India vs Ireland 1st T20I: ଭାରତ ବିପକ୍ଷରେ ଆର୍ୟଲାଣ୍ଡର ଐତିହାସିକ ବିଜୟ
ବେଲଫାଷ୍ଟ: ଆର୍ୟଲାଣ୍ଡ ଘରୋଇ ମାଟିରେ ଦମଦାର ପ୍ରଦର୍ଶନ କରିଛି। ଦଳ ପ୍ରଥମେ ନିର୍ଦ୍ଧାରିତ ୨୦ ଓଭରରେ ୯ୱିକେଟ୍ ହରାଇ ୧୮୨ ରନ୍ କରିଛି। ପରେ ବୋଲିଂ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରି ଭାରତକୁ ୧୪୮ ରନ୍ରେ ଅଟକାଇଛି। ୧୮୩ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ ୧୮.୫ ଓଭରରେ ସମସ୍ତ ୱିକେଟ୍ ହରାଇଛି। ଫଳରେ ଘରୋଇ ଦଳ ଏହି ମ୍ୟାଚ୍କୁ ୩୪ ରନ୍ରେ ବିଜୟ ହାସଲ କରିଛି। ଏଥି ସହିତ ଭାରତ ବିପକ୍ଷରେ ଆର୍ୟଲାଣ୍ଡ ଐତିହାସିକ ବିଜୟ ହାସଲ କରିଛି।
ଦୁଇ ମ୍ୟାଚ୍ ବିଶିଷ୍ଟ ଟି୨୦ ଶଙ୍ଖଳାର ପ୍ରଥମ ମୁକାବିଲା ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ୍ କ୍ଲବରେ ଖେଳାଯାଇଛି। ଏହି ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ ଟିମ୍ ଟସ୍ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ଆର୍ୟଲାଣ୍ଡ ପାଇଁ ଅଧିନାୟକ ଲୋର୍କନ ଟକର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୬ଟି ବଲ୍ ଖେଳି ଥିଲେ ଏବଂ ୫ଟି ଚୌକା ଓ ୨ଟି ଛକା ବଳରେ ୫୦ ରନ୍ କରିତିଲେ।
Cricket: ଜାତୀୟ କ୍ରିକେଟ୍ ଦଳ ପାଇଁ ଓଡ଼ିଶାର ସମ୍ଭାବନା ଅନନ୍ୟା
ଆର୍ୟଲାଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଦଳ ୫୧ ରନ୍ ବେଳକୁ ଆଗଧାଡ଼ିର ୪ଜଣ ଖେଳାଳିଙ୍କୁ ହରାଇ ସାରିଥିଲା। ସ୍କୋର ୨୦ ରନ୍ରେ ପ୍ରାରମ୍ଭିକ ବ୍ୟାଟର ଟିମ୍ ଟେକଟର ଏବଂ ରସ ଆଦାଇର ଆଉଟ୍ ହୋଇଥିଲେ। ଉଭୟ ବ୍ୟାଟର ଯଥାକ୍ରମେ ୧୭ ଏବଂ ୧୨ ରନ୍ କରିଥିଲେ। ଭାରତର ତୃତୀୟ ଶିକାର ହୋଇଥିଲେ ଟିମ କେଟକଟର, ଯିଏ କି ଖାତା ଖୋଲିପାରି ନଥିଲେ। ଆର୍ୟଲାଣ୍ଡ ନିଜର ଚତୁର୍ଥ ୱିକେଟ ଭାବେ ବେଞ୍ଜାମିନ୍ କଲିଟ୍ଜ (୧୫ରନ୍)ଙ୍କୁ ହରାଇଥିଲା।
ସେହିପରି ଲୋର୍କାନ ଟକର ଅର୍ଦ୍ଧଶତକ ଏବଂ ଜର୍ଜ ଡକରେଲ୍ ବ୍ୟକ୍ତିଗତ ଭାବେ ୧୯ ରନ୍ କରି ପାଭିଲିନ ଫେରି ଆସିଥିଲେ। ଆର୍ୟଲାଣ୍ଡ ପଞ୍ଚମ ଏବଂ ଷଷ୍ଠ ୱିକେଟ୍ରେ ଯଥାକ୍ରମେ ୬୪ ଏବଂ ୪୯ ରନ୍ ସଂଗ୍ରହ କରିଥିଲା। ଭାରତର ସପ୍ତମ ଶିକାର ହୋଇଥିଲେ ଗରେଥ ଡେଲାନି, ଯିଏକି ବ୍ୟକ୍ତିଗତ ଭାବେ ଦଳ ପାଇଁ ୪୯ ରନ୍ ଯୋଗଦାନ ଦେଇଥିଲେ। ସେ ୩୨ଟି ବଲ୍ ଖେଳି ୨ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଲିଆମ ମ୍ୟାକକାର୍ଥି ୭ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଭାରତୀୟ ଯୁବ ବୋଲର ହର୍ଷିତ ରାଣା ଭାରତ ପକ୍ଷରୁ ୩ଟି ୱିକେଟ୍ ନେଇଛନ୍ତି। ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ସ୍ପିନର ଅକ୍ଷର ପଟେଲ ୨-୨ ୱିକେଟ୍ ଅକ୍ତିଆର କରିଥିଲେ। ଶିଭମ ଦୁବେଙ୍କୁ ଗୋଟିଏ ୱିକେଟ ମିଳିଥିଲା।