East Coast Railway: ପୂର୍ବତଟ ରେଳପଥର ନିଆରା ପ୍ରୟ‌ାସ: ରେଳରେ ଚଳମାନ ସାହିତ୍ୟ ଆସର

Sep 07, 2026 - 06:24
East Coast Railway: ପୂର୍ବତଟ ରେଳପଥର ନିଆରା ପ୍ରୟ‌ାସ: ରେଳରେ ଚଳମାନ ସାହିତ୍ୟ ଆସର

"ଭୁବନେଶ୍ୱର: ପ୍ରତିଦିନ ଭଳି ଟ୍ରେନ୍‌ରେ ଯାତ୍ରୀ ରହିଥିଲେ।

ମାତ୍ର ପରିବେଶ ଥିଲା ନିଆରା।

ଟ୍ରେନ୍‌ଟି ପାଲଟିଯାଇଥିଲା ଚଳମାନ ପୁସ୍ତକମେଳା।

ଯାତ୍ରୀଙ୍କ ହାତରେ ଥିଲା ବିଭିନ୍ନ ପ୍ରକାରର ବହି।

ଶବ୍ଦର ଦୁନିଆ ଭିତରେ ବୁଡ଼ି ରହିଥିଲେ ଯାତ୍ରୀମାନେ।

କିଏ କବିତା ମାଧ୍ୟମ‌ରେ ମନର କଥା କହୁଥିଲେ ତ ଆଉ କିଏ ସଙ୍ଗୀତ ମାଧ୍ୟମରେ ମନୋରଞ୍ଜନ କରିଥିଲେ।

ଭୁବନେଶ୍ୱର-ଦଶପଲ୍ଲା ମେମୁ(୬୮୪୨୯)ରେ ଚଢ଼ିଥିବା ପାଠକ ଓ ଲେଖକଙ୍କ ପାଇଁ ଏହି ଯାତ୍ରା ଏକ ଚଳନ୍ତା ସାହିତ୍ୟିକ ସମାବେଶରେ ପରିଣତ ହୋଇଥିଲା।

ଭୁବନେଶ୍ୱରର "ୱାକିଂ ବୁକ୍ ଫେୟାର୍ସ"ର ସହଯୋଗରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ "ରେଳ ରିଡିଂ କ୍ୟାମ୍ପେନ୍‌-ଗିଫ୍ଟ ଏ ବୁକ୍" କାର୍ଯ୍ୟକ୍ରମରେ ଏଭଳି କିଛି ନିଆରା ଦୃଶ୍ୟମାନ ହୋଇଥିଲା।

ଶହେରୁ ଅଧିକ ଅଂଶଗ୍ରହଣକାରୀଙ୍କର ଏହି ସାହିତ୍ୟିକ ଯାତ୍ରାକୁ ଆହୁରି ସ୍ୱତନ୍ତ୍ର କରିଥିଲା ପ୍ରଖ୍ୟାତ ସାହିତ୍ୟିକ ଜେରୀ ପିଣ୍ଟୋ, ଶରତ ଚନ୍ଦ୍ର ଦାସ, କ୍ରିଷ୍ଟୋଫ ରାନ୍ସମାୟର, ଆକୃତି ମାନ୍ଧୱାନୀ ଓ ଚନ୍ଦ୍ରହାସ ଚୌଧୁରୀ।

ସେମାନେ ଅଂଶଗ୍ରହଣକାରୀ ଓ ପାଠକଙ୍କ ସହ ନିଜର କବିତା, ଚିନ୍ତାଧାରା, ସାହିତ୍ୟିକ ଅନୁଭବ ଓ ସୃଜନଶୀଳତାର ବିଭିନ୍ନ ଦିଗ ଉପରେ ବଖାଣିଥିଲେ।

ସେମାନଙ୍କ ଉପସ୍ଥିତି ଏହି ରେଳଯାତ୍ରାକୁ ପାଠକ, ଲେଖକ ଓ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଏକ ନିଆରା ଆଲୋଚନା ଓ ଭାବବିନିମୟର ପରିସରରେ ପରିଣତ କରିଥିଲା।

ଏହି ଅଭିଯାନ ଏକ ସାଧାରଣ ରେଳଯାତ୍ରାକୁ କିଛି ସମୟ ପାଇଁ ବହି ପଢ଼ିବା ଓ ପରସ୍ପର ସହ ଯୋଡ଼ି ହେବାର ଏକ ସୁନ୍ଦର ଆହ୍ୱାନରେ ପରିଣତ କରିଥିଲା।Advertisment State-level Shantilata Jayanti: ରାଜ୍ୟସ୍ତରୀୟ ଶାନ୍ତିଲତା ଜୟନ୍ତୀ: ଭଜି ଭଜି ତୋ ନାମ ଚକାନୟନ..

