Environmental Panchayat: ତେଲକୋଇରେ ପରିବେଶ ପଞ୍ଚାୟତ: ‘ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଜରୁରି’

Jul 11, 2026 - 06:27
Environmental Panchayat: ତେଲକୋଇରେ ପରିବେଶ ପଞ୍ଚାୟତ: ‘ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଜରୁରି’

"ହରିଚନ୍ଦନପୁର: ପ୍ରଦୂଷଣ, ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି।

ପରିବେଶର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ଆଗେଇ ଆସିବାକୁ ହେବ।

ଜନ୍ମଦିନ, ବିବାହ ଓ ବିବାହବାର୍ଷିକୀ ଅବସରରେ ଦାମୀ ଉପହାର ପରିବର୍ତ୍ତେ ଏକ ଚାରା ଉପହାର ଦେବାର ସଂସ୍କୃତି ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ହେବ ବୋଲି ତେଲକୋଇ ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡାକ୍ତର ଫକୀର ମୋହନ ନାଏକ କହିଛନ୍ତି।Advertisment Horoscope 2026 July 11: ଜାଣନ୍ତୁ ଆଜିର ରାଶିଫଳ ହରିଚନ୍ଦନପୁରସ୍ଥିତ ବ୍ରଜବନ୍ଧୁ ମହାବିଦ୍ୟାଳୟ ପରିସରରେ "ସମ୍ବାଦ" ପକ୍ଷରୁ "ପରିବେଶ ପଞ୍ଚାୟତ" କାର୍ଯ୍ୟକ୍ରମରେ ଡ.

ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ, ବହୁ ଆଦିବାସୀ ପୋଡ଼ୁଚାଷ ଉପରେ ନିର୍ଭର କରୁଥିବାରୁ ଜଙ୍ଗଲ କ୍ଷୟ ହେଉଛି।

ଏହାର ସ୍ଥାୟୀ ସମାଧାନ ପାଇଁ ସେମାନଙ୍କୁ ଫଳନ୍ତି ଓ ଅର୍ଥକରୀ ବୃକ୍ଷରୋପଣ ଦିଗରେ ପ୍ରୋତ୍ସାହିତ କରିବା ଆବଶ୍ୟକ।

ମହାବିଦ୍ୟାଳୟ ଅଧ୍ୟକ୍ଷ ଭୋଳାନାଥ ଜେନା ସଭାପତିତ୍ୱ କରିଥିଲେ। "ବୃକ୍ଷ ମଣିଷ" ରମେଶ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ୧୧ବର୍ଷରେ ସେ ୧୫ଲକ୍ଷରୁ ଅଧିକ ଚାରା ଉତ୍ପାଦନ କରି ବିଭିନ୍ନ ସ୍କୁଲ, କଲେଜ ଓ ସାମାଜିକ ଅନୁଷ୍ଠାନକୁ ମାଗଣାରେ ବଣ୍ଟନ କରିବାର ଅଭିଜ୍ଞତା ବାଣ୍ଟିଥିଲେ।

ସମ୍ମାନିତ ଅତିଥି ଭାବେ ରୋଟାରିଆନ ବସନ୍ତ କୁମାର ପୃଷ୍ଟି, ସାଂସଦ ପ୍ରତିନିଧି ବିଜୟ କୁମାର ସାହୁ ଓ ହରିଚନ୍ଦନପୁର ଥାନା ଅଧିକାରୀ ମିତାଲି ମଧୁଲିତା ବିଶ୍ୱାଳ ପରିବେଶ ସୁରକ୍ଷାରେ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ।

Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ ଡେମନଷ୍ଟ୍ରେଟର ସତ୍ୟପ୍ରିୟ ଦାଶ ଅତିଥି ପରିଚୟ ଓ ହରିଚନ୍ଦନପୁର ବ୍ଲକ୍‌ "ସମ୍ବାଦ" ପ୍ରତିନିଧି ଶ୍ରୀନିବାସ ପାଇକରାୟ ଧନ୍ୟବାଦ ଦେଇଥିଲେ।

ବିଧାୟକଙ୍କ ପ୍ରତିନିଧି ଶିରୀଷ କୁମାର ସାହୁ, ଆଇନଜୀବୀ ବସନ୍ତ କୁମାର ସାହୁ, ସହଦେବ ସାହୁ, ଚତୁର୍ଭୁଜ ସାହୁ, ସୁଧାକର ସାହୁ, ପ୍ରତାପରୁଦ୍ର ସାହୁ, ସତ୍ୟାନନ୍ଦ ସାହୁ, ଅଭିମନ୍ୟୁ ସାହୁ, ଜୟକୃଷ୍ଣ ମହାନ୍ତ, ଗଦାଧର ମହାନ୍ତ, ଶ୍ରୀବତ୍ସ ପାଇକରାୟ, ସୁରେଶ ବେଜ, ବନରକ୍ଷୀ ରଞ୍ଜନ କୁମାର ବେହେରା, "ଆମ ଜଙ୍ଗଲ" ଯୋଜନାର ଅଧିକାରୀ ସମୀର କୁମାର ପରିଡ଼ା, ଗଣେଶ ମହାନ୍ତ, ଅଧ୍ୟାପିକା ସ୍ନିଗ୍ଧାରାଣୀ ପଣ୍ଡା, ସୀତା ସାହୁ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।