Divyanshi Choudhary: ଆତ୍ମହତ୍ୟା ଧମକ: ମତ ବଦଳାଇଲେ ଦିବ୍ୟାଂଶୀ
"ନୂଆଦିଲ୍ଲୀ: ଆତ୍ମହତ୍ୟା ଧମକ ଦେବାର ଗୋଟିଏ ଦିନ ପରେ ମତ ପରିବର୍ତ୍ତନ କରିଛନ୍ତି ୧୮ ବର୍ଷୀୟା ଉଷୁ ଖେଳାଳି ଦିବ୍ୟାଂଶୀ ଚୌଧୁରୀ।
ଭାରତର ଏସୀୟ କ୍ରୀଡ଼ା ଦଳରୁ ଶେଷ ମୁହୂର୍ତ୍ତରେ ବାଦ୍ ପଡ଼ିବା ପରେ ମାନସିକ ଭାବେ ଭାଙ୍ଗି ପଡ଼ି ସେ ଏକ ଭିଡିଓ ବାର୍ତ୍ତାରେ ଆତ୍ମହତ୍ୟାର ଧମକ ଦେଇଥିଲେ।
ଏବେ ସେ ବାଦ୍ ପଡ଼ିବାର କାରଣ ବୁଝି ଯାଇଛନ୍ତି।
ତାଙ୍କୁ ଖେଳ ଅପେକ୍ଷା ସ୍ବାସ୍ଥ୍ୟ ବେଶୀ ଗୁରୁତ୍ବପୂର୍ଣ୍ଣ।
ପ୍ରତିଯୋଗିତାକୁ ଫେରିବାକୁ ହେଲେ ପୂରା ଠିକ୍ ହେବା ଆବଶ୍ୟକ ବୋଲି ମହାସଂଘର ଅଧିକାରୀମାନେ ବୁଝାଇବା ପରେ ସେ ମତ ପରିବର୍ତ୍ତନ କରିଛନ୍ତି। Advertisment ଆଣ୍ଠୁ ଜନିତ ଆଘାତ ସମସ୍ୟାରୁ ସୁସ୍ଥ ଦିବ୍ୟାଂଶୀ କହିଛନ୍ତି ଯେ ""ଆମ ମହାସଂଘ ମୋତେ ଅନେକ କଥା ବୁଝାଇଥିଲେ।
ସେମାନେ କହିଥିଲେ ମହାସଂଘ ପାଇଁ ଖେଳାଳିଙ୍କ ସ୍ବାସ୍ଥ୍ୟ ହେଉଛି ଗୁରୁତ୍ବପୂର୍ଣ୍ଣ।
ସେଥିପାଇଁ ମହାସଂଘ ଚାହୁଛି ଯେ ପ୍ରଥମେ ମୁଁ ଆଣ୍ଠୁ ଜନିତ ଆଘାତ ସମସ୍ୟାରୁ ସୁସ୍ଥ ହୁଏ।
ସୁସ୍ଥ ହେଲା ପରେ ପଡ଼ିଆକୁ ଫେରିବି।
ସେତେବେଳେ ମୋତେ ଲାଗୁଥିଲା ଯେ ମହାସଂଘ ମୋ ସାଥୀରେ ନାହିଁ।
କିନ୍ତୁ ବାସ୍ତବରେ ମହାସଂଘ ମୋ ସହ ଅଛି।
ସମସ୍ତେ ମୋତେ ସହଯୋଗ କଲେ ଏବଂ ସବୁକିଛି ବୁଝାଇଲେ।
ବର୍ତ୍ତମାନ ମୁଁ ବୁଝିପାରିଛି ଯେ ସମସ୍ତେ ମୋ ସହିତ ଅଛନ୍ତି।
ମହାସଂଘ ଓ ରୋଶିବିନା ଦିଦିଙ୍କ ପ୍ରତି ମୋର ଯେଉଁ ଧାରଣା ଥିଲା ତାହା ଭୁଲ୍""।
ଦିବ୍ୟାଂଶୀ ପୂର୍ବରୁ ଅଭିଯୋଗ କରିଥିଲେ ଯେ ""ଦୁଇଥର ଏସୀୟ କ୍ରୀଡ଼ା ପଦକ ବିଜେତା ରୋଶିବିନା ଦେବୀ ନାଓରେମ୍ଙ୍କ ବିପକ୍ଷରେ ଚୂଡ଼ାନ୍ତ ଚୟନ ପରୀକ୍ଷାରେ ଜିତିବା ସତ୍ତ୍ୱେ ତାଙ୍କୁ ଶେଷ ମୁହୂର୍ତ୍ତରେ ଏସୀୟ କ୍ରୀଡ଼ା ଦଳରୁ ବାଦ୍ ଦିଆଯାଇଛି।
Rahul Gandhi: ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାହୁଲ-ପ୍ରିୟଙ୍କା ରୋଶିବିନା ଦିଦିଙ୍କ ଦ୍ୱାରା ସେ ମାନସିକ ନିର୍ଯାତନାର ଶିକାର ହୋଇଥିଲେ ଏବଂ ଏଥିରେ ତାଙ୍କ ପରିବାର ମଧ୍ୟ ପ୍ରଭାବିତ ହୋଇଥିଲା।
ଗତ ଜୁନ୍ ମାସରୁ ଏଭଳି ନିର୍ଯାତନାର ଶିକାର ହୋଇ ଆସୁଛନ୍ତି""।
ହେଲେ ଭାରତୀୟ ଉଷୁ ମହାସଂଘ କହିଥିଲା ଯେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ତାଙ୍କ ଆଘାତ ସମସ୍ୟାର ଯାଞ୍ଚ ପରେ ଫିଟ୍ ଘୋଷିତ ନ କଲେ ସେ ପ୍ରତିଯୋଗିତାରୁ ଦୂରେଇ ରହିବେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
