏକ ଉଦାହରଣ ମାତ୍ର।
ପ୍ରକୃତ ଉଠାଣ ରାଶି ନୂଆ ନିୟମ ଓ ଯୋଗ୍ୟତା ଉପରେ ନିର୍ଭର କରିବ।
୧୨ ମାସ ନୁହେଁ, ମାତ୍ର ୨ ମାସ ଅପେକ୍ଷା!
ଏହା ସହ ଚାକିରି ଛାଡ଼ିବା ପରେ PFର ସମ୍ପୂର୍ଣ୍ଣ ଟଙ୍କା ଉଠାଇବା ପାଇଁ ଥିବା ଅପେକ୍ଷା ସମୟକୁ ୧୨ ମାସରୁ ୨ ମାସକୁ କମାଇବାକୁ ମଧ୍ୟ ପ୍ରସ୍ତାବ ରହିଛି।
ଏହାଦ୍ୱାରା ଚାକିରି ଛାଡ଼ିଥିବା କର୍ମଚାରୀଙ୍କୁ ବିଶେଷ ସୁବିଧା ମିଳିବ।
Advertisment ଅବସର ପରେ ମାସକୁ ମାସ ମିଳିବ PF ଟଙ୍କା!
EPFO ଆଉ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି।
ଅବସର ପରେ ସମସ୍ତ ଟଙ୍କା ଏକାଥରକେ ଉଠାଇବା ବଦଳରେ ମାସିକ, ତ୍ରୈମାସିକ କିମ୍ବା ଛଅ ମାସିଆ କିସ୍ତିରେ ଟଙ୍କା ପାଇବାର ସୁବିଧା ମିଳିପାରେ।
ଏହାକୁ ସିଷ୍ଟମାଟିକ୍ ୱିଥଡ୍ରାଅଲ୍ ପ୍ଲାନ୍ (SWP) କୁହାଯାଉଛି।
ଖାତାରେ ବଳକା ଥିବା ଟଙ୍କା ଉପରେ ସୁଧ ମଧ୍ୟ ମିଳିବ।
ସଦସ୍ୟଙ୍କ ମୃତ୍ୟୁ ହେଲେ ନୋମିନି କିମ୍ବା ନିର୍ଭରଶୀଳ ବ୍ୟକ୍ତି ବଳକା ଟଙ୍କା ଉଠାଇବା କିମ୍ବା କିସ୍ତି ଜାରି ରଖିବାର ବିକଳ୍ପ ପାଇପାରିବେ।
ନଭେମ୍ବର ୧୯ରେ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ ଅଧ୍ୟକ୍ଷତାରେ ହୋଇଥିବା EPFOର ୨୪୦ତମ ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିଛି।
ତେବେ ଏହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିୟମ ହୋଇନାହିଁ।
ଶ୍ରମ ମନ୍ତ୍ରଣାଳୟର ଆବଶ୍ୟକ ଅନୁମୋଦନ ଓ ସରକାରୀ ବିଜ୍ଞପ୍ତି ପରେ ହିଁ ନୂଆ ସୁବିଧା ଲାଗୁ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
