Human Rights: ଦମନ ବନାମ ମାନବାଧିକାର
""ସତଲୁଜ" ପ୍ରଥମ ଚଳଚ୍ଚିତ୍ର ଯାହାର ସମୀକ୍ଷା ଏହି ସ୍ତମ୍ଭରେ ପ୍ରକାଶ ପାଇବା ବେଳେ ଏହା ଦେଖିବା ଲାଗି ଉପଲବ୍ଧ ନାହିଁ।
ଷ୍ଟ୍ରିମିଂ ମଞ୍ଚ "ଜି୫"ରେ ମୁକ୍ତିଲାଭ କରିବାର ଦୁଇ ଦିନ ପରେ ଏହାକୁ ବିବାଦୀୟ ଢଙ୍ଗରେ ହଟାଇ ଦିଆଯାଇଥିଲା।
କଟକଣାର ପାଲଟା ପ୍ରଭାବ ସ୍ବରୂପ ଲୋକମାନଙ୍କ ମନରେ ଏହାକୁ ଦେଖିବାର ଜିଜ୍ଞାସା ବଢ଼ିବା ସ୍ବାଭାବିକ।
ତେଣୁ ଚଳଚ୍ଚିତ୍ରଟି ଇଣ୍ଟର୍ନେଟ୍ରେ ବ୍ୟାପକ ଭାବେ ପ୍ରସାରିତ ହେଉଛି, ଯାହା ଅବଶ୍ୟ ଆଇନ ବହିର୍ଭୂତ।
କଟକଣା ଜାରି କରିବାର ଏଭଳି ପାଲଟା ପ୍ରଭାବଜନିତ ପ୍ରସାରଣ ବୃଦ୍ଧିକୁ ହିଁ "ଷ୍ଟ୍ରେଇସାଣ୍ଡ୍ ଇଫେକ୍ଟ" କୁହାଯାଏ।
ସେ ଯାହା ହେଉ, "ସତଲୁଜ" ଦେଖିଲା ପରେ ଅନୁଭବ ହେଲା ଯେ ଏହା ଏକ ମର୍ମସ୍ପର୍ଶୀ ମାନବତାବାଦୀ କାହାଣୀ।
ପୂର୍ବରୁ ମାତ୍ର ଗୋଟିଏ ଚଳଚ୍ଚିତ୍ର ନିର୍ଦେଶନାର ଅଭିଜ୍ଞତାକୁ ନେଇ ହନି ଟ୍ରେହାନ୍ ବିଚକ୍ଷଣ ପେସାଦାରିତାର ସହିତ ଏହି ଚଳଚ୍ଚିତ୍ରକୁ ପ୍ରସ୍ତୁତ କରିଛନ୍ତି।
ଏହା ସତ ଯେ ଗତ ଅଷ୍ଟମ ଓ ନବମ ଦଶକରେ ପଞ୍ଜାବରେ ଦେଖାଦେଇଥିବା ସଶସ୍ତ୍ର ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଓ ଦମନର କାହାଣୀଟି ଉଭୟ ପକ୍ଷର ଦୃଷ୍ଟିଭଙ୍ଗୀକୁ ପ୍ରଦର୍ଶନ କରିବା ଅଧିକ ସ୍ପୃହଣୀୟ ହୁଅନ୍ତା, କିନ୍ତୁ ଗୋଟିଏ ବିରାଟ ଜାତିର ଚାପା ବେଦନା ସହିତ ବ୍ୟାପକ ଦର୍ଶକ ସମାଜକୁ ପରିଚିତ କରାଇବାରେ "ସତଲୁଜ"ର ଉଦ୍ଦେଶ୍ୟକୁ ସୀମିତ ରଖିଲେ, ଏହା ସମସ୍ୟାମୁକ୍ତ ବୋଲି ମନେ ହୁଏ।
