Diwali Skincare Tips: ଦୀପାବଳିରେ ତ୍ୱଚାରେ ଆଣନ୍ତୁ ଚମକ, ଜାଣନ୍ତୁ ତ୍ୱଚାକୁ ଫେଷ୍ଟିଭ୍-ରେଡି କରିବାର ଉପାୟ

Oct 23, 2026 - 15:54
Diwali Skincare Tips: ଦୀପାବଳିରେ ତ୍ୱଚାରେ ଆଣନ୍ତୁ ଚମକ, ଜାଣନ୍ତୁ ତ୍ୱଚାକୁ ଫେଷ୍ଟିଭ୍-ରେଡି କରିବାର ଉପାୟ

ଦୀପାବଳି ଆସିବାକୁ ମାତ୍ର କିଛି ଦିନ ବାକି ଅଛି।

ଏହି ସମୟରେ ପାର୍ବଣର ଉତ୍ସବ, ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଭେଟଘାଟ ବେଶ୍ ବଢ଼ିଯାଇଥାଏ।

ଏଭଳି ସମସ୍ତଙ୍କ ନଜରରେ ସୁନ୍ଦର ଓ ଆକର୍ଷକ ଦେଖାଯିବା ପାଇଁ ପ୍ରତ୍ୟେକଙ୍କର ଇଚ୍ଛା ରହିଥାଏ।

ତେବେ ପାର୍ବଣ ପାଇଁ ତ୍ୱଚାକୁ କିପରି ପ୍ରସ୍ତୁତ କରିବେ ଏବଂ କେଉଁ ଟ୍ରିଟମେଣ୍ଟ୍ ଆପଣଙ୍କ ପାଇଁ ଭଲ ହେବ, ସେନେଇ ଦିଲ୍ଲୀର ଜିଭିଷା କ୍ଲିନିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଆକ୍ରିତି ଗୁପ୍ତା କିଛି ମହତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

Advertisment ଆହୁରି ପଢ଼ନ୍ତୁ: ପ୍ରଭାସଙ୍କ ଜନ୍ମଦିନରେ 'ଫୌଜି'ର ନୂଆ ପୋଷ୍ଟର ରିଲିଜ୍, ସାମ୍ନାକୁ ଆସିଲା 'ଫାଇଲ୍ ନମ୍ବର ୦୨୫' ୧.

ଶୁଷ୍କତା ଦୂର ପାଇଁ ଫେସିଆଲ୍ ଯଦି ଆପଣଙ୍କ ତ୍ୱଚାରେ ଅସ୍ଥାୟୀ ମଳିନତା, ଶୁଷ୍କତା କିମ୍ବା ଜଳୀୟ ଅଂଶର ଅଭାବ ଦେଖାଦେଇଥାଏ, ତେବେ ଫେସିଆଲ୍ ଏକ ଭଲ ବିକଳ୍ପ ହୋଇପାରେ।

ହାଇଡ୍ରେଟିଂ ଫେସିଆଲ୍ ତ୍ୱଚାରେ ଆର୍ଦ୍ରତା ବଜାଇ ରଖିବାରେ ସାହାଯ୍ୟ କରେ।

ତେବେ ଅତ୍ୟଧିକ ସ୍କ୍ରବିଂ କିମ୍ବା ଆକ୍ରମଣାତ୍ମକ ଫେସିଆଲ୍ ସମ୍ବେଦନଶୀଳ ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ।

୨.

ଦାଗ ଓ ଟେକ୍ସଚର୍ ପାଇଁ କେମିକାଲ୍ ପିଲ୍ସ କେମିକାଲ୍ ପିଲ୍ସ ନିର୍ଦ୍ଦିଷ୍ଟ ଏସିଡ୍ ବ୍ୟବହାର କରି ନିୟନ୍ତ୍ରିତ ଉପାୟରେ ତ୍ୱଚାର ମୃତ କୋଷଗୁଡ଼ିକୁ ହଟାଇବାରେ ସାହାଯ୍ୟ କରେ।

ଏହା ଅସମାନ ତ୍ୱଚା, ବ୍ରଣ ଦାଗ ଏବଂ ଲୁଚି ରହିଥିବା ପିଗମେଣ୍ଟସନ୍‌କୁ ଠିକ୍ କରିବାରେ କାମ କରେ।

କିନ୍ତୁ ଭାରତୀୟ ତ୍ୱଚା ପାଇଁ ଏହାକୁ ବ୍ୟବହାର କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍, ଯାହାଫଳରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ହେବ ନାହିଁ।

୩.

ଲେଜର୍ ଟ୍ରିଟମେଣ୍ଟ୍ ନିର୍ଦ୍ଦିଷ୍ଟ ପିଗମେଣ୍ଟସନ୍ ସମସ୍ୟା, ବ୍ରଣ ଦାଗ କିମ୍ବା ଅସମାନ ଟେକ୍ସଚର୍ ପାଇଁ ଲେଜର୍ ପଦ୍ଧତିର ସାହାଯ୍ୟ ନିଆଯାଇଥାଏ।

ତେବେ ଏହା ସମସ୍ତଙ୍କ ପାଇଁ ଏକ ସାଧାରଣ ସମାଧାନ ନୁହେଁ।

ମେଲାଜ୍ମା ଭଳି କିଛି ସମସ୍ୟାରେ ଗରମ ଯୋଗୁଁ ଏହା ଆହୁରି ବଢ଼ିପାରେ, ଏଣୁ ଚର୍ମରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।

ପାର୍ବଣ ପାଇଁ ତ୍ୱଚାର ପ୍ରସ୍ତୁତି କିଛି ସପ୍ତାହ ଆଗରୁ ଆରମ୍ଭ କରିବା ଉଚିତ୍।

ହଠାତ୍ ଶେଷ ମୁହୂର୍ତ୍ତରେ ଅନେକଗୁଡ଼ିଏ ନୂତନ ଟ୍ରିଟମେଣ୍ଟ୍ ଏକାଠି କଲେ ତ୍ୱଚାର ସୁରକ୍ଷା ବାଧାପ୍ରାପ୍ତ ହୋଇପାରେ।

ଦୈନନ୍ଦିନ ଜୀବନରେ ସନ୍‌ସ୍କ୍ରିନ୍‌ ବ୍ୟବହାର କରିବା, ଉପଯୁକ୍ତ ମଏଶ୍ଚରାଇଜର୍ ଲଗାଇବା ଉଚିତ।

ଆହୁରି ପଢ଼ନ୍ତୁ: ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ମାଲଗୁଡ଼ିଆ ଛକରୁ ମୃତଦେହ ଉଦ୍ଧାର ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)