Education: ପୁସ୍ତକ ତ୍ରୁଟି ମାମଲା; କାର୍ଯ୍ୟାନୁଷ୍ଠାନ ନେଲେ ସରକାର, ୪ ଜଣ ଅଧିକାରୀ ନିଲମ୍ବିତ
"ଭୁବନେଶ୍ବର: ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏସ୍ସିଇଆର୍ଟି) ଦ୍ବାରା ପ୍ରକାଶିତ ପୁସ୍ତକରେ ତ୍ରୁଟି ନେଇ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ରାଜ୍ୟ ସରକାର ୪ ଜଣ ଅଧିକାରୀ ନିଲମ୍ବନ କରିଛନ୍ତି।
ନିଲମ୍ବନ ତାଲିକାରେ ପୂର୍ବତନ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶକ ମନୋଜ ପାଢ଼ୀ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଏବଂ ଭାରତୀ ଟୁଡୁ ସାମିଲ ଅଛନ୍ତି।Advertisment ରାଜ୍ୟ ସରକାର ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ଏହି ତାଲିକାରେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା ସାମିଲ ଅଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କମିଟି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
Goa:ଗୋଆ ଅବୈଧ ଲୁହାଖଣି ଖନନ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାର ତ୍ରୁଟି ସୁଧାରିବାକୁ କମିଟିର ୧୪ ସୁପାରିସ କାର୍ଯ୍ୟକାରୀ କରିବେ।
ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ୧୪ ସୁପାରିସ କାର୍ଯ୍ୟକାରୀ ହେବ।
SCERT ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତ କରାଯିବ।
ସେହିପରି କ୍ବାଲିଟି ଆସ୍ୟୁରାନସ ସେଲ୍ ଖୋଲାଯିବ।
ଭାଷା, ଚିତ୍ର, ତଥ୍ୟ ଏଣିକି ଅନୁମୋଦନ ବିନା ପ୍ରିଣ୍ଟିଂ ପ୍ରେସକୁ ଯିବ ନାହିଁ।
ସୂଚନାଯୋଗ୍ୟ, ୨୦୨୬-୨୭ ଶିକ୍ଷାବର୍ଷରେ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୨ କୋଟି ୭୩ ଲକ୍ଷ ୮୨ ହଜାର ୫୦ ପାଠ୍ୟପୁସ୍ତକ ଆବଶ୍ୟକ ଥିଲା।
ଗଞ୍ଜାମ ଜିଲ୍ଲା ପାଇଁ ସର୍ବାଧିକ ୨୧ ଲକ୍ଷ ୨୩ ହଜାର ୫୫୦, ମୟୂରଭଞ୍ଜ ପାଇଁ ୧୮ ଲକ୍ଷ ୪୧ ହଜାର ୬୦୦, ବାଲେଶ୍ବର ପାଇଁ ୧୫ ଲକ୍ଷ ୫୫ ହଜାର ୯୦୦, କେନ୍ଦୁଝର ପାଇଁ ୧୩ ଲକ୍ଷ ୫୫ ହଜାର ୬୦, କଟକ ପାଇଁ ୧୨ ଲକ୍ଷ ୪୮ ହଜାର ୫୦୦, ଯାଜପୁୁର ପାଇଁ ୧୨ ଲକ୍ଷ ୨୮ ହଜାର ୭୫୦ ପାଠ୍ୟପୁସ୍ତକ ଯୋଗାଣ କରିବାକୁ ସ୍ଥିର ହୋଇଥିଲା।
ସେହି ଅନୁଯାୟୀ ୨୦୨୫ ସେପ୍ଟେମ୍ବର ମାସରେ ଏସ୍ସିଇଆର୍ଟି ପକ୍ଷରୁ ଜାତୀୟ ଶିକ୍ଷା ନୀତି (ଏନ୍ଇପି) ଆଧାରରେ ପୁସ୍ତକ ପ୍ରସ୍ତୁତି ଚାଲିଥିଲା।
ନିୟମିତ ବ୍ୟବଧାନରେ ବିଭିନ୍ନ କମିଟିର ବୈଠକ ବସିବା ସହ ମାର୍ଚ୍ଚ ୩୧ ସୁଦ୍ଧା ବିଦ୍ୟାଳୟସ୍ତରରେ କିଭଳି ପାଠ୍ୟପୁସ୍ତକ ଉପଲବ୍ଧ ହୋଇପାରିବ ସେଥିପ୍ରତି ଗୁରୁତ୍ବ ଦିଆଯାଇଥିଲା।
ଏବେ ସୁଦ୍ଧା ୯୮% ବିଦ୍ୟାଳୟରେ ପାଠ୍ୟପୁସ୍ତକ ପହଞ୍ଚିଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତିନି ଦିନ ତଳେ କହିଥିଲେ।
ମାତ୍ର ବାସ୍ତବ ଚିତ୍ର ଭିନ୍ନ।
ସଂସ୍ଥାର ନିର୍ଦ୍ଦେଶକ ସମ୍ବିତ୍ କୁମାର ନାୟକଙ୍କୁ ଏ ନେଇ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନାହାନ୍ତି।
"