Advertisment Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ ଚଳଚ୍ଚିତ୍ର ଆରମ୍ଭରେ ବ୍ୟାଙ୍କ କର୍ମଚାରୀ ଯଶୋବନ୍ତ ସିଂହ ଖାଲଡ଼ା (ଦିଲଜୀତ ଦୋସାଁଝ) ନିଜ ପତ୍ନୀ ଓ ଦୁଇ ପୁଅଝିଅଙ୍କ ସହିତ ସୁଖଦ ଜୀବନ କାଟୁଥାନ୍ତି।
ତେବେ କିଛି ମାସର ବ୍ୟବଧାନରେ ଜଣେ ସାଙ୍ଗ ଓ ତା" ମାଆ ଅନ୍ତର୍ଦ୍ଧାନ ହୋଇଯିବା ପରେ ସେ ଆବିଷ୍କାର କରନ୍ତି ଯେ ସେମାନଙ୍କ ଶବକୁ "ଲାଵାରିସ୍" ଦର୍ଶାଇ ସରକାରୀ ଶ୍ମଶାନରେ ଜାଳି ଦିଆଯାଇଛି।
ଶ୍ମଶାନର ରେଜିଷ୍ଟର୍ରୁ ଜଣାପଡୁଛି ଯେ ପୁଲିସ ଏଭଳି ଭାବେ ହଜାର ହଜାର ଲୋକଙ୍କୁ ହତ୍ୟା କରିବା ପରେ ପରିବାର ଲୋକଙ୍କୁ ନ ଜଣାଇ ଶବ ଜାଳିଦେଇଛି।
ଶିଖ ଧର୍ମର ଅନୁଗାମୀ ଯଶୋବନ୍ତ ଏହି ସତ୍ୟ ଆବିଷ୍କାର କରିବା ପରେ, ତାହାକୁ ଉଜାଗର କରିବାର ବିପଦ ସମ୍ପର୍କରେ ଅବଗତ ଥାଇ ବି, ପୁଲିସ ବିଭାଗର ନିଷ୍ଠୁରତା ଓ ଦୁର୍ନୀତିକୁ ଗଣମାଧ୍ୟମ, କୋର୍ଟ, ଏପରିକି ବିଦେଶ ଯାଇ କାନାଡାର ସଂସଦ ସମ୍ମୁଖରେ ମଧ୍ୟ ଉପସ୍ଥାପନ କରୁଛନ୍ତି।
ତେବେ ଯଶୋବନ୍ତ ମଧ୍ୟ ସମାନ ଦଶା ଭୋଗୁଛନ୍ତି।
ତାଙ୍କୁ ପୁଲିସ ଅପହରଣ କରିନେଉଛି ଏବଂ ତାଙ୍କ ସ୍ଥିତି ମାସ ମାସ ଧରି ଅଜଣା ରହୁଛି।
ଏତିକିରେ ପାଖାପାଖି ତିନିଘଣ୍ଟାର ଚଳଚ୍ଚିତ୍ରର ମଧ୍ୟବିନ୍ଦୁ ଅତିକ୍ରମ କରୁଛି।
ଏହା ପରେ ଯଶୋବନ୍ତଙ୍କ ପତ୍ନୀ ପମ୍ମୀ (ଗୀତିକା ବିଦ୍ୟା ଅହଲ୍ୟାନ) ସ୍ବାମୀଙ୍କ ସନ୍ଧାନ ଲାଗି କୋର୍ଟରେ ଆବେଦନ କରୁଛନ୍ତି।
କେନ୍ଦ୍ର ସରକାର ସିବିଆଇ ଅଧିକାରୀ ସମୁଦ୍ର ସିଂହଙ୍କୁ ପଠାଉଛନ୍ତି ତାଙ୍କୁ ଖୋଜିବା ଲାଗି।
