Elephant Sanctuary: ଅଧପନ୍ତରିଆ ହାତୀ ଆଶ୍ରୟସ୍ଥଳ

Jun 16, 2026 - 09:10
Elephant Sanctuary: ଅଧପନ୍ତରିଆ ହାତୀ ଆଶ୍ରୟସ୍ଥଳ

"ବିଜୟ ସ୍ବାଇଁ ଯୁଯୁମୁରା: ପଶ୍ଚିମ ଓଡ଼ିଶାରେ ବଢ଼ୁଥିବା ମଣିଷ-ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଏବଂ ଆହତ ତଥା ଗୋଠରୁ ବିଚ୍ଛିନ୍ନ ହୋଇଯାଉଥିବା ହାତୀଙ୍କ ସୁରକ୍ଷା ଓ ପୁନର୍ବାସ ପାଇଁ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଅନ୍ତର୍ଗତ ଜରାଙ୍ଗରେ ନିର୍ମାଣାଧୀନ ହାତୀ ଆଶ୍ରୟସ୍ଥଳ ପ୍ରକଳ୍ପ ଅଧପନ୍ତରିଆ ଅବସ୍ଥାରେ ରହିଛି।

ବନ ବିଭାଗ ପକ୍ଷରୁ ଏହାକୁ ପଶ୍ଚିମ ଓଡ଼ିଶାର ପ୍ରଥମ ସ୍ୱତନ୍ତ୍ର ହାତୀ ଆଶ୍ରୟସ୍ଥଳ ଭାବେ ବିକଶିତ କରିବାର ଯୋଜନା ଥିଲା।

ଏହି ପ୍ରକଳ୍ପକୁ ନେଇ ଆରମ୍ଭରେ ଉତ୍ସାହ ଦେଖାଯାଇଥିଲା।

କିନ୍ତୁ ବର୍ତ୍ତମାନ ନିରାଶା ଓ ଅସନ୍ତୋଷ ଦେଖାଦେଇଛି।Advertisment Chhattisgarh's: ଦୁର୍ବଳ ମୌସୁମୀ ଦେଖି ଛତିଶଗଡ଼ର ଚାଲାକି, ମାତ୍ର ୨ ଗେଟ୍ ଖୋଲିଲା, ଅଧିକ ଖୋଲିବା ନେଇ ସନ୍ଦେହ  ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲା ହାତୀ ଚଳପ୍ରଚଳ ଅଞ୍ଚଳ ଭାବେ ପରିଚିତ।

ପ୍ରତିବର୍ଷ ହାତୀ ଫସଲ ନଷ୍ଟ କରିବା, ଘର ଭାଙ୍ଗିବା ଓ ଜୀବନହାନି ଘଟାଇବା ଦେଖାଯାଉଛି।

ଅନ୍ୟପଟେ ବିଦ୍ୟୁତ୍ ସଂସ୍ପର୍ଶ, ଟ୍ରେନ୍‌ ଧକ୍କା କିମ୍ବା ଅନ୍ୟ ଦୁର୍ଘଟଣାରେ ହାତୀମାନେ ମୃତାହତ ହେଉଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଜରାଙ୍ଗରେ ହାତୀ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨୦୨୩ ମସିହାରେ କାମ ଆରମ୍ଭ ହୋଇଥିଲା।

ଏଥିରେ ହାତୀ ରହିବା ପାଇଁ ସ୍ୱତନ୍ତ୍ର ଏନ୍‌କ୍ଲୋଜର, ପ୍ରାଣୀ ଚିକିତ୍ସାଳୟ, ଖାଦ୍ୟ ସଂରକ୍ଷଣ କେନ୍ଦ୍ର, ଜଳାଶୟ, ନିରୀକ୍ଷଣ ଟାୱାର, କର୍ମଚାରୀ ଆବାସ ଏବଂ ପର୍ଯ୍ୟଟକଙ୍କ ପାଇଁ କିଛି ଭିତ୍ତିଭୂମି ସୁବିଧା ସୃଷ୍ଟି କରିବାର ଯୋଜନା ରହିଥିଲା।

Rathkhala: ରଥଖଳା: ନାହାକାରେ ମୂଳ ସଂଯୋଗ ପ୍ରାରମ୍ଭିକ ପର୍ଯ୍ୟାୟରେ ଜମି ଚିହ୍ନଟ, ରାସ୍ତା ଓ ହାତୀ ଯନ୍ତା କାମ ଆରମ୍ଭ ହୋଇଥିଲା।

ବର୍ତ୍ତମାନ ନିର୍ମାଣ କାର୍ଯ୍ୟରେ ସେଭଳି ଅଗ୍ରଗତି ଦେଖିବାକୁ ମିଳୁନାହିଁ।

ପଶ୍ଚିମ ଓଡ଼ିଶାରେ କୌଣସି ବୃହତ୍ ହାତୀ ପୁନର୍ବାସ କେନ୍ଦ୍ର ନ ଥିବାରୁ ଆହତ କିମ୍ବା ଅସୁସ୍ଥ ହାତୀଙ୍କ ଚିକିତ୍ସା ସମୟରେ ବନ ବିଭାଗକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଅନେକ ସମୟରେ ହାତୀଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଉଛି।

ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ ହେଲେ ପର୍ଯ୍ୟଟନର ବିକାଶ, ସ୍ଥାନୀୟ ଯୁବକଙ୍କ ରୋଜଗାର ସୁଯୋଗ ଏବଂ ଅଞ୍ଚଳର ଆର୍ଥିକ କାର୍ଯ୍ୟକଳାପ ବଢ଼ିବ ବୋଲି ଆକଳନ କରାଯାଇଥିଲା।

କାମ ଅଧପନ୍ତରିଆ ହୋଇ ପଡ଼ିଥିବାରୁ ଅସନ୍ତୋଷ ବଢ଼ୁଛି।

ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ମତରେ, ପଶ୍ଚିମ ଓଡ଼ିଶାରେ ହାତୀ ଚଳପ୍ରଚଳ ବୃଦ୍ଧି ପାଉଥିବା ବେଳେ ଏଭଳି ଏକ ପ୍ରକଳ୍ପ ଅତ୍ୟନ୍ତ ଜରୁରି।

ଜରାଙ୍ଗର ହାତୀ ଆଶ୍ରୟସ୍ଥଳ ପଶ୍ଚିମ ଓଡ଼ିଶାର ବନ୍ୟଜନ୍ତୁ ସଂରକ୍ଷଣ ବ୍ୟବସ୍ଥାର ଭବିଷ୍ୟତ ସହ ଜଡ଼ିତ।

ଶୀଘ୍ର ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ଦାବି ଜୋର୍‌ ଧରିଛି।

ଏନେଇ ସଦର ରେଞ୍ଜର ପ୍ରଶାନ୍ତ ଓରାମଙ୍କ କହିଛନ୍ତି, ପୂର୍ବରୁ କରାଯାଇଥିବା କାମର ଟଙ୍କା ମିଳି ନ ଥିବାରୁ କାମ ବନ୍ଦ ଥିଲା।

ବର୍ତ୍ତମାନ ସେହି ଟଙ୍କା ପ୍ରଦାନ କରାଯାଇଛି।

ପ୍ରକଳ୍ପ ପାଇଁ ଅର୍ଥ ଆସିଲେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।"