Elephants Herd Destroys House in Champua: ଚମ୍ପୁଆରେ ହାତୀ ଆତଙ୍କ, ୩୨ ଟିକିଆ ହାତୀପଲ ଭାଙ୍ଗିଦେଲେ ଘରଦ୍ୱାର
ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ବାଲିନାଳ ସାହିରେ ହାତୀପଲଙ୍କ ଉତ୍ପାତ।
ଗାଁରେ ପଶି ୩୨ ଟିକିଆ ହାତୀପଲ ଭାଙ୍ଗିଦେଲେ ଘରଦ୍ୱାର।
ଅଳ୍ପକେ ବର୍ତ୍ତିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ।
ଘର ସହ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ବି ନଷ୍ଟ ହୋଇଯାଇଛି।
ଏବେ ଘର ନଥିବାରୁ ପର ଘରେ ଆଶ୍ରୟ ନେଇଛନ୍ତି ଦମ୍ପତି।
ଘର ଖଣ୍ଡିଏ ଯୋଗାଇଦେବାକୁ ବନ ବିଭାଗ ଓ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି କାର୍ତ୍ତିକ।
ଏନେଇ କାର୍ତ୍ତିକଙ୍କ ପରିବାର ଓ ଗ୍ରାମବାସୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଚମ୍ପୁଆ ପ୍ରତିନିଧି ସଂଜୀବ ମୁଣ୍ଡା ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