ଏହା ପରେ କାହାଣୀର ଅପ୍ରତ୍ୟାଶିତ ମୋଡ଼ଗୁଡ଼ିକ ପ୍ରସ୍ତ ପରେ ପ୍ରସ୍ତ ଉନ୍ମୋଚିତ ହୋଇଛି। "ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ" ଉପରେ କର୍ମଶାଳା ଏହି ଚଳଚ୍ଚିତ୍ରର ସବୁଠାରୁ ଶକ୍ତିଶାଳୀ ଦିଗ ହେଉଛି ଏହାର ଅଭିନେତା ଚୟନ।
ଦିଲଜୀତଙ୍କ କ୍ୟାରିଅର୍ର ଏହା ଶ୍ରେଷ୍ଠ ପ୍ରଦର୍ଶନ କହିଲେ ଭୁଲ୍ ହେବ ନାହିଁ।
ତାଙ୍କ ଛଡ଼ା ଖଳନାୟକ "ସୁଗ୍ଗା" ଚରିତ୍ରରେ ସୁବିନ୍ଦର ବିକ୍କି ଓ ଅର୍ଜୁନ ରାମପାଲଙ୍କ ଅଭିିନୟ ଉଲ୍ଲେଖନୀୟ।
ଛୋଟମୋଟ ଚରିତ୍ରମାନେ ମଧ୍ୟ ନିଖୁଣ ଅଭିନୟ କରିଛନ୍ତି।
ସେହିପରି ପୃଷ୍ଠଭୂମି ସଂଗୀତ, ସିନେମାଟୋଗ୍ରାଫି, ଏଡିଟିଂ ଆଦି ବୈଷୟିକ ବିଭାଗରେ ଖୁବ୍ ପରିପକ୍ବ କାମ ହୋଇଛି।
ଏହି ଚଳଚ୍ଚିତ୍ରଟି ଆମ ପାଇଁ ଏକ ସତର୍କବାଣୀ ସଦୃଶ।
ଆଜି କାଶ୍ମୀର ଛଡ଼ା ଅନ୍ୟ କେଉଁଠି ସଶସ୍ତ୍ର ବିଚ୍ଛିନ୍ନତାବାଦୀଙ୍କ ଉପଦ୍ରବ ନାହିଁ, ତଥାପି ହାଜତ ମୃତ୍ୟୁ ଓ ଆଇନ ବହିର୍ଭୂତ ଏନ୍କାଉଣ୍ଟର୍ ସଂଖ୍ୟା ଦେଖି କ୍ଷମତାର ଅପବ୍ୟବହାର ନେଇ ସଂଶୟ ସୃଷ୍ଟି ହୋଇଥାଏ।
ସେହିପରି ତିନି ଦଶନ୍ଧି ପୂର୍ବେ କ୍ଷମତାସୀନ ଲୋକଙ୍କ ପାଇଁ ମାନବାଧିକାରର ମୂଲ୍ୟ ଯାହା ଥିଲା, ଆଜି ମଧ୍ୟ ସେଥିରେ ବିଶେଷ ପରିବର୍ତ୍ତନ ହୋଇଥିବା ଭଳି ଦିଶୁନାହିଁ।
ଆଶା "ସତଲୁଜ" ରାଜନୈତିକ ବିବାଦ ପରିବର୍ତ୍ତେ ପୁଲିସ ବ୍ୟବସ୍ଥାରେ ସଂସ୍କାର ଲାଗି ବାଟ କଢ଼ାଇବ। “ସତଲୁଜ""ନିର୍ଦେଶକ: ହନି ଟ୍ରେହାନ୍ମୁଖ୍ୟ ଚରିତ୍ରରେ: ଦିଲଜୀତ ଦୋସାଁଝ, ଅର୍ଜୁନ ରାମପାଲ, ଗୀତିକା ବିଦ୍ୟା ଅହଲ୍ୟାନ, କଵଁଲଜିତ ସିଂହ, ସୁବିନ୍ଦର ବିକ୍କି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।