Turkey VS USA: ଆମେରିକାକୁ ଚକିତ କଲା ତୁର୍କିଏ

Jun 26, 2026 - 15:51
Turkey VS USA: ଆମେରିକାକୁ ଚକିତ କଲା ତୁର୍କିଏ

"ଲସ୍‌ ଏଞ୍ଜେଲ୍‌ସ: ପୂର୍ବରୁ ୨ ଗ୍ରୁପ୍‌ ମ୍ୟାଚ୍‌ ଜିତି ନକ୍‌ଆଉଟ୍‌ ସ୍ଥାନ ପକ୍କା କରି ସାରିଥିବା ସହଆୟୋଜକ ଆମେରିକାକୁ ହରାଇ ଚକିତ କରିଛି ତୁର୍କିଏ।

ଶୁକ୍ରବାର ଗ୍ରୁପ୍‌-ଡି"ର ଏକ ମ୍ୟାଚ୍‌ରେ ଏହି ଦଳ ୩-୨ ଗୋଲ୍‌ରେ ଆମେରିକାକୁ ପରାସ୍ତ କରିଛି।

ଏକଦା ୨-୨ ଗୋଲ୍‌ରେ ମ୍ୟାଚ୍‌ ଅମୀମାଂସିତ ଦିଗରେ ଗତି କରୁଥିଲା ବେଳେ ଇନ୍‌ଜୁରି ସମୟରେ କାନ୍‌ ୟିହାନ୍‌ (୯୦+୮ ମିନିଟ୍‌)ଙ୍କ ଗୋଲ୍‌ରେ ତୁର୍କିଏ ବିଜୟ ବାନା ଉଡ଼ାଇଥିଲା।

ହେଲେ ତୁର୍କିଏ ୩ ପଏଣ୍ଟ ସହ ଗ୍ରୁପ୍‌ର ଚତୁର୍ଥ ସ୍ଥାନରେ ରହି ନକ୍‌ଆଉଟ୍‌ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଥିଲା।Advertisment ସ୍ଥିତି ସମାନ କରିଥିଲେ ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ଅଷ୍ଟନ ତ୍ରୁଷ୍ଟିଙ୍କ ଗୋଲ୍‌ରେ ଘରୋଇ ଦଳ ଅଗ୍ରଣୀ ନେଇଥିଲା।

କିନ୍ତୁ ଏହାର ୭ ମିନିଟ୍‌ ପରେ ବାରିସ ଅଲପାର ୟିଲମାଜଙ୍କ ପାସ୍‌କୁ ଅର୍ଡା ଗୁଲର (୧୦ ମିନିଟ୍‌) ଗୋଲ୍‌ଟି ଶୁଝି ସ୍ଥିତି ସମାନ କରି ଦେଇଥିଲେ।

୩୧ ମିନିଟ୍‌ରେ ଓର୍କୁନ କକୁଙ୍କ ସହଯୋଗରେ ୟିଲମାଜ୍‌ ଗୋଲ୍‌ ଦେଇ ପ୍ରଥମାର୍ଦ୍ଧ ସୁଦ୍ଧା ତୁର୍କିଏକୁ ୨-୧ରେ ଆଗୁଆ ରଖିଥିଲେ।

ତେବେ ଦ୍ବିତୀୟାର୍ଦ୍ଧର ଚତୁର୍ଥ ମିନିଟ୍‌ରେ ଆମେରିକାର ସେବସ୍ତିଆନ୍‌ ବେଲହାଲଟର୍‌ (୪୯ ମିନିଟ୍‌) ଗୋଲ୍‌ ଦେଇ ସ୍ଥିତି ସମାନ କରିଥିଲେ।

India-Ireland 1st T20: ଭାରତ-ଆୟର୍ଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି: ବୈଭବଙ୍କ ଉପରେ ନଜର "