England: ପୁଣି ନାଇଟ୍‌କ୍ଲବ ବିବାଦରେ ଇଂଲଣ୍ଡ କ୍ରିକେଟର

Aug 24, 2026 - 09:35
England: ପୁଣି ନାଇଟ୍‌କ୍ଲବ ବିବାଦରେ ଇଂଲଣ୍ଡ କ୍ରିକେଟର

"ଲଣ୍ଡନ: ଡର୍ବିର ଏକ ନାଇଟ୍‌କ୍ଲବରେ ଶନିବାର ରାତିରେ ଘଟିଥିବା ଏକ ଘଟଣାକୁ ନେଇ ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଭିଡିଓରେ କାର୍ସଙ୍କୁ ହାତକଡ଼ି ପିନ୍ଧାଇ ପୁଲିସ ଅଧିକାରୀମାନେ ନେଇଯାଉଥିବା ଦେଖାଯାଇଛି।

ଘଟଣା ସମ୍ପର୍କରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) କହିଛି ଯେ ଡର୍ବିରେ ଘଟିଥିବା ଘଟଣା ବିଷୟରେ ସେମାନେ ଅବଗତ ଅଛନ୍ତି ଏବଂ ଏହାର ତଦନ୍ତ ଚାଲିଛି।

ପରବର୍ତ୍ତୀ ସମୟରେ ଏନେଇ ଅଧିକ ସୂଚନା ଦିଆଯିବ।Advertisment ଇଂଲଣ୍ଡ ପାଇଁ ୧୪ଟି ଟେଷ୍ଟ ଖେଳିଛନ୍ତି ୩୧ ବର୍ଷୀୟ କାର୍ସ କାର୍ସଙ୍କ ସହ ତାଙ୍କ ଡର୍ହାମ ଦଳର ସାଥୀ ମାଥ୍ୟୁ ପଟ୍ସ ମଧ୍ୟ ଉକ୍ତ ଘଟଣା ସମୟରେ ଥିବା ଜଣାପଡ଼ିଛି।

ଉଭୟ ଖେଳାଳି ଡର୍ବିରେ ଡର୍ବିଶାୟର ବିପକ୍ଷରେ କାଉଣ୍ଟି ଚାମ୍ପିଅନସିପ୍ ମ୍ୟାଚ୍ ଖେଳିଥିଲେ।

ଏହି ମ୍ୟାଚ୍‌ରେ ଡର୍ହାମ ୩୩୮ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା।

୩୧ ବର୍ଷୀୟ କାର୍ସ ଇଂଲଣ୍ଡ ପାଇଁ ୧୪ଟି ଟେଷ୍ଟ ଖେଳିଛନ୍ତି।

୨୦୨୫-୨୬ ଆଶେସ୍ ସିରିଜ୍‌ରେ ଇଂଲଣ୍ଡ ୪-୧ରେ ପରାସ୍ତ ହୋଇଥିଲେ ମଧ୍ୟ କାର୍ସ ଦଳର ପ୍ରମୁଖ ବୋଲର ଭାବେ ଉଭା ହୋଇଥିଲେ।

ସେ ୫ଟି ମ୍ୟାଚ୍‌ରେ ୨୨ଟି ୱିକେଟ୍ ନେଇଥିଲେ।

ପାକିସ୍ତାନ ବିପକ୍ଷ ତିନି ଟେଷ୍ଟ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ କାର୍ସଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇଥିଲେ ବି ହେଡିଙ୍ଗଲେରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ସେ ଖେଳିନଥିଲେ।

ଏହି ମ୍ୟାଚ୍‌ରେ ପାକିସ୍ତାନ ଇଂଲଣ୍ଡକୁ ପାଳି ଓ ୧୦୩ ରନ୍‌ରେ ପରାସ୍ତ କରିଥିଲା।

ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ ଗୁରୁବାର ଲର୍ଡ୍ସରେ ଆରମ୍ଭ ହେବ।

ତା" ପୂର୍ବରୁ କାର୍ସଙ୍କୁ ନେଇ ଉଠିଥିବା ଏହି ବିବାଦ ଇଂଲଣ୍ଡ ଦଳ ପାଇଁ ଚିନ୍ତାର କାରଣ ହୋଇଛି।

Lanier made history: ଇତିହାସ ରଚିଲେ ଲାନିଏର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)