Radhaikud village: ଖରସ୍ରୋତାରେ ବିଲୀନ ହେବ ରାଢ଼ିକୁଦ ଗାଁ: ପ୍ରତିବର୍ଷ ଖାଉଛି ଆଡ଼ିବନ୍ଧ, ପାଣି ମାଡ଼ି ଚାଷଜମି ବାଲିଚର

Jul 11, 2026 - 07:06
Radhaikud village: ଖରସ୍ରୋତାରେ ବିଲୀନ ହେବ ରାଢ଼ିକୁଦ ଗାଁ: ପ୍ରତିବର୍ଷ ଖାଉଛି ଆଡ଼ିବନ୍ଧ, ପାଣି ମାଡ଼ି ଚାଷଜମି ବାଲିଚର

"କୋରେଇ: ଚିରସ୍ରୋତା ଖରସ୍ରୋତା ନଦୀ ଦିନେ କୋରେଇ ବ୍ଲକ୍ ତଣ୍ତରା ପଞ୍ଚାୟତ ରାଢ଼ିକୁଦ ଗ୍ରାମବାସୀଙ୍କ ପାଇଁ ଆଶୀର୍ବାଦ ଥିଲା।

ନଦୀଜଳରେ ଚାଷ କରି ହେଉ ବା ନଦୀରୁ ମାଛ ଧରି ଲୋକେ ପରିବାର ପ୍ରତିପୋଷଣ କରୁଥିଲେ।

ବର୍ଷକୁ ବର୍ଷ ଆଡ଼ିବନ୍ଧ ଖାଇଯିବାରୁ ନଦୀ ଏବେ ଗାଁ ଲୋକଙ୍କ ଘର ପାଖରେ ପହଞ୍ଚିଲାଣି।

ପ୍ରତିବର୍ଷ ନଦୀରେ ଆସୁଥିବା ବନ୍ୟା ପାଇଁ ଫସଲ ନଷ୍ଟ ହେବା ସହ ଜମି ବାଲିଚର ହୋଇଯାଉଛି।

ଗୋଟିଏ ପଟେ ଗାଁକୁ ଯିବାଆସିବା ପାଇଁ ରାସ୍ତା ନଥିବାବେଳେ ଆରପଟେ ନଦୀ କୂଳ ଲଂଘୁଛି।

ଫଳରେ ଆଉ ବର୍ଷ କେଇଟାରେ ରାଢ଼ିକୁଦ ଗାଁ ଖରସ୍ରୋତାରେ ବିଲୀନ ହେବାର ଆଶଙ୍କା ଦେଖାଦେଲାଣି।

Advertisment Education: ବିଦ୍ୟାଳୟରେ ପକାଇଲେ ତାଲା, ଗାଁ ବାରଣ୍ତାରେ ବସିଲେ ଛାତ୍ରଛାତ୍ରୀ ଦିନେ ପେଟକୁ ଦାନା ଦେଉଥିଲା, ଆଜି ଭାତହାଣ୍ତି ଉଜାଡ଼ୁଛିପ୍ରତିବର୍ଷ ଖାଉଛି ଆଡ଼ିବନ୍ଧ, ପାଣି ମାଡ଼ି ଚାଷଜମି ବାଲିଚର କୋରେଇ ବ୍ଲକ୍‌ର ଏହି ଗାଁ ସବୁଠାରୁ ଅବହେଳିତ।

ଗାଁ ଗଢ଼ି ଉଠିଲା ଦିନରୁ ରାସ୍ତା ଗାଁ ଲୋକଙ୍କର ମୁଖ୍ୟ ସମସ୍ୟା।

ଆଜି ମଧ୍ୟ ଲୋକେ ବିଲ ମଝିରେ ଚାଲିଚାଲି ଘରକୁ ଯାଉଛନ୍ତି।

ଆଉ ବର୍ଷାଦିନ ହେଲେ ଜଳବନ୍ଦିରେ ରୁହନ୍ତି।

ରାଢ଼ିକୁଦରେ ୨୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି।

ବର୍ଷବର୍ଷ ଧରି ଏମାନେ ରାସ୍ତା ପାଇଁ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଗୁହାରି କରିଛନ୍ତି।

ସମସ୍ତେ ପ୍ରତିଶ୍ରୁତି ଦେଇ ପରେ ଓହରି ଯାଇଛନ୍ତି।

ଏବେ ରାଢ଼ିକୁଦର ମୌଳିକ ସମସ୍ୟାକୁ ନେଇ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରାଯାଇଛି।

କମିସନଙ୍କ ପକ୍ଷରୁ ଜିଲ୍ଲା ଓ ବ୍ଲକ୍ ପ୍ରଶାସନକୁ ରିପୋର୍ଟ ମଗାଯାଇଥିବାବେଳେ ତାହା ମଧ୍ୟ ନାଲିଫିତା ତଳେ ରହିଛି।

ଗତ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଗାଁର ୨ଟି ପରିବାରର ଚାଳଛପର ଘର ଭାଙ୍ଗି ଯାଇଛି।

Health: ଉପାନ୍ତ ଇଲାକାକୁ ୧୦୮ ଆମ୍ବୁଲାନ୍ସ ମନା!

ବିଲରେ ପାଣି ଜମିଥିବାରୁ ଲୋକେ ଗାଁ ବାହାରକୁ ଯାଇ ପାରୁନାହାନ୍ତି।

କେତେବେଳେ ପାଣିରେ ବୁଡ଼ିବାର ଭୟ ତ କେତେବେଳେ ଜୀବଜନ୍ତୁଙ୍କ ଆକ୍ରମଣର ଭୟ ସେମାନଙ୍କୁ ଘରେ ରହିବାକୁ ବାଧ୍ୟ କରିଛି।

ଗାଁର କିଛି ଲୋକ ନିଜ କ୍ଷେତରେ ପରିବା ଚାଷ କରିଥିଲେ।

ହେଲେ ଚଳିତ ଲଗାଣ ବର୍ଷାରେ ତାହା ମଧ୍ୟ ଉଜୁଡ଼ି ଯାଇଛି।

ପାଣି ହେଲେ ଯାତାୟାତ ପାଇଁ ଡଙ୍ଗା ହିଁ ଏମାନଙ୍କର ମୁଖ୍ୟ ଭରସା।

କୂଳ ଖାଇ ଅତଡ଼ା ଖସିଥିବାରୁ ଡଙ୍ଗାରେ ଗାଁରୁ ବାହାରିବା କଷ୍ଟକର।

ଗାଁର ହରି ସାହୁ, ଜଗବନ୍ଧୁ ସାହୁ, ଦାସିଆ ରାଉତଙ୍କ ସମେତ ଅନେକ ଚାଷୀଙ୍କ ଫସଲ ଲଘୁଚାପ ବର୍ଷାରେ ନଷ୍ଟ ହୋଇଛି।

ପରିସ୍ଥିତି ଏପରି ହୋଇଛି ଯେ ରାସନ ପାଇଁ ମଧ୍ୟ ଗାଁ ଲୋକ ପାଖ ଗାଁକୁ ଯିବା କଷ୍ଟକର ହୋଇଛି।

ପାଣି ଘେରରେ ରହି ମଧ୍ୟ ରାଢ଼ିକୁଦବାସୀଙ୍କୁ ପିଇବା ପାଣିଠାରୁ ଆରମ୍ଭ କରି ରନ୍ଧାଖାଦ୍ୟ ପର୍ଯ୍ୟନ୍ତ କିଛି ମିଳିପାରୁନାହିଁ।

ବ୍ଲକ୍ ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।