Engagement: ଦେଖିବି ନିର୍ବନ୍ଧ କେମିତି ହେବ: ଅନ୍ୟ ଯୁବତୀଙ୍କ ହାତ ଧରୁଥିଲେ ସ୍ୱାମୀ, ହଠାତ ପହଞ୍ଚିଗଲେ ପ୍ରଥମ ପତ୍ନୀ

Oct 24, 2026 - 18:27
Engagement: ଦେଖିବି ନିର୍ବନ୍ଧ କେମିତି ହେବ: ଅନ୍ୟ ଯୁବତୀଙ୍କ ହାତ ଧରୁଥିଲେ ସ୍ୱାମୀ, ହଠାତ ପହଞ୍ଚିଗଲେ ପ୍ରଥମ ପତ୍ନୀ

ଭୁବନେଶ୍ୱର/ଧର୍ମଶାଳା: ପ୍ରଥମ ପତ୍ନୀ ଙ୍କୁ ନ ଜଣାଇ ଆଉ ଜଣେ ଯୁବତୀଙ୍କ ସହ ନିର୍ବନ୍ଧ ପାଇଁ ସବୁ ବ୍ୟବସ୍ଥା କରିଥିଲେ ସ୍ୱାମୀ | ଆଉ ଏହି ଖବର ପାଇ ହଠାତ ପହଞ୍ଚିଗଲେ ପତ୍ନୀ | ଏହା ପରେ ଆଉ କଣ ହେବ | ତ୍ରିନାଥ ମନ୍ଦିରରେ ଘର କଳିର ତାଣ୍ଡବ ଦେଖିବାକୁ ମିଳିଥିଲା | ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ସୂଚନା ମୁତାବକ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ସ୍ମିତା ପଣ୍ଡା(ଛଦ୍ମନାମ) କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୋଲକ ପାଢ଼ୀଙ୍କ ପୁଅ ବିଭୂନ୍ଦେଦୁ ପାଢ଼ୀଙ୍କୁ ୨୦୧୭ ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ ଏବଂ ଉଭୟଙ୍କର ଏକ ଆଠ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି ।

Advertisment ଆହୁରି ପଢନ୍ତୁ: CJP: 'ଅଭିଜିତ୍‌ ଦୀପକେ ଭଳି ଲୋକ ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ': ବର୍ଲିନରେ ପିୟୂଷ ଗୋୟଲ ଏମିତି କହିଲେ କାହିଁକି?

ପରବର୍ତ୍ତୀ ସମୟରେ ଉଭୟଙ୍କ ଭିତରେ କଳହ ଲାଗିବାରୁ ବିବାହ ବିଚ୍ଛେଦ ପାଇଁ କୋର୍ଟରେ କେସ ମଧ୍ୟ ଚାଲୁ ରହିଛି ।

କିନ୍ତୁ ବିଭୂନ୍ଦେଦୁ ପୁନର୍ବାର ନିର୍ବନ୍ଧ ପାଇଁ ଜାରକା ତ୍ରିନାଥ ମନ୍ଦିରରେ ପ୍ରସ୍ତୁତି ଚଳାଉଥିବା ବେଳେ ସେଠାରେ ପଂହଚି ଯାଇଥିଲେ ସ୍ମିତା, ଏହାକୁ ବିରୋଧ ମଧ୍ୟ କରିଥିଲେ ।

ଧର୍ମଶାଳା ପୋଲିସ ପଂହଚି ବରକୁ ସେଠାରୁ ଉଠାଇ ଆଣିବା ସହ ଥାନାରେ ଅଟକ ମଧ୍ୟ ରଖିଛି ।

ତେବେ ଏହି ଘଟଣାକୁ ନେଇ ବିଭୂନ୍ଦେଦୁଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିବା ସହ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)