Encounter: ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର କଲା ପୋଲିସ

Sep 04, 2026 - 11:02
Encounter: ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର କଲା ପୋଲିସ

"ଖଇରା: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଛକ ନିକଟରେ ସିମୁଳିଆ ପୋଲିସରଏନକାଉଣ୍ଟର ।

ଗତକାଲି ବିଳମ୍ବିତ ରାତିରେ ରାଣୀତାଲ-କୁପାରୀ ରୋଡରେ ଅଡା ନିକଟରେ ବିଭିନ୍ନ ମାମଲାରେ ରାଜ୍ୟ ଓ ରାଜ୍ୟ ବାହାର ମାମଲା ଥିବା ଲୋକେଶ ଓ ତାଙ୍କ ସହଯୋଗୀ କୌଣସି ଷଡଯନ୍ତ୍ର କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l Advertisment ଆହୁରି ପଢନ୍ତୁ: Workers Rescued: ତ୍ରିଶୂଳୀ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ ସୂଚନା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା ।

ପୋଲିସକୁ ଦେଖି ଦୁର୍ବୃତ୍ତମାନେ ପ୍ରଥମେ ଗୁଳି ଚଳାଇଥିବା ଜଣାପଡିଛି ।ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା ।

ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶର ଗୋଡରେ ଗୁଳି ବାଜିଛି ।

ଆହତ ଲୋକେଶକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଘଟଣାସ୍ଥଳରୁ ଅନ୍ୟ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଛି ।

ଫେରାର ଅପରାଧୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସି ଜାରି ରହିଛି ।

ଘଟଣାସ୍ଥଳରେ ପୋଲିସ ମୁତୟନ ଥିବା ବେଳେ ଏନକାଉଣ୍ଟର ଘଟଣାକୁ ନେଇ ତଦନ୍ତ ଚାଲିଛି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)