NH: ହମ୍ପ୍ସ୍ ପାଇଁ ଘଣ୍ଟାଏ ଏନ୍ଏଚ୍ ଅବରୋଧ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯୁବକ, ଆନ୍ଦୋଳନ ପରେ ପୁଣି ଲଗାଇଲେ
"ଖଣ୍ଡଗିରି: ହମ୍ପସ୍ ପାଇଁ ଗଙ୍ଗପଡ଼ା ଛକ ନିକଟରେ ଜାତୀୟ ରାଜପଥକୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି।
ପ୍ରାୟ ଘଣ୍ଟାଏ ଧରି ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଘଟଣାସ୍ଥଳରେ ଇନ୍ଫୋଭ୍ୟାଲି ଥାନା ପୁଲିସ ଓ ଏନ୍ଏଚ୍ଏଆଇ ଅଧିକାରୀ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା।Advertisment Competition: ଆମେରିକାରେ ଓଡ଼ିଶାର ପାରଂପରିକ ପିଠା ପ୍ରତିଯୋଗିତା ସୂଚନାଯୋଗ୍ୟ, ଗଙ୍ଗପଡ଼ା ନିକଟରେ ଜାତୀୟ ରାଜପଥ ଫ୍ଲାଏଓଭର୍ ନିର୍ମାଣ କାମ ଚାଲିିଥିବାରୁ ସର୍ଭିସ୍ ରୋଡ୍କୁ ମୁଖ୍ୟ ରାସ୍ତା ଭାବେ ବ୍ୟବହାର କରାଯାଉଛି।
ଏଣୁ ଗଙ୍ଗପଡ଼ା ଛକ ନିକଟରେ ଦୁର୍ଘଟଣାକୁ ଏଡ଼ାଇବା ଲାଗି ସର୍ଭିସ୍ ରାସ୍ତାରେ ହମ୍ପ୍ସ ନିର୍ମାଣ କରାଯାଇଥିଲା।
ଗତକାଲି ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଗଙ୍ଗପଡ଼ା ଛକ ନିକଟରୁ ଏହି ହମ୍ପ୍ସକୁ ଉଠାଇ ଦିଆଯାଇଥିଲା।
ତେବେ ପରବର୍ତ୍ତୀ ସମୟରେ ଏହାକୁ ପୁନଃ ଅବସ୍ଥାପିତ କରାଯାଇନଥିଲା।
ଫଳସ୍ବରୂପ ଦ୍ରୁତଗତରେ ଗାଡ଼ି ଚଳାଚଳ ଯୋଗୁ ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଗଙ୍ଗପଡ଼ା ନିକଟରେ ଜଣେ ଯୁବକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ।
ଏହା ଦେଖି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରାୟ ଘଣ୍ଟାଏ ଧରି ଏନ୍ଏଚ୍ରେ ରାସ୍ତାରୋକ କରିଥିଲେ।
Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ ଗଙ୍ଗପଡ଼ା, ଭାତଖୁରି, ଗ୍ରାମଡିହ, ଗମେଇ ଆଦି ଗ୍ରାମର ଲୋକେ ତୁରନ୍ତ ହମ୍ପ୍ସ୍ ନିର୍ମାଣ ଦାବିରେ ଅଡ଼ି ବସିଥିଲେ।
ରାସ୍ତା ବନ୍ଦ ରହିବା ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।
ରାସ୍ତାର ଉଭୟ ପାର୍ଶ୍ବରେ ହଜାରହଜାର ଗାଡ଼ି ଅଟକି ରହିଥିଲା।
ଏପରିକି ଖୋର୍ଦ୍ଧା ପଟୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ୩ଟି ଆମ୍ବୁଲାନ୍ସ ଅଟକି ରହିଥିଲା।
ଇନ୍ଫୋଭ୍ୟାଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଏନ୍ଏଚ୍ଏଆଇ ପ୍ରୋଜେକ୍ଟ ମ୍ୟାନେଜରଙ୍କ ସହ ଆଲୋଚନା କରିଥିଲେ।
ତୁରନ୍ତ ହମ୍ପ୍ସ ନିର୍ମାଣ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା।
ଆଜି ଅପରାହ୍ଣରେ ହମ୍ପ୍ସ ପୁଣି ତିଆରି ହୋଇଥିବା ସୂଚନା ମିଳିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।