Donald Trump: ଇରାନ ରାସାୟନିକ ଓ ଜୈବିକ ଅସ୍ତ୍ର ବ୍ୟବହାର ପାଇଁ ଉଦ୍ୟମ କରୁଥିବା ସୂଚନା ରହିଛି: ଟ୍ରମ୍ପ
ସେନ୍ଜେନ୍: ପରମାଣୁ ଅସ୍ତ୍ର ହାସଲ କରିବାରେ ବାଧା ସୃଷ୍ଟି ହେବା ପରେ ଇରାନ ଏବେ ରାସାୟନିକ ଓ ଜୈବିକ ଅସ୍ତ୍ର ବିକଶିତ କରିବା ଦିଗରେ ଉଦ୍ୟମ କରୁଥିବା ନେଇ ସୂଚନା ମିଳିଛି।
ଏଭଳି ସୂଚନା ଥିବା ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଏହାରି ମଧ୍ୟରେ ଇରାନ ଉପରେ ପୁଣି ଏକ ବଡ଼ ଧରଣର ସାମରିକ ଆକ୍ରମଣ କରିବା ନେଇ ସେ ବିଚାର କରୁଥିବା ଖବର ମିଳିଛି।
ଗୁରୁବାର ଚୀନ୍ର ସେନ୍ଜେନ୍ରେ ଫକ୍ସ ନ୍ୟୁଜ୍କୁ ଏକ ସାକ୍ଷାତ୍କାର ଦେଇ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି।
Advertisment ଟ୍ରମ୍ପ କହିଥିଲେ, ଇରାନ ଗ୍ୟାସ୍ ଓ ଜୈବିକ ଅସ୍ତ୍ର ସମ୍ପର୍କରେ ବିଚାର କରୁଥିବାର ସୂଚନା ରହିଛି।
ଆମେ ସେମାନଙ୍କୁ ପରମାଣୁ ଅସ୍ତ୍ର ଦିଗରେ ଆଗେଇବାରୁ ରୋକିଛୁ।
ତେଣୁ ସେମାନେ ଅନ୍ୟ ବିକଳ୍ପ ଖୋଜୁଛନ୍ତି।
ତେବେ ଏହି ଦାବି ସପକ୍ଷରେ ସେ କୌଣସି ଗୁଇନ୍ଦା ତଥ୍ୟ ବା ପ୍ରମାଣ ସାର୍ବଜନୀନ କରିନାହାନ୍ତି।
ଜାନୁଆରି ୧ ପରେ ପରିସ୍ଥିତି କିଭଳି ରହିବ, ତାହା ଦେଖିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Trump Statement: ପାକିସ୍ତାନ ଦ୍ବାରା ଇରାନକୁ ୪୦୦ ରକେଟ୍ ଲଞ୍ଚର ପଠାଇଥିଲା ଚୀନ୍: ଡୋନାଲ୍ଡ ଟ୍ରମ୍ପ ଏହି ମନ୍ତବ୍ୟ ପଛରେ ଆମେରିକାର ରାଜଧାନୀ ୱାସିଂଟନ ଡିସିରେ ଏକ ସମ୍ଭାବ୍ୟ ଆକ୍ରମଣ ନେଇ ସିଏନ୍ଏନ୍ର ରିପୋର୍ଟ ମଧ୍ୟ ରହିଛି।
ଏଥିରେ ଇରାନ ପକ୍ଷରୁ ଏକ 'ଡାର୍ଟି ବମ୍' ବା ତେଜସ୍କ୍ରିୟ ବିକିରଣକାରୀ ବୋମା ବ୍ୟବହାର କରି ଆମେରିକାର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ୍ କରିବାର ସମ୍ଭାବନା ଥିବା କୁହାଯାଇଥିଲା।
ଅନ୍ୟପକ୍ଷରେ, 'ନ୍ୟୁୟର୍କ ଟାଇମ୍ସ'ର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଇରାନ ଉପରେ ଆଉ ଏକ ବ୍ୟାପକ ସାମରିକ ଆକ୍ରମଣ କରିବାର ବିକଳ୍ପ ଉପରେ ବିଚାର କରୁଛନ୍ତି।
ଇରାନ ନିଜର କ୍ଷେପଣାସ୍ତ୍ର ଓ ଡ୍ରୋନ୍ କ୍ଷମତା ପୁଣି ବଢ଼ାଉଥିବା ଏବଂ ରାସାୟନିକ ଓ ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମରେ ଆଗେଇବାକୁ ନେଇ ଇସ୍ରାଏଲ୍ ଆମେରିକାକୁ ସତର୍କ କରାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