ଭୁବନେଶ୍ୱରରୁ ଟ୍ରେନ୍‌ ଛାଡ଼ିବା ପରେ ଯାତ୍ରୀଙ୍କୁ ପ୍ରାୟ ୨୦୦ଟି ବହି ବଣ୍ଟନ କରାଯାଇଥିଲା।

ଏହି ଉପହାର ଦେବାର ପଦକ୍ଷେପଟି ଯାତ୍ରୀମାନଙ୍କୁ ପଢ଼ିବାର ଆନନ୍ଦକୁ ଆବିଷ୍କାର କିମ୍ବା ପୁନର୍ବାର ଅନୁଭବ କରିବାକୁ ଏକ ସୁନ୍ଦର ଆମନ୍ତ୍ରଣ ଦେଇଥିଲା।

କୋଚ୍‌ ଭିତରେ ଟ୍ରେନ୍‌ ଯାତ୍ରାର ପରିଚିତ କୋଳାହଳ ଏକ ଶାନ୍ତ ପରିବେଶକୁ ସ୍ଥାନ ଦେଇଥିଲା।

ଅଂଶଗ୍ରହଣକାରୀମାନେ ଏକ ସାମୂହିକ ନିରବ ପଠନ ଅଧିବେଶନ ପାଇଁ ନିଜ ନିଜ ସ୍ଥାନରେ ବସିଥିଲେ।

ମୋବାଇଲ୍ ଫୋନ୍‌କୁ କିଛି ସମୟ ପାଇଁ ପଛକୁ ରଖି ବହି, ଲେଖା, କବିତା, ସଙ୍ଗୀତ ଓ ଆଲୋଚନାକୁ ଯାତ୍ରାର କେନ୍ଦ୍ର ସ୍ଥାନ ଦିଆଯାଇଥିଲା।

ଅଂଶଗ୍ରହଣକାରୀ ସେମାନଙ୍କ କବିତା ଓ ଚିନ୍ତାଧାରା ଶୁଣିବା ସହ ସାହିତ୍ୟ, ଜୀବନ ଏବଂ କାହାଣୀ କହିବାର ଶକ୍ତି ସମ୍ପର୍କରେ ମତ ବିନିମୟ କରିଥିଲେ।

ଟ୍ରେନର ଗତି ସହ ସାହିତ୍ୟ ଓ କବିତାର ଆସର ଏହି ରେଳଯାତ୍ରାକୁ ଏକ ସ୍ୱତନ୍ତ୍ର ଅନୁଭୂତିରେ ପରିଣତ କରିଥିଲା।

SC-ST: ପଶ୍ଚିମ ଓଡ଼ିଶାରେ ବଢ଼ୁଛି ଏସ୍‌ସି-ଏସ୍‌ଟି ନିର୍ଯାତନା: ୫ ବର୍ଷରେ ୩୭୪୪ ମାମଲା, ବଲାଙ୍ଗୀରରେ ସର୍ବା‌ଧିକ ୮୫୪ ଦଶପଲ୍ଲାରେ ଟ୍ରେନ୍ ପହଞ୍ଚିବା ପରେ ରେଳ ଷ୍ଟେସନ୍‌ ପ୍ଲାଟଫର୍ମରେ ଅଂଶଗ୍ରହଣକାରୀମାନେ "ପ୍ଲାଟଫର୍ମରେ କବିତା" କାର୍ଯ୍ୟକ୍ରମରେ ପରସ୍ପରଙ୍କ ସହ କବିତା ଓ ସାହିତ୍ୟିକ ଅଭିବ୍ୟକ୍ତି ବାଣ୍ଟିଥିଲେ।

ଭୁବନେଶ୍ୱର ଫେରିବା ସମୟରେ "ଟ୍ରେନ୍‌ରେ ମୁଢ଼ି ମସଲା"ର ସ୍ୱତନ୍ତ୍ର ସ୍ଥାନୀୟ ସ୍ୱାଦ ସହ ଆଲୋଚନାର ଧାରା ଜାରି ରହିଥିଲା।

ଏହି ଅଭିଯାନକୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଉଦ୍‌ଘାଟନ କରିବା ସହ ଅଂଶଗ୍ରହଣକାରୀଙ୍କ ସହ ଏହି ସାହିତ୍ୟିକ ଯାତ୍ରାରେ ସାମିଲ ହୋଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)