Congress: ୨୦୨୭ରେ ନିର୍ବାଚନ: ପାଞ୍ଚଟି ରାଜ୍ୟ ପାଇଁ କଂଗ୍ରେସ ନିର୍ବାଚନ ୱାର୍‌ ରୁମ୍ ମୁଖ୍ୟଙ୍କ ନାମ ଘୋଷଣା କଲା

Oct 24, 2026 - 18:11
Congress: ୨୦୨୭ରେ ନିର୍ବାଚନ: ପାଞ୍ଚଟି ରାଜ୍ୟ ପାଇଁ କଂଗ୍ରେସ ନିର୍ବାଚନ ୱାର୍‌ ରୁମ୍ ମୁଖ୍ୟଙ୍କ ନାମ ଘୋଷଣା କଲା

ନୂଆଦିଲ୍ଲୀ: କଂଗ୍ରେସ ଶନିବାର ପାଞ୍ଚଟି ରାଜ୍ୟ ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ନିର୍ବାଚନ ୱାର୍‌ ରୁମ୍ ମୁଖ୍ୟଙ୍କୁ ନିଯୁକ୍ତ କରିଛି।

ଭାରତୀୟ ନିର୍ବାଚନ କମିସନ (ଇସିଆଇ) ରାଜ୍ୟଗୁଡ଼ିକରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ଆରମ୍ଭ କରିବା ସମୟରେ କଂଗ୍ରେସ ଏହି ଘୋଷଣା କରିଛି।

Advertisment ଏଆଇସିସି ମୁଖ୍ୟାଳୟରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ, କଂଗ୍ରେସ ସଭାପତି ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି, ଯାହା ତୁରନ୍ତ ପ୍ରଭାବରେ କାର୍ଯ୍ୟକାରୀ ହେବ।

ସଚିନ ଯାଦବ ଉତ୍ତରପ୍ରଦେଶର ୱାର୍‌ ରୁମ୍ ମୁଖ୍ୟ ହୋଇଥିବାବେଳେ ପଞ୍ଜାବର କନ୍ନନ ଗୋପୀନାଥନ, ଗୋଆର ଇମ୍ରୋଜ ଖାନ, ମଣିପୁରର ବିଶ୍ୱରଞ୍ଜନ ମହାନ୍ତି ଓ ଉତ୍ତରପ୍ରଦେଶର କୃଷ୍ଣ ସତ୍ରୋଡ ମୁଖ୍ୟ ରହିବେ।

ନିର୍ବାଚନ ପ୍ରସ୍ତୁତି ସମୀକ୍ଷାଆରମ୍ଭ ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ଆରମ୍ଭ କରିଛି ଇସିଆଇ, ଅଧିକାରୀମାନେ ମଣିପୁର ଓ ପଞ୍ଜାବ ଗସ୍ତ କରିବାକୁ ଯାଉଛନ୍ତି, ତା'ପରେ ଗୋଆ ଓ ଉତ୍ତର ପ୍ରଦେଶ ଗସ୍ତ କରିବେ।

୨୦୨୭ ମସିହାରେ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟ ମଧ୍ୟରୁ ଉତ୍ତର ପ୍ରଦେଶ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡ ବିଜେପି ଦ୍ବାରା ଶାସିତ ହେଉଥିବା ବେଳେ ପଞ୍ଜାବ ଆମ୍‌ ଆଦମୀ ପାର୍ଟି ଦ୍ବାରା ଶାସିତ ହେଉଛି।

ଆମର ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନିଆଯାଉଛି: ନେହା ବୋରା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)