Encounter: ମଣିପୁରରେ ସୁରକ୍ଷାବାହିନୀ-ୟୁକେଏନ୍‌ଏ ମୁହାଁମୁହିଁ: ୨ ଉଗ୍ରବାଦୀ ନିହତ, ୨ ଆହତ

Sep 06, 2026 - 21:21
Encounter: ମଣିପୁରରେ ସୁରକ୍ଷାବାହିନୀ-ୟୁକେଏନ୍‌ଏ ମୁହାଁମୁହିଁ: ୨ ଉଗ୍ରବାଦୀ ନିହତ, ୨ ଆହତ

"ଚୁରାଚାନ୍ଦପୁର: ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଭାରତୀୟ ସେନା ଓ ଆସାମ ରାଇଫଲ୍ସର ମିଳିତ ଦଳ ସହ ମୁହାଁମୁହିଁ ସଂଘର୍ଷରେ ୟୁନାଇଟେଡ୍‌ କୁକି ନ୍ୟାସନାଲ ଆର୍ମି (ୟୁକେଏନ୍‌ଏ)ର ୨ ଜଣ ଉଗ୍ରବାଦୀ ନିହତ ହୋଇଥିବାବେଳେ ଆଉ ୨ ଜଣ ଆହତ ହୋଇଛନ୍ତି।

ସୁରକ୍ଷାବାହିନୀ ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ଚାଲିଥିବା ଅଭିଯାନ ସମୟରେ ଏହି ଘଟଣା ଘଟିଛି।Advertisment ସୁରକ୍ଷାବାହିନୀର ସୂଚନା ଅନୁସାରେ, ଅଗଷ୍ଟ ୨୯ ରାତିରେ ହେଙ୍ଗଲେପ୍‌ ଉପଖଣ୍ଡର ଫାଇବୋଙ୍ଗ ଗାଁରେ ୟୁକେଏନ୍‌ଏର ଏକ ଶିବିର ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଅଭିଯାନ ଆରମ୍ଭ ହୋଇଥିଲା।

ପରେ ସୁରକ୍ଷାବାହିନୀ ଉକ୍ତ ଶିବିର ଉପରେ ନଜର ରଖିଥିଲା।

ସେପ୍ଟେମ୍ବର ୨ ଭୋର ୫ଟାରେ ଶିବିର ଆଡ଼କୁ ଅଗ୍ରସର ହୋଇଥିଲେ।

ସୁରକ୍ଷାବାହିନୀର ଦାବି ଅନୁସାରେ, ସେପ୍ଟେମ୍ବର ୨ ଭୋର ପ୍ରାୟ ୫ଟା ୩୦ରେ ୟୁକେଏନ୍‌ଏ ସଦସ୍ୟମାନେ ଗୁଳି ଚଳାଇବା ପରେ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ।

ଏହି ସଂଘର୍ଷରେ ୨ ଜଣ ୟୁକେଏନ୍‌ଏ ସଦସ୍ୟ ନିହତ ହେବା ସହ ୨ ଜଣ ଆହତ ହୋଇଥିବା ଆସାମ ରାଇଫଲ୍ସ ଶନିବାର ରାତିରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି।

ସୁରକ୍ଷାବାହିନୀକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୨୦, ଗିରଫ ହେଲେ ୧୬ ନକ୍ସଲ ପରବର୍ତ୍ତୀ ସମୟରେ ଶିବିରରେ ତଲାସି କରାଯାଇଥିଲା।

ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ପୋଷାକ ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିବା ସୁରକ୍ଷାବାହିନୀ କହିଛି।

ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ଏମ୍‌ଏ ରାଇଫଲ୍‌, ଗୋଟିଏ ଏକେ-୫୬ ରାଇଫଲ୍‌, ଗୋଟିଏ ଲାଥୋଡ୍‌ ବନ୍ଧୁକ, ୭ଟି ଲାଥୋଡ୍‌ ଗ୍ରେନେଡ୍‌, ୧୫ଟି ଏକେ ମ୍ୟାଗାଜିନ୍‌, ବିଭିନ୍ନ ପ୍ରକାରର ଗୁଳି, ୧୫ଟି ଯୁଦ୍ଧ ପୋଷାକ ଓ ୭ଟି ଗୁଳିଗୋଳା ରଖିବା ପାଉଚ୍‌ ରହିଛି।

ଆସାମ ରାଇଫଲ୍ସ କହିଛି ଯେ, ଆଖପାଖ ଜଙ୍ଗଲ ଅଞ୍ଚଳରେ ଅଭିଯାନ ଏବେ ମଧ୍ୟ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)