EPF Withdrawals Through UPI: UPIରେ ଉଠିପାରିବ PF ଟଙ୍କା, EPFO ଆଣୁଛି ନୂଆ ବ୍ୟବସ୍ଥା

Nov 23, 2026 - 16:02
EPF Withdrawals Through UPI: UPIରେ ଉଠିପାରିବ PF ଟଙ୍କା, EPFO ଆଣୁଛି ନୂଆ ବ୍ୟବସ୍ଥା

PF ଖାତାଧାରୀଙ୍କ ପାଇଁ ଆସୁଛି ବଡ଼ ଖୁସି ଖବର।

ଏଣିକି ଟଙ୍କା ଉଠାଇବାକୁ ଆଉ ଲମ୍ବା ପ୍ରକ୍ରିୟାରେ ଫସିବେନାହିଁ ।

ଖୁବ୍‌ଶୀଘ୍ର UPI ଜରିଆରେ ସିଧାସଳଖ PF ଟଙ୍କା ଉଠାଇବାର ସୁବିଧା ଆରମ୍ଭ ହୋଇପାରେ ।

ଡିସେମ୍ବର ସୁଦ୍ଧା ଏହି ସେବା ଆସିବା ସମ୍ଭାବନା ରହିଛି ।

ତେବେ ଏହାର ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

Advertisment EPFO 3.0 ଅଧୀନରେ ଏହି ନୂଆ ବ୍ୟବସ୍ଥା ଆସିବାକୁ ଯାଉଛି ।

ରିପୋର୍ଟ ଅନୁସାରେ, UPI ଜରିଆରେ ଟଙ୍କା ଉଠାଇବା ପାଇଁ ଟେକ୍ନୋଲୋଜି ପ୍ରସ୍ତୁତ ଥିବା ବେଳେ ଟ୍ରାଏଲ୍‌ ପ୍ରାୟ ଶେଷ ହୋଇଛି ।

ଏହା ସହ ATM ଜରିଆରେ ମଧ୍ୟ PF ଟଙ୍କା ଉଠାଇବାର ସୁବିଧା ଯୋଜନାରେ ରହିଛି ।

ଅର୍ଥାତ୍‌ PF ଟଙ୍କା ପାଇବା ପ୍ରକ୍ରିୟା ଆହୁରି ସହଜ ହୋଇପାରେ ।

କେବଳ ଟଙ୍କା ଉଠାଣ ନୁହେଁ, PF କ୍ଲେମ୍‌ ସେଟଲମେଣ୍ଟରେ ମଧ୍ୟ ଆସିବ ବଡ଼ ପରିବର୍ତ୍ତନ ।

ଯେଉଁ କ୍ଲେମ୍‌ଗୁଡ଼ିକ ଆବଶ୍ୟକ ଯାଞ୍ଚ ଓ ରିସ୍କ ମ୍ୟାନେଜମେଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ, ସେଗୁଡ଼ିକ ସ୍ୱୟଂଚାଳିତ ଭାବେ ସେଟଲ୍‌ ହୋଇପାରିବ ।

ଫଳରେ ବର୍ତ୍ତମାନର ପ୍ରାୟ ୨୦ ଦିନର ପ୍ରକ୍ରିୟା କମି ୩ ଦିନରୁ ମଧ୍ୟ କମ୍‌ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।

Advertisment ଏହାସହ ନୂଆ IT ବ୍ୟବସ୍ଥା ଓ Core Banking Solution ଆସିବ ।

ଗିଗ୍‌ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ମଧ୍ୟ ବିଭିନ୍ନ ପେମେଣ୍ଟ ପ୍ଲାଟଫର୍ମ ଜରିଆରେ PF ଯୋଗଦାନ କରିବାର ସୁଯୋଗ ପାଇପାରନ୍ତି ।

ଅନ୍ୟପଟେ, ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ କିସ୍ତିରେ PF ଟଙ୍କା ଉଠାଇବାର Systematic Withdrawal Planକୁ ମଧ୍ୟ ଅନୁମୋଦନ ମିଳିଛି ।

ତେବେ EPFO 3.0ର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଓ ନୂଆ ସୁବିଧାର ତାରିଖ ନେଇ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)