Elephant: ଓଡ଼ିଶାକୁ ପ୍ରବେଶ କରିଲେ ଆନ୍ଧ୍ର ହାତୀପଲ ଲୋକ ଆତଙ୍କିତ
"ରାୟଗଡ଼ା: ଗତକାଲି ଓଡ଼ିଶା- ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବୁଲୁଥିବା ୮ ଟିକିଆ ହାତୀପଲ ଓଡ଼ିଶା ଅଞ୍ଚଳକୁ ପ୍ରବେଶ କରିଛନ୍ତି I ଆଜି ସକାଳୁ ସକାଳୁ ରାୟଗଡ଼ା ବ୍ଲକ କେରଡ଼ା ନିକଟସ୍ଥ ଏକ ପାମ ଓଏଲ ଫାର୍ମ ମଧ୍ୟରେ ହାତୀଗୁଡିକୁ ଦେଖିବାକୁ ମିଳିଥିଲା I Advertisment ରାୟଗଡ଼ା ବ୍ଲକ ଏମ୍ପଲବାଲସା, କେରେଡା, ଅନିଯା , ପୁଡେଶୁ, ବୋରୁହାଲୁଆଗାଁନିକଟରେ ଗତ ୩ ଦିନ ହେଲା ବୁଲୁଛନ୍ତି I ହାତୀପଲ ଆନ୍ଧ୍ରପ୍ରଦେଶ ରାଜ୍ୟ ବୀରଗୋଟମ୍ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣ ପାଇଁ ଆଠ ଟିକିଆ ହାତୀପଲ ଗାଁ ମୁଁହା ହୋଇଛନ୍ତି।
ନାଗାବଳୀ ନଦୀ କୂଳରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚଲାବୁଲା କରୁଥିବା ପରିଲିକ୍ଷିତ ହୋଇଛି।
ଫଳରେ ସୀମାନ୍ତ ଗାଁ ମାନଙ୍କରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି I ହାତୀପଲ ଉଭୟ ରାଜ୍ୟର ବ୍ୟାପକ ଫସଲ ମଧ୍ୟ ନଷ୍ଟ କରିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି।
ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ବନ ବିଭାଗ କର୍ମଚାରୀ ହାତୀପଲ ଉପରେ ନଜର ରଖିବା ପାଇଁ ଯୁଗ୍ମ ପାଟ୍ରୋଲିଂ କରୁଥିବା ଜଣାପଡ଼ିଛି ।
ଏଥିସହ ଉଭୟ ରାଜ୍ୟର ସୀମାନ୍ତ ଅଂଚଳର ବିଭିନ୍ନ ଗାଁ ମାନଙ୍କରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି।
ହାତୀପଲରେ ୬ ଟି ମାଈ ହାତୀ ଏବଂ ୨ଟି ଶିଶୁ ହାତୀ ଅଛନ୍ତି ଏ ସମ୍ପର୍କରେ ରାୟଗଡ଼ା ରେଞ୍ଜର ଅନିଲ୍ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ ଏହି ୮ଟିକିଆ ହାତୀପଲରେ ୬ ଟି ମାଈ ହାତୀ ଏବଂ ୨ଟି ଶିଶୁ ହାତୀ ଅଛନ୍ତି I ରାୟଗଡ଼ା ବନାଞ୍ଚଳର ଏକ ଟିମ ହାତୀ ଉପରେ ନଜର ରଖିବା ସହ ହାତୀ ଓ ସ୍ଥାନୀୟ ଜନସାଧାରଣଙ୍କ ଜୀବନ ସୁରକ୍ଷା ପାଇଁ ରାୟଗଡା ଜଙ୍ଗଲ ବିଭାଗ ତରଫରୁ ସଚେତନତା କରାଯାଉଥିବା ରେଞ୍ଜର ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି I କିଛି ଅମାନିଆ ଯୁବକ ଫାର୍ମ ଭିତରେ ପଶି ମୋବାଇଲ ଭିଡିଓ କରୁଥିବା ଦେଖିବାକୁ ମିଳୁଛି I Arrested: କଣାସ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ପୁଲିସ୍, ତିନି ଅଭିଯୁକ୍ତ ଗିରଫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

