195 kisses: କିମାଶ୍ଚର୍ଯ୍ୟମ୍: ୩୦ ସେକେଣ୍ଡରେ ୧୯୫ ଚୁମ୍ବନ
"ବ୍ରାଜିଲ୍ର ଏକ ପ୍ରେମୀଯୁଗଳ ୩୦ ସେକେଣ୍ଡ୍ରେ ୧୯୫ ଥର ଚୁମ୍ବନ କରି ନୂଆ ଗିନିସ୍ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି।
ଏହି ରେକର୍ଡ ସ୍ଥାପନ ପାଇଁ ୩୨ ବର୍ଷୀୟ ରେନାଟୋ ବାୟେମା ଗାଇଆ ତାଙ୍କ ୩୩ ବର୍ଷୀୟା ପ୍ରେମିକା ନାଇଆରା ରୋବେର୍ଟା ମାରିନ୍ସଙ୍କ ଗାଲରେ ମାତ୍ର ଅଧ ମିନିଟ୍ରେ ୧୯୫ ଥର ଚୁମ୍ବନ କରିଥିଲେ।
ଗତ ୬ ତାରିଖ ଅନ୍ତର୍ଜାତୀୟ ଚୁମ୍ବନ ଦିବସରେ ହିଁ ସେମାନେ ଏହି ରେକର୍ଡ କରିଛନ୍ତି।Advertisment JD Vance: ଭାନ୍ସଙ୍କ ଭାଷଣକୁ ନେଇ ବିବାଦ: ପୋଷ୍ଟରର ଅସ୍ପଷ୍ଟ ଛବିକୁ କେନ୍ଦ୍ର କରି ବାଗ୍ଯୁଦ୍ଧ ଏହି ରେକର୍ଡ ପରେ ରେନାଟୋ ଦାବି କରିଛନ୍ତି ସେ ସେମାନେ ହେଉଛନ୍ତି "ପୃଥିବୀର ଶ୍ରେଷ୍ଠ ଯୋଡ଼ି"।
ଉଲ୍ଲେଖନୀୟ କଥା ହେଲା ଦୁଇ ଜଣଯାକ ପେସାରେ ଡାକ୍ତର।
ରେନାଟୋଙ୍କ ମତରେ ଜିଣିବା ହେଉଛି ତାଙ୍କର ନିଶା।
ରେକର୍ଡ ଭାଙ୍ଗି ସେ ସକାରାତ୍ମକ ବାର୍ତ୍ତା ପ୍ରସାର କରିବାକୁ ଚାହାନ୍ତି।
ଏହା ପୂର୍ବରୁ ସେ ଏକାଧିକ ଗିନିସ୍ ରେକର୍ଡ ଭାଙ୍ଗିସାରିଛନ୍ତି।
ଆଗକୁ ଏହି ଯୋଡ଼ି ଏକ ମିନିଟ୍ରେ ସର୍ବାଧିକ ଚୁମ୍ବନର ରେକର୍ଡ ଭାଙ୍ଗିବାର ଲକ୍ଷ୍ୟ ରଖିଛନ୍ତି।
ବର୍ତ୍ତମାନ ସେହି ରେକର୍ଡ (ମିନିଟ୍ରେ ୨୭୭ ଚୁମ୍ବନ)ର ଅଧିକାରୀ ହେଉଛନ୍ତି ଜାପାନର ଚେରି ୟୋସିତାକେ ଓ କୁମିକୋ ସିରାତୋରି।
Education: ବିଦ୍ୟାଳୟରେ ପକାଇଲେ ତାଲା, ଗାଁ ବାରଣ୍ତାରେ ବସିଲେ ଛାତ୍ରଛାତ୍ରୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।