Chhattisgarh's: ଦୁର୍ବଳ ମୌସୁମୀ ଦେଖି ଛତିଶଗଡ଼ର ଚାଲାକି, ମାତ୍ର ୨ ଗେଟ୍ ଖୋଲିଲା, ଅଧିକ ଖୋଲିବା ନେଇ ସନ୍ଦେହ

Jun 16, 2026 - 09:10
Chhattisgarh's: ଦୁର୍ବଳ ମୌସୁମୀ ଦେଖି ଛତିଶଗଡ଼ର ଚାଲାକି, ମାତ୍ର ୨ ଗେଟ୍ ଖୋଲିଲା, ଅଧିକ ଖୋଲିବା ନେଇ ସନ୍ଦେହ

"ଜ୍ଞାନବ୍ରତ ଭୋଇ ଝାରସୁଗୁଡ଼ା: ମୌସୁମୀ ଆସି ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ଅଂଶକୁ ଛୁଇଁ ସାରିଛି।

ହେଲେ ବର୍ତ୍ତମାନ ସୁଦ୍ଧା ବର୍ଷାର ଦେଖାନାହିଁ କି ନିକଟରେ ସେଭଳି ବଡ଼ଧରଣର ବର୍ଷାର ସମ୍ଭାବନା ବି ନାହିଁ।

ଏଥିପାଇଁ ଛତିଶଗଡ଼ ଜଳସଂପଦ ବିଭାଗ ତା"ର ରଣନୀତିରେ ପରିବର୍ତ୍ତନ କରିଛି।

ନିୟମ ଅନୁସାରେ ସବୁ ବ୍ୟାରେଜ୍‌ରେ ଜୁନ୍ ୧୫ ତାରିଖରୁ ଗେଟ୍ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ହେଲେ ଏଥର ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ କଲମାରୁ ମାତ୍ର ୨ଟି ଗେଟ୍‌ ଖୋଲିଛି।

ହେଲେ ଆଗକୁ ଅଧିକ ଗେଟ୍ ଖୋଲିବା ନେଇ ସନ୍ଦେହ ଦେଖାଦେଇଛି।

କାରଣ, ଶିଳ୍ପକୁ ଜଳଯୋଗାଣ ପାଇଁ ସେଠାକାର କର୍ତ୍ତୃପକ୍ଷ ୨ ମିଟର ପାଣି ଗଚ୍ଛିତ ରଖିବାକୁ ଯୋଜନା କରିଥିବା ସୂଚନା ମିଳିଛି।

ଯଦ୍ବାରା ହୀରାକୁଦ ଜଳଭଣ୍ଡାର ଗୁରୁତର ଭାବେ ପ୍ରଭାବିତ ହେବା ସହ ଜଳସେଚନରୁ ଆରମ୍ଭ କରି ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।Advertisment Rathkhala: ରଥଖଳା: ନାହାକାରେ ମୂଳ ସଂଯୋଗ  କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି)ର ନିୟମ ଅନୁଯାୟୀ, ବ୍ୟାରେଜ୍‌ଗୁଡ଼ିକ ଜୁନ୍ ୧୫ ସୁଦ୍ଧା ଖୋଲିବା କଥା।

ଏହାଦ୍ବାରା ଉପରମୁଣ୍ଡରୁ ବର୍ଷାଜଳ ଅଧିକ ପରିମାଣରେ ଆସିଲେ ସହଜରେ ନିଷ୍କାସନ ହେବା ସହିତ ତଳମୁଣ୍ଡରେ ଜଳ ପ୍ରବାହ ବି ସୁନିଶ୍ଚିତ ହୋଇପାରିବ।

ହେଲେ କଲମା କ୍ଷେତ୍ରରେ ପ୍ରତିବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ଛତିଶଗଡ଼ ସରକାର ଚାଲାକି କରି ପ୍ରତିବର୍ଷ ମୌସୁମୀକୁ ଦେଖି ରଣନୀତି ବଦଳାଉଛନ୍ତି।

ଏଥର ମଧ୍ୟ ମୌସୁମୀ ଆସିଥିଲେ ହେଁ ଦୁର୍ବଳ ରହିବା ସହିତ ନିକଟରେ ବର୍ଷାର ସମ୍ଭାବନା ନ ଥିବାରୁ ଆଜି ସୁଦ୍ଧା ମାତ୍ର ୨ଟି ଗେଟ୍ ଖୋଲି ଚୁପ୍ ବସିଛନ୍ତି ସେଠାକାର କର୍ତ୍ତୃପକ୍ଷ।

ଆଗକୁ ଲଗାଣ ବର୍ଷା ନ ହେବା ଯାଏଁ ଅଧିକ ଗେଟ୍ ଖୋଲିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ବିଶେଷ କରି କଲମାର ଚନ୍ଦ୍ରପୁର ପଟରେ ଥିବା ଏକ ବଡ଼ ଇସ୍ପାତ ଓ ତାପଜ କାରଖାନାର ଇନ୍‌ଟେକ୍ ୱେଲ୍‌କୁ ଜଳଯୋଗାଣ କରିବା ସକାଶେ ଅତି କମ୍‌ରେ ୨ମିଟର ପର୍ଯ୍ୟନ୍ତ ପାଣି ଗଚ୍ଛିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Mummy's body's yeast: କିମାଶ୍ଚର୍ଯ୍ୟମ୍‌: ମମ୍ମି ଦେହର ଇଷ୍ଟ୍‌ରୁ ପାଉଁରୁଟି ପ୍ରସ୍ତୁତି ପ୍ରାୟ ମାସେ ହେଲା ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ ପାଣି ଅଭାବରୁ ଅଚଳ ହୋଇସାରିଛି।

ଏବେ ସବୁ କେନାଲ୍‌ ବନ୍ଦ ଥିବାବେଳେ ଆଗକୁ ଖରିଫ ତଳିପକା ପାଇଁ ହୀରାକୁଦ ଉପରେ ନିର୍ଭରଶୀଳ ବରଗଡ଼ ଓ ଶାସନ କେନାଲ୍‌ ସମେତ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ ସବ୍‌କେନାଲରେ ପୂର୍ଣ୍ଣ ମାତ୍ରାରେ ଜଳଯୋଗାଣ ହେବ।

ଏହି ସ୍ଥିତିରେ ଆଜି ହୀରାକୁଦର ଜଳସ୍ତର ୬୧୦.୮୭ ଫୁଟକୁ ଖସି ଆସିଲାଣି।

ଯାହାକି ଗତବର୍ଷଠାରୁ ବି ପ୍ରାୟ ଅଧଫୁଟ୍ କମ୍ ରହିଛି।

କଲମା ଖୋଲିଥିବା ମାତ୍ର ୨ଟି ଗେଟ୍‌ର ପାଣି ହୀରାକୁଦ ଯାଏଁ ପହଞ୍ଚିପାରୁ ନାହିଁ।

ଫଳରେ ଆଗକୁ ସବୁ ଗେଟ୍‌ ନ ଖୋଲିଲେ ହୀରାକୁଦ ଜଳସ୍ତର ୬ ଶହ ଫୁଟ ତଳକୁ ଖସିବା ସହ ଝାରସୁଗୁଡ଼ା, ବରଗଡ଼ରୁ ଆରମ୍ଭ କରି ଉପକୂଳ ଓଡ଼ିଶା ଯାଏଁ ପ୍ରଭାବିତ ହେବାର ଆଶଙ୍କା ରହିଛି।

କଲମାର ଉପରକୁ ଥିବା ସାରଡିହି, ବସନ୍ତପୁର, ଶବରିନାରାୟଣ ବ୍ୟାରେଜର ମଧ୍ୟ କାଁଭାଁ ଗୋଟିଏ କିମ୍ବା ଦୁଇଟି ଗେଟ୍ ଖୋଲାରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।