Elephant Attack in Rayagada: ହାତୀ ଆକ୍ରମଣରେ ସ୍ତ୍ରୀ ମୃତ,ସ୍ବାମୀ ଗୁରୁତର
ରାୟଗଡା: ରାୟଗଡ଼ା ଜିଲ୍ଲା ମୁନିଗୁଡା ବନଖଣ୍ଡ ଅଧୀନରେ ନିଜ ଜମିରେ କାମ କରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ବାକୀ ଗୁରୁତର ଆହତ ହୋଇଛନ୍ତି।
ମୃତ ମହିଳାଜଣକ ରଘୁବାରି ପଞ୍ଚାୟତ କାଟମେଡିଙ୍ଗି ଗ୍ରାମର ଗୁଟୁଲୀ ମାଝି ( ୫୦ବର୍ଷ)।
Advertisment Elephant Attacks: ପୁଣି ହାତୀ ଆକ୍ରମଣରେ ଯୁବକ ମୃତ୍ୟୁ, ପନ୍ଦର ଦିନରେ ନେଲାଣି ତିନି ଜୀବନ ସୂଚନାରୁ ଜଣାପଡିଛି, ଆଜି (ଗୁରୁବାର) ସନ୍ଧ୍ୟା ସମୟରେ ଗୁଟୁଲୀ ମାଝି ଓ ବାୟା ମାଝି ନିଜ ଜମିକୁ ଚାଷର ସ୍ଥିତି ଦେଖିବାକୁ ଯାଇଥିଲେ।
ଏହି ସମୟରେ ଏକ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା।
ଏଥିରେ ଗୁଟୁଲିଙ୍କ ମୃତ୍ୟୁ ହୋଇଥିବା ବେଳେ ବାୟା ମାଝି ଗୁରୁତର ଆହତ ହୋଇଛନ୍ତି।
Elephant Attack: ଯୁଯୁମୁରାରେ ହାତୀ ଆକ୍ରମଣରେ ଯୁବକ ମୃତ, ଶୌଚ ପାଇଁ ଯାଉଥିବା ବେଳେ ଅଘଟଣ ହାତୀ ଆକ୍ରମଣ ସମ୍ପର୍କରେ ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ରାତି ହୋଇଯିବା ଏବଂ ବର୍ଷା ଫଳରେ ଘଟଣା ସ୍ଥଳରେ ପହଁଚିଥିଲେ ମଧ୍ୟ ସେମାନଙ୍କୁ ଆଣିବା ବିଳମ୍ବିତ ହୋଇଥିବା ଜଣାପଡିଛି ।
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳର ରଘୁବାରୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୨୯ ଟିକିଆ ହାତୀପଲ କିଛି ଦିନ ହେଲା ଚଳପ୍ରଚଳ କରୁଛନ୍ତି।
ଗତ ୧୦ଦିନ ହେଲା ଇଚ୍ଛାପୁର ପଞ୍ଚାୟତର ବିଭିନ୍ନ ଗାଁରେ ହାତୀପଲ ପଶି ଏକର ଏକର ଚାଷଜମି ନଷ୍ଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଏଥିଯୋଗୁଁ ଅଞ୍ଚଳରେ ହାତୀ ଭୟ ଲାଗି ରହିଥିବା ବେଳେ ଫସଲ ସୁରକ୍ଷାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